Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ୧ କୋଟି ୮ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ

Odisha

Sital Sasthi / ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ୧ କୋଟି ୮ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ

Sushanta Sahoo
Browse all articles by Sushanta Sahoo
·59 mins ago·2 min read
ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ୧ କୋଟି ୮ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ
Big Boost for Sambalpur Sital Sasthi

Key Points

ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଆର୍ଥିକ ଅନୁଦାନ
ସଂସ୍କୃତି ବିଭାଗ ଦେବ ୧ କୋଟି ୮ ଲକ୍ଷ ଟଙ୍କାର ସହାୟତା
ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଜିଲ୍ଲାର ମୋଟ ୨୧ଟି କମିଟିଙ୍କୁ ମିଳିବ ଏହି ଅନୁଦାନ ରାଶି
ଭୁବନେଶ୍ଵର: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସରକାରଙ୍କ ଆର୍ଥିକ ଅନୁଦାନ । ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଦେବ ୧ କୋଟି ୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ କ୍ରମେ ସମ୍ବଲପୁର ଜିଲ୍ଲା ଶୀତଳ ଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ୮ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ ।

ଏଥିସହ ପଢ଼ନ୍ତୁ: 'ଆଡମିଟ୍‌ ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ଟେଷ୍ଟ, ନିୟମ ନମାନିଲେ ହସ୍ପିଟାଲ୍‌ ବିରୋଧରେ ନିଆଯିବ ଆକ୍ସନ' 

୨୧ଟି କମିଟିଙ୍କୁ ଆର୍ଥିକ ଅନୁଦାନ

ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାର ସର୍ବମୋଟ ୨୧ଟି କମିଟିଙ୍କୁ ୧ କୋଟି ୮ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ । ଆସନ୍ତା ଜୁନ୍ ୧୫ ତାରିଖରୁ ଆରମ୍ଭ ହେବ ଶୀତଳ ଷଷ୍ଠୀ ଯାତ୍ରା । ଏଥିପାଇଁ ସପ୍ତାହକ ତଳେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବସିଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, "ସମ୍ବଲପୁରର ଶୀତଳ ଷଷ୍ଠୀ ପର୍ବ ଆମ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଶୀତଳ ଷଷ୍ଠୀକୁ ଭବ୍ୟତାର ସହ ପାଳନ କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।"

ଆମ ଓଡ଼ିଶାର ପର୍ବପର୍ବାଣୀ ଓ ଯାନିଯାତ୍ରାକୁ ବିଶ୍ୱ ଦରବାରରେ ଏକ ଅନନ୍ୟ ପରିଚୟ ପ୍ରଦାନ କରିବା ନିମନ୍ତେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

୧୫ ଜୁନ୍‌ରୁ ଶୀତଳ ଷଷ୍ଠୀ ଯାତ୍ରା

ଜୁନ୍ ୧୫ ତାରିଖରୁ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ହେବ । ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଉଭୟ ସୁରକ୍ଷା ଓ ଶୃଙ୍ଖଳା ଉପରେ ପ୍ରଶାସନ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ଧ୍ୟାନ ।

ଏଥିସହ ପଢ଼ନ୍ତୁ: ସୀମାରେ ହଠାତ୍ ମାଳମାଳ ବାଂଲାଦେଶୀଙ୍କ ଭିଡ଼; ଓଡ଼ିଶା ପଶିବା ଆଶଙ୍କା ! 

ମୁଖ୍ୟତଃ ଯାତ୍ରା ପରିଚାଳନା ପାଇଁ ପ୍ରଶାସନ ଶୀତଳ ଷଷ୍ଠୀ ଯାତ୍ରା କମିଟି ଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି । ସହରର ନନ୍ଦପଡ଼ା, ଝାଡ଼ୁଆପଡ଼ା ଏବଂ ବଡ଼ ସଡ଼କ ଭଳି ଅତ୍ୟାଧିକ ଜନଗହଳି ହେଉଥିବା ଅଞ୍ଚଳରେ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଏଥର ସ୍ୱତନ୍ତ୍ର ପ୍ରସ୍ଥାନ ରୁଟ୍ ବ୍ୟବସ୍ଥା ହେବ ।

ଫଳରେ ଜନସାଧାରଣ ସହଜରେ ଯାତ୍ରା ଦେଖି ବାହାରକୁ ବାହାରି ପାରିବେ । ତେବେ ଯାତ୍ରା ପୁର୍ବରୁ ସହରର ରାସ୍ତାଘାଟ ସ୍ବଚ୍ଛତା, ଡ୍ରେନେଜ୍ ମରାମତି, ଜବର ଦଖଳ ଉଚ୍ଛେଦ, ପ୍ରାକ୍-ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Govt Grants ₹1.08 Crore for Sambalpur Sital Sasthi Festival | Argus News | Argus News