Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଢିଛି ଦଣ୍ଡବିଧାନ ହାର, ପୂର୍ବରୁ 5 କି 7 ପ୍ରତିଶତ ଥିଲା ତାହା ଏବେ 40 ପ୍ରତିଶତରେ ପହଂଚିଲାଣି

Odisha

Conviction Rate Increased / ବଢିଛି ଦଣ୍ଡବିଧାନ ହାର, ପୂର୍ବରୁ 5 କି 7 ପ୍ରତିଶତ ଥିଲା ତାହା ଏବେ 40 ପ୍ରତିଶତରେ ପହଂଚିଲାଣି

Bikash Mohanty
Browse all articles by Bikash Mohanty
·1 hour ago·2 min read
ବଢିଛି ଦଣ୍ଡବିଧାନ ହାର,  ପୂର୍ବରୁ 5 କି 7 ପ୍ରତିଶତ ଥିଲା ତାହା ଏବେ 40 ପ୍ରତିଶତରେ ପହଂଚିଲାଣି
Prithviraj Harichandan

Key Points

ବଢିଛି ଦଣ୍ଡବିଧାନ ହାର, ପୂର୍ବରୁ 5 କି 7 ପ୍ରତିଶତ ଥିଲା
ଏବେ 40 ପ୍ରତିଶତରେ ପହଂଚିଲାଣି
କ୍ରିମିନାଲଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡା ରହିବ
ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନଙ୍କ ଚେତାବନି
୦୯/୦୫,ଭୁବନେଶ୍ବର: ଦଣ୍ଡ ବିଧାନ ହାର ପୂର୍ବରୁ 5 କି 7 ପ୍ରତିଶତ ଥିଲା ତାହା ଏବେ 40 ପ୍ରତିଶତରେ ପହଂଚିଲାଣି। ଦଣ୍ଡବିଧାନ ହାର ବଢିଛି। ଦୈନିକ ରିପୋର୍ଟ ସମୀକ୍ଷା କରାଯିବ ସେ ଆଡକୁ ବି ସରକାର ଯାଉଛନ୍ତି। ପ୍ରଫେସନାଲ କ୍ରିମିନାଲ ହୁଅନ୍ତୁ କି ଅକେଜନାଲ କ୍ରିମିନାଲ କାହାକୁ ଛଡା ଯିବନି ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ। ଯେଉଁ ଘଟଣା ଘଟୁ ଦୋଷୀଙ୍କୁ କୋଠାର ଦଣ୍ଡ ଦିଆଯିବ। କ୍ରିମିନାଲ ପ୍ରତି ଆଭିମୁଖ୍ୟ ଆହୁରି କଡା ରହିବ। ଯାହା କରିଛନ୍ତି କର୍ମର ଫଳ ପାଇବେ ଅପରାଧୀ। ଆଗକୁ ଯେମିତି ଏଭଳି ଘଟଣା ନଘଟିବ ସରକାର ତତ୍ପର ଅଛନ୍ତି ବୋଲି କହିଛନ୍ତି ପୃଥ୍ବିରାଜ ହରିଚନ୍ଦନ।

ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ଘଟଣାକୁ ପୂରିଛି ୪୮ ଘଣ୍ଟା। ଘଟଣାରେ ଆଉ 4 ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ଭାଇରଲ ଭିଡ଼ିଓ ଆଧାରରେ ସେମାନଙ୍କୁ ଚିହ୍ଟଟ କରାଯାଇଥିଲା। ପୂର୍ବରୁ ଏହି ଘଟଣାରେ 5 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ଗତ ଗୁରୁବାର ଦିନ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ GRP କନେଷ୍ଟବଲ ସୈାମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟି ପିଟି ହତ୍ୟା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ଡିଜି ୱାଇ. ବି. ଖୁରାନିଆ କହିଛନ୍ତି । ଏହାପରେ ଘଟଣାସ୍ଥଳର ଆଖପାଖ ଗାଁ ଗୁଡିକୁ ଗିରଫଦାରି ଭୟ ଘାରିଛି।

ପଢନ୍ତୁ ଏହି ଖବର: ରହସ୍ୟ ଘେରରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା,ସତ ଜାଣିବାକୁ ପୋଲିସର ତନାଘନା

ବେଣୁପୁର ଗାଁରେ ପୀଡିତାଙ୍କ ଘର । ସେ ଫୋନ୍ କରିବା ଯୋଗୁ ତାଙ୍କ ସମ୍ପର୍କୀୟଙ୍କ ସମେତ ଅନେକ ଗ୍ରାମବାସୀ ଘଟଣାସ୍ଥଳକୁ ମାଡି ଆସିଥିଲେ । ଅଭିଯୁକ୍ତଙ୍କୁ ଗିରଫ ବେଳେ ପୋଲିସ ପ୍ରବଳ ଉତ୍ତେଜନାର ସାମ୍ନା କରିଥିଲା । ଏପଟେ ଗାଁର ଅନେକ ଘରୁ ପୁରୁଷମାନେ କେଉଁଆଡେ ଉଭାନ ହୋଇଯାଇଛନ୍ତି। ଘଟଣାସ୍ଥଳର ଅତି ନିକଟରେ ଥିବା ବାଲିକାନ୍ତିଆ ଗାଁର ଅଧିକାଂଶ ଘରେ ପୁରୁଷ ଲୋକଙ୍କ ଦେଖା ମିଳୁନି।

ପୀଡ଼ିତାଙ୍କ କହିବା କଥା ତାଙ୍କ ସହ ଅସଦାଚରଣ କରାଯାଇଛି। ମାଡ଼ ମରାଯିବା ସହ ତାଙ୍କୁ ଉଠାଇ ନେବାକୁ ମଧ୍ୟ ସାଙ୍ଗକୁ କହୁଥିଲେ ମୃତ ସୌମ୍ୟରଞ୍ଜନ। ସେପଟେ ମୃତ ସୌମ୍ୟଙ୍କ ସାଙ୍ଗ ଓମଙ୍କ କହିବା କଥା କମେଣ୍ଟ ମାରି ନାହିଁ କି ଦୁଷ୍କର୍ମ କରିବାକୁ ଉଦ୍ୟମ କରିନାହିଁ। ଗଣମାଧ୍ୟମ ଆଗରେ ମିଛ କହୁଛନ୍ତି ଦୁଇ ଯୁବତୀ ।

ସୌମ୍ୟରଞ୍ଜନଙ୍କ ସହ ଯାହା ଘଟିଲା ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । ରାସ୍ତା ମଝିରେ ଅସଦାଚରଣ କରିବା ଅଭିଯୋଗକୁ ପରିବାର ଲୋକ ମିଛ ବୋଲି କହିଛନ୍ତି । ରାଜ୍ୟ ବାହାରେ ଦୁଇ ପୀଡିତା ଯୁବତୀଙ୍କର ପଲିଗ୍ରାଫ୍ ଟେଷ୍ଟ କରିବାକୁ ଦାବି କରିଛନ୍ତି । ଗତକାଲି କ୍ରାଇମ୍ ସ୍ପଟ୍ ରେ ପୋଲିସ DG ଓ ମହିଳା କମିଶନ ଅଧ୍ୟକ୍ଷା ପହଞ୍ଚି ଅନୁଧ୍ୟାନ କରିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Conviction Rate Increased | Odisha Conviction Rate Rose from 5-7% to 40%, Says Law Minister Prithviraj Harichandan | Argus News