Blackbucks Swept / ବନ୍ୟା ପାଣିରେ କୃଷ୍ଣସାର ମୃଗ ,ବନ ବିଭାଗ କହିଲା ନଦୀପାର ହୋଇ ଜଙ୍ଗଲରେ ପହଞ୍ଚିଛନ୍ତି କୃଷ୍ଣସାର
·52 mins ago·2 min read

Key Points
ଗଞ୍ଜାମରେ ବନ୍ୟା ପାଣିରେ କୃଷ୍ଣସାର ମୃଗ
ନଦୀପାର ହୋଇ ଜଙ୍ଗଲରେ ପହଞ୍ଚିଛନ୍ତି କୃଷ୍ଣସାର
ବନ ବିଭାଗର ସ୍ପଷ୍ଠିକରଣ
ନଦୀପାର ହୋଇ ଜଙ୍ଗଲରେ ପହଞ୍ଚିଛନ୍ତି କୃଷ୍ଣସାର
ବନ ବିଭାଗର ସ୍ପଷ୍ଠିକରଣ
ବ୍ରହ୍ବପୁର,୩୦/୧୦: ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଭୟାବହ ପରିସ୍ଥିତି ଉପୁଜିଛି। ଏହି ଭୟାବହ ବନ୍ୟା ପରିସ୍ଥିତି ମଧ୍ୟରେ ପ୍ରସିଦ୍ଧ କୃଷ୍ଣସାର ମୃଗ ବନ୍ୟାଜଳରେ ଭାସିଯାଉଥିବା ନେଇ କିଛି ହୃଦୟବିଦାରକ ଖବର ସାମ୍ନା କୁ ଆସିବା ପରେ ବନ ବିଭାଗ ରଖିଛି ସ୍ପଷ୍ଟୀକରଣ। ବନ୍ୟାଜଳର ପ୍ରବଳ ସ୍ରୋତରେ କିଛି କୃଷ୍ଣସାର ମୃଗ ଭାସିଯାଇଥିଲେ ମଧ୍ୟ ସେମାନେ ସୁରକ୍ଷିତ ଭାବେ ନଦୀପାର ହୋଇ ଜଙ୍ଗଲ ଅଞ୍ଚଳରେ ପହଞ୍ଚିଛନ୍ତି ବୋଲି କହିଛି ବନ ବିଭାଗ।
ଉଲ୍ଲେଖଯୋଗ୍ୟ, କୃଷ୍ଣସାର ମୃଗ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ବନ୍ୟପ୍ରାଣୀ। ବିଶେଷକରି ଗଞ୍ଜାମ ଜିଲ୍ଲାର ଆସିକା, ବୁଗୁଡ଼ା ଓ ଘୁମୁସର ଅଞ୍ଚଳରେ ଏହି ପ୍ରଜାତିର ମୃଗ ଦେଖିବାକୁ ମିଳନ୍ତି। ଏହି ଦୁର୍ଲଭ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ସଦା ସତର୍କ ରହିଥାଏ।
ପଢନ୍ତୁ ଏହି ଖବର: ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଜଳପ୍ରଳୟ, ପାଣିରେ ବୁଡ଼ିଛି ଅଧା ଗଞ୍ଜାମ
ବନ୍ୟା ପରିସ୍ଥିତିରେ କେବଳ ମଣିଷ ନୁହେଁ, ବନ୍ୟପ୍ରାଣୀମାନେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ କୃଷ୍ଣସାର ମୃଗଙ୍କୁ ନେଇ ପ୍ରଚାରିତ ମୃତ୍ୟୁ ଖବର ମଧ୍ୟରେ ବନ ବିଭାଗର ରିପୋର୍ଟ ଏବେ ଆଶ୍ୱସ୍ତି ଆଣିଛି। ସମସ୍ତ ମୃଗ ସୁରକ୍ଷିତ ଥିବା ଖବର ବନ୍ୟା ପ୍ରଭାବିତ ଅଞ୍ଚଳରେ ଏକ ସକାରାତ୍ମକ ସୂଚନା ଭାବେ ସାମ୍ନାକୁ ଆସିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦକ୍ଷିଣ ଓଡ଼ିଶାରେ ଜଳ ପ୍ରଳୟ । ଦେଢଲକ୍ଷ ଲୋକ ଜଳବନ୍ଦୀ । ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଭୀଷଣ ବର୍ଷା ଗଞ୍ଜାମ ଜିଲ୍ଲାରେ ଜଳ ପ୍ରଳୟ ସୃଷ୍ଟି କରିଛି । ଅବିଶ୍ରାନ୍ତ ବର୍ଷାରେ ଅଧା ଜିଲ୍ଲା ଉବୁଟୁବୁ ହୋଇଛି। ଆସିକା, ଶେରଗଡ଼, ସୋରଡ଼ା, ଧରାକୋଟ, ଭଞ୍ଜନଗର, ବେଲଗୁଣ୍ଠା ଚାରିଆଡ଼ୁ ବିଚ୍ଛିନ୍ନ ହୋଇଯାଇଛି । ପୁରୁଷୋତ୍ତମପୁରରେ ଋଷିକୁଲ୍ୟା ନଦୀବନ୍ଧ ଭାଙ୍ଗିଯିବାରୁ ଗାଁ ଓ ସହରରେ ପାଣି ପଶିଯାଇଛି । ସୀମାନ୍ତ ପାତ୍ରପୁର ଓ ଚିକିଟି ବ୍ଲକରେ ବି ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଗାଁ ଦାଣ୍ଡରେ ପାଣି ସୁଅ ଛୁଟୁଛି ।
Related Topics
Explore more stories