CM Will Review Report Card / ମନ୍ତ୍ରୀଙ୍କ ‘ରିପୋର୍ଟ କାର୍ଡ’ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ,ମନ୍ତ୍ରୀମାନଙ୍କ ୨ ବର୍ଷର କାର୍ଯ୍ୟକାଳର କରିବେ ସମୀକ୍ଷା
·3 months ago·2 min read

Key Points
ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା
ଜୁନ୍ ୨ରୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା
ବିଭାଗର ପ୍ରଦର୍ଶନ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର୩୧/୦୫: ଆସନ୍ତା ଜୁନ ୨ ତାରିଖରୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା। ପ୍ରଥମ ଦିନରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ବିଭାଗର ସମୀକ୍ଷା ହେବ । ବିଭାଗର ପ୍ରଦର୍ଶନ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଦୁଇ ବର୍ଷର ପ୍ରଦର୍ଶନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଉଛନ୍ତି ସବୁ ବିଭାଗର ମନ୍ତ୍ରୀ । ୯ ତାରିଖ ଭିତରେ ସବୁ ବିଭାଗର ରିପୋର୍ଟ ସମୀକ୍ଷା ଶେଷ ହେବ। ମୁଖ୍ୟମନ୍ତ୍ରୀଙ୍କୁ କେମତି ରିପୋର୍ଟ ଦେବେ ମନ୍ତ୍ରୀ ? କେଉଁ ଫର୍ମାଟରେ ଦେବେ କେଉଁ ତଥ୍ୟ ? ଅର୍ଗସ ହାତରେ ଲାଗିଛି ମନ୍ତ୍ରୀଙ୍କ ରିପୋର୍ଟ କାର୍ଡର ଏକ୍ସକ୍ଲୁସିଭ୍ ଫର୍ମାଟ୍ ।
ସମୀକ୍ଷା ସରିବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବାସୀଙ୍କ ଆଗରେ ଦୁଇ ବର୍ଷର ରିପୋର୍ଟ କାର୍ଡ ରଖିବେ। ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅନେକ ଯୋଜନା ଓ ଅନେକ ପ୍ରକଳ୍ପ ବି ଭେଟିଦେବେ ସରକାର। ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଓଡିଶା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କୁହାଯାଉଛି । ସରକାରକୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ୧୨ ରୁ ୨୨ ତାରିଖ ଭିତରେ ଗୋଟିଏ ଦିନ ଓଡିଶା ଆସିବେ ବୋଲି କୁହାଯାଉଛି ।
ପଢନ୍ତୁ ଏହି ଖବର: ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ୧ କୋଟି ୮ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ
ଆଗାମୀ ଜୁନ୍ ୧୨ ତାରିଖରେ ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏଥିପାଇଁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଭିନ୍ନ ବିଭାଗର ସଫଳତାକୁ ସନ୍ନିବେଶିତ କରି ଶକ୍ତି ଓଡିଶା, ସମୃଦ୍ଧ କୃଷି ଓଡିଶା, ସୁସ୍ଥ ଓଡିଶା, ନିର୍ମାଣ ଓଡିଶା, ଉତ୍କର୍ଷ ଓଡିଶା, ଜନଶକ୍ତି ଓଡିଶା ଏବଂ କୌଶଳ ଓଡିଶା ଆଦି ଏହି୭ଟି ଥିମ୍ରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏଥିସହିତ ୨୦୨୬ରୁ ୨୦୩୬ ପର୍ଯ୍ୟନ୍ତ ସରକାରଙ୍କ ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଗୁଡିକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ରହିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଭାଗୀୟ ମନ୍ତ୍ରୀମାନେ ୨ ବର୍ଷ ମଧ୍ୟରେ ନିଜ ନିଜ ବିଭାଗରେ ହାସଲ ହୋଇଥିବା ସଫଳତା ବିଷୟରେ ସାମ୍ବାଦିକ ସମ୍ମିଳନୀ କରିବା ସହିତ ବିଭାଗ ଗୁଡିକର ସଫଳତା ସମ୍ପର୍କିତ ଲିଫଲେଟ୍, ପୁସ୍ତିକା ପ୍ରକାଶନ କରିବେ । ରାଜ୍ୟର ସମୃଦ୍ଧି ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ସରକାରଙ୍କର ଯେଉଁ ଆଭିମୁଖ୍ୟ ରହିଛି, ତାହା କିଭଳି ଲୋକଙ୍କ ପାଖରେ ପହଁଞ୍ଚିବ ସେନେଇ ଗୁରୁତ୍ବ ଦେଉଛନ୍ତି ସରକାର ।
ସରକାରକୁ ଦୁଇ ବର୍ଷ ପୁର୍ତ୍ତି କିଭଳି ପାଳନ କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଅଧିକାରୀ ମାନଙ୍କ ସହ ବୈଠକ ନେଉଛନ୍ତି । ଲୋକଙ୍କ ପାଇଁ ସରକାର କଣ କରିଛନ୍ତି ତାହା ସେମାନଙ୍କ ପାଖେ ପହଁଚାଇବାକୁ ସରକାର ଉଦ୍ୟମ କରୁଛନ୍ତି

Related Topics
Explore more stories