Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha CMO Missing Files / CMOରୁ କମିଶନ ଫାଇଲ ଗାଏବ ଘଟଣା, କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତନ IT ସଚିବ ମନୋଜ ମିଶ୍ର

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
CMOରୁ କମିଶନ ଫାଇଲ ଗାଏବ ଘଟଣା, କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତନ IT ସଚିବ ମନୋଜ ମିଶ୍ର
Odisha CMO Missing Files

Key Points

CMOରୁ ତଦନ୍ତ କମିଶନ ଫାଇଲ ଗାଏବ ଘଟଣା
କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତନ IT ସଚିବ ମନୋଜ ମିଶ୍ର
କହିଲେ, ତଦନ୍ତରେ କରିବେ ସହଯୋଗ
ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ତଦନ୍ତ କମିଶନ ଫାଇଲ ଗାଏବ ଘଟଣାରେ କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର । ସେ ତାଙ୍କର ପକ୍ଷ ରଖିଛନ୍ତି । ସେ କହିଛନ୍ତି, CMOରୁ ଫାଇଲ ଗାଏବ ହୋଇଥିବାରୁ ସେତେବେଳେ କାମ କରୁଥିବା ସମସ୍ତ ଅଧିକାରୀଙ୍କୁ ଡାକି ପୋଲିସ ପଚରାଉଚରା କରୁଛି । ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବା ସହ ସବୁ ତଥ୍ୟ ପୋଲିସକୁ ଦେଇଥିବା ସେ କହିଛନ୍ତି । ତଦନ୍ତ ଚାଲିଥିବାରୁ ସମସ୍ତ ତଥ୍ୟ ଗଣମାଧ୍ୟମରେ ପ୍ରକାଶ କରି ହେବ ନାହିଁ ବୋଲି କହିଛନ୍ତି ମନୋଜ ମିଶ୍ର ।

ଅଧିକ ପଢ଼ନ୍ତୁ: NEETରେ AIR 20 ରଖି ଚମକିଲେ ଓଡ଼ିଆ ଛାତ୍ରୀ ବୈଷ୍ଣବୀ ଦାସ; କହିଲେ ଇନଷ୍ଟାଗ୍ରାମ ପଥଭ୍ରଷ୍ଟ କରାଏ


CMOରୁ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟା ସଂପର୍କିତ କମିଶନ ରିପୋର୍ଟ ହଜିବା ଘଟଣାରେ ଦୁଇ ଅବସରପ୍ରାପ୍ତ ଅଫିସରଙ୍କୁ ୨୨ ତାରିଖ ଭିତରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇ ତଥ୍ୟ ରଖିବାକୁ ନିର୍ଦ୍ଦେଶ ହୋଇଥିଲା । ପୂର୍ବତନ ଆଇଏଏସ ଅଧିକାରୀ ରାଜେଶ ବର୍ମା, ୨୦୧୭ରୁ ୨୦୨୨ ପର୍ଯ୍ୟାନ୍ତ ନବୀନଙ୍କ ପ୍ରମୁଖ ଶାସନ ସଚିବ ଥିଲେ । ଏବେ ସେ କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଅବସରପ୍ରାପ୍ତ ଆଇଆରଟିଏସ୍ ଅଫିସର ମନୋଜ ମିଶ୍ର ୨୦୨୩ରୁ ନବୀନ ପଟ୍ଟନାୟକଙ୍କ ଓଏସଡି ଭାବେ କାର୍ଯ୍ୟ କରୁଥିଲେ। ବିଜେଡି ସରକାର କ୍ଷମତାରୁ ଯିବା ପରେ ଚାକିରିରୁ ଇସ୍ତଫା ଦେଇଛନ୍ତି ।

ସୂଚନା ଅନୁସାରେ, ୨୦୦୮ ମସିହାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ଜଷ୍ଟିସ ନାଇଡ଼ୁ କମିଶନ ରିପୋର୍ଟ ସହ ଦୁଇଟି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗାଏବ ହୋଇଥିବା ନେଇ ଗୃହ ବିଭାଗ ପକ୍ଷରୁ ଜୁନ୍ ୧୦ ତାରିଖରେ ପୋଲିସରେ FIR ଦିଆଯାଇଥିଲା । ୨୦୨୪ ନିର୍ବାଚନ ପରେ ସିଏମଓରୁ ଗୃହ ବିଭାଗକୁ ସମସ୍ତ ଫାଇଲ ପଠାଯାଇଥିଲେ ମଧ୍ୟ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ଫେରିନଥିଲା ବୋଲି ଏଫଆଇଆରରେ ଉଲ୍ଲେଖ ଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored