Videos
|
Odisha

Congress Infighting / ପୁଣି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା କଂଗ୍ରେସ କଳି, ପିସିସି ସଭାପତିଙ୍କ ଆଗରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

Bikash Mohanty
Browse all articles by Bikash Mohanty
·1 hour ago·1 min read
ପୁଣି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା କଂଗ୍ରେସ କଳି, ପିସିସି ସଭାପତିଙ୍କ ଆଗରେ  ଦୁଇ ଗୋଷ୍ଠୀ ମୁହାଁମୁହିଁ
Congress

Key Points

ପୁଣି ଦାଣ୍ଡରେ ପଡି ହାଟରେ ଗଡ଼ିଲା କଂଗ୍ରେସ କଳି
ବନ୍ୟା କ୍ଷୟକ୍ଷତି ଦେଖିବାକୁ ଯାଇଥିବା ଦୁଇ ଗୋଷ୍ଠୀ ଭିତରେ କଥା କଟାକଟି
ପିସିସି ସଭାପତିଙ୍କ ଆଗରେ ଦୁଇ ଗୋଷ୍ଠୀଙ୍କ ଭିତରେ ପାଟିତୁଣ୍ଡ
ହୋଟେଲ ଭିତରେ ଅଶ୍ଳୀଳ ଭାଷା ସହ ଗାଳିଗୁଲଜ
ବ୍ରହ୍ମପୁର,୦୬/୧୧: ପୁଣି ଦାଣ୍ଡରେ ପଡି ହାଟରେ ଗଡ଼ିଲା କଂଗ୍ରେସ କଳି । ଛତ୍ରପୁର ଏବଂ ଗଞ୍ଜାମ ବ୍ଲକର ବନ୍ୟା କ୍ଷୟକ୍ଷତି ଦେଖିବାକୁ ଯାଇଥିବା ଦୁଇ ଗୋଷ୍ଠୀ ଭିତରେ କଥା କଟାକଟି । ପିସିସି ସଭାପତିଙ୍କ ଆଗରେ ପଦାରେ ପଡିଲା ଗୋଷ୍ଠୀ କନ୍ଦଳ। ହୋଟେଲ ଭିତରେ ଦୁଇ ଗୋଷ୍ଠୀ ମଧ୍ୟରେ ଅଶ୍ଳୀଳ ଭାଷା ସହ ଗାଳିଗୁଲଜ ହୋଇଥିଲା

ଅନ୍ୟପଟେ ପିସିସି ସଭାପତି ଭକ୍ତ ଦାସ, ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ଉପସଭାପତି ଅଶୋକ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତା କର୍ମୀ, ପଦାଧିକାରୀ ପ୍ରମୁଖ ବାଇପାସରେ ଥିବା ଏକ ଘରୋଇ ହୋଟେଲରେ ଖାଉଥିବା ବେଳେ ଛତ୍ରପୁର ବ୍ଲକର କଂଗ୍ରେସ ନେତା ଭାଗିରଥି ବେହେରା, ଗଣପତି ବାରିକ, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାର କିଛି କଂଗ୍ରେସ ନେତାଙ୍କୁ ଗାଳି ଗୁଲୁଜ କରିବା ସହ ଅଶ୍ଳୀଳ ଭାଷା ଗାଳି ଦେଇଥିଲେ ।

ପଢନ୍ତୁ ଏହିୁ ଖବର : ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓଙ୍କ ଘରେ EOW ରେଡ୍

ଜିଲ୍ଲାର ନେତୃତ୍ବ ନେଉଥିବା ନେତା ମାନେ ପିସିସି ସଭାପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଜଣାଯାଇନଥିବା, ଛତ୍ରପୁର ଗାଙ୍ଗପୁରଠାରେ ଚାଷୀମାନେ ଅପେକ୍ଷା କରିଥିବା ବେଳେ ପିସିସି ସଭାପତିଙ୍କୁ ନିଆ ନ ଯିବା ସହ ଦଳୀୟ ବିଶୃଙ୍ଖଳା କରୁଥିବା ଅଭିଯୋଗ ହୋଇଛି
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: