Videos
|
Odisha

Jail Inspection / କଏଦୀ ଖସିଯିବା ପରେ ଚେତା ପଶିଲା, ଏଥର ହେବ ସରପ୍ରାଇଜ ଭିଜିଟ

Banajyotshna Ray
Browse all articles by Banajyotshna Ray
·11 months ago·2 min read
କଏଦୀ ଖସିଯିବା ପରେ ଚେତା ପଶିଲା, ଏଥର ହେବ ସରପ୍ରାଇଜ ଭିଜିଟ

Key Points

ଏଥର ହେବ ସରପ୍ରାଇଜ ଭିଜିଟ । ରାଜ୍ୟରେ ଥିବା ସମସ୍ତ ଜେଲ କୁ ସରପ୍ରାଇଜ ଭିଜିଟ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପି ମାନଙ୍କୁ ନିର୍ଦ୍ଦେଶ ।

କଏଦୀ ଖସିଯିବା ପରେ ଚେତା ପଶିଲା। ଏଥର ହେବ ସରପ୍ରାଇଜ ଭିଜିଟ । ରାଜ୍ୟରେ ଥିବା ସମସ୍ତ ଜେଲକୁ ସରପ୍ରାଇଜ ଭିଜିଟ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜେଲ ଡିଜି ସୁଶାନ୍ତ ନାଥ ସମସ୍ତ ଜିଲ୍ଲାପାଳ ଓ ଏସପି ମାନଙ୍କୁ କରିଛନ୍ତି ସ୍ୱତନ୍ତ୍ର ଚିଠି । ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ପରେ ତତ୍ପରତା ପ୍ରକାଶ କରିଛି ଜେଲ ବିଭାଗ । ଜେଲ ଭିତରେ ଅନେକ ଅନୈତିକ କରବାର ହେଉଥିବା ନେଇ ଅନେକ ଅଭିଯୋଗ ମଧ୍ୟ ପୂର୍ବରୁ ଆସିଛି । ବିଭିନ୍ନ ସମୟରେ ଜେଲ କଏଦୀଙ୍କ ନିକଟରୁ ନିଶା ଦ୍ରବ୍ୟ, ମାଦକ ଦ୍ରବ୍ୟ, ମୋବାଇଲ ଫୋନ ଓ ମରଣାସ୍ତ୍ର ମଧ୍ୟ ଜବତ ହୋଇଥାଏ ।


ଏସବୁକୁ ପ୍ରତିରୋଧ କରିବା ପାଇଁ ଜେଲ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ମାନଙ୍କୁ ସ୍ୱତନ୍ତ୍ର ଚିଠି କରାଯାଇଛି । ଗତ ୩ ତାରିଖରେ ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିଲେ ମଧୁକାନ୍ତ ରଣା ଓ ରାଜା ସାହାଣୀ । ଆରି ସାହାଯ୍ୟରେ ସେଲ୍ କୁ କାଟି ଦୁହେଁ ଖସି ଚାଲିଯାଇଥିଲେ। ଘଟଣାର ବିଚାର ବିଭାଗୀୟ ତଦନ୍ତ ଚାଲିଥିବା ବେଳେ ଗତକାଲି ବଦଳିଥିଲେ ଚୌଦ୍ୱାର ଜେଲ ର ଜେଲର । ଚୌଦ୍ୱାର ଜେଲର ସନ୍ତୋସିନୀ ଦାସଙ୍କ ବଦଳି କରାଯାଇଥିଲା । କଣ୍ଟାବାଞ୍ଜି ସବ ଜେଲ କୁ ସନ୍ତୋସିନୀ ଙ୍କ ବଦଳି ହୋଇଥିଲା । ସେପଟେ କଣ୍ଟାବାଞ୍ଜିରେ ଜେଲର ଥିବା ରଘୁରାଜ ମାଝୀଙ୍କୁ ମିଳିଥିଲା ଚୌଦ୍ୱାର ଦାୟିତ୍ୱ ।ବାରମ୍ୱାର ରାଜ୍ୟର ଅନେକ ଜେଲରୁ ଏଭଳି ଘଟଣା ସାମ୍ନାକୁ ଆସିଥାଏ। କିଭଳି ଭାବରେ କଏଦୀମାନେ ଜେଲରୁ ବାହାରକୁ ନବାହାରିପାରିବେ, ସେନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ଏହା ସତ୍ତ୍ୱେ ଜଣେ କଏଦୀ କିପରି ଏବଂ କାହା ସାହାଯ୍ୟରେ ବାହାରକୁ ବାହାରିପାରୁଛି ସେନେଇ ଉଠୁଛି ପ୍ରଶ୍ନ। ଅତି ସହଜରେ କଏଦୀମାନେ କିପରି ଜେଲରୁ ଚମ୍ପଟ ମାରୁଛନ୍ତି ତାହା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ବଡ଼ ନିଷ୍ପତ୍ତି ନିଆଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: ଚୌଦ୍ଵାର ଜେଲ୍‌ରୁ କିଭଳି ଖସିଗଲେ ଦୁଇ ବିହାରୀ କଏଦୀ ? ତଦନ୍ତ ରିପୋର୍ଟରେ ଏମାନଙ୍କୁ ଦାୟୀ କଲେ ଡିଆଇଜି


ଏଇ ଏବେ ଏବେ ଘଟଣା ଯଦି ଦେଖିବା ଟିଟିଲାଗଡ ଜେଲରୁ ଜେଲରୁ 2 ବିଚାରାଧିନ କଏଦୀ ଫେରାର ହେବା ପରେ ଭୟଭୀତ ହୋଇପଡିଥିଲେ ସେମାନଙ୍କ ବିରୋଧରରେ ଅଭିଯୋଗ ଆଣିଥିବା ପରିବାର । ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଆଶଙ୍କା କରିବା ସହ ଭୟଭୀତ ହୋଇ ପଡିଥିଲେ । ଘଟଣାର ସିବିଆଇ ତଦନ୍ତ ସହ ସେମାନଙ୍କୁ ଫାଶୀ ଦିଆଯାଉ ବୋଲି ପରିବାର ଲୋଲକ ଦାବି କରିଥିଲେ । ତେବେ ଆଗାମୀ ଦିନରେ ଏଭଳି ଘଟଣାକୁ ରୋକାଯାଇପାରିବ ସେନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଣିକି ସରପ୍ରାଇଜ ଭିଜିଟ କରିବେ ଜିଲ୍ଲାପାଳ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories