Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନୟାଗଡରେ ହତ୍ୟା, ଖଇରାରେ ଦୁଇ ଜଣଙ୍କୁ ହାଣିଲା ପଡ଼ୋଶୀ,ଉଦଳାରେ ଯୁବକଙ୍କୁ ଗଛରେ ବାନ୍ଧି ଛେଚିଲେ ଲୋକେ

Odisha

Violence In Odisha / ନୟାଗଡରେ ହତ୍ୟା, ଖଇରାରେ ଦୁଇ ଜଣଙ୍କୁ ହାଣିଲା ପଡ଼ୋଶୀ,ଉଦଳାରେ ଯୁବକଙ୍କୁ ଗଛରେ ବାନ୍ଧି ଛେଚିଲେ ଲୋକେ

Bikash Mohanty
Browse all articles by Bikash Mohanty
·2 hours ago·2 min read
ନୟାଗଡରେ ହତ୍ୟା, ଖଇରାରେ ଦୁଇ ଜଣଙ୍କୁ ହାଣିଲା ପଡ଼ୋଶୀ,ଉଦଳାରେ ଯୁବକଙ୍କୁ ଗଛରେ ବାନ୍ଧି ଛେଚିଲେ ଲୋକେ
Violance

Key Points

ନୟାଗଡ ଓଡଗାଁରେ ବର୍ବର ହତ୍ୟାକାଣ୍ଡ
ଉଦଳାରେ ଯୁବକଙ୍କୁ ଗଛରେ ବାନ୍ଧି ଛେଚିଲେ ଲୋକେ
ବାଲେଶ୍ୱର ଖଇରାରେ ଦୁଇ ଜଣଙ୍କୁ ହାଣିଲା ପଡ଼ୋଶୀ

ଭୁବନେଶ୍ବର,୧୧/୦୫: ନୟାଗଡ ଓଡଗାଁରେ ବର୍ବର ହତ୍ୟାକାଣ୍ଡ । ଅତି ଅମାନୁଷିକ ଭାବେ ଯୁବକକୁ ହାତ ଗୋଡ଼ ହାଣି ବୀଭତ୍ସ ଭାବେ ହତ୍ୟା । ଏହା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଗତକାଲି ବିଳମ୍ବିତ ରାତିରେ ରୋହିବାଙ୍କରୁ ଓଡ଼ଗାଁକୁ ମାଙ୍କଡା ପଥର ବ୍ୟବସାୟୀ ମାନେ ବେଆଇନ ଭାବେ ପଥର ଚାଲଣ କରୁଥିବା ସମୟରେ ଓଡଗାଁ ଥାନା ଶିଳ୍ପୀନଗର ଅଂଚଳର ୨ ଜଣ ଯୁବକ ଏହାକୁ ବିରୋଧ କରିଥିଲେ I ଘଟଣା ସ୍ଥଳରେ ବିରୋଧ କରୁଥିବା ଜଣେ ଯୁବକକୁ କାବୁ କରି 6ରୁ 7ଜଣ ଯୁବକ ମିଶି ଅତି ନିର୍ମମ ଭାବେ ହାତୀ ହତ୍ୟା କରିଥିବା ଅଭିଯୋଗ ହୋଇଛି।  ଓଡ଼ଗାଁ କଦଳୀ ବନ୍ଧ ଛକ ଠାରେ ଯୁବକଙ୍କୁ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ ।

ମୃତକ  ଯୁବକ ହେଲେ ଅଜିତ ସାହୁ I ତେବେ ଅଜିତଙ୍କର ସହଯୋଗୀ ସନ୍ତୋଷ କୁମାର ପ୍ରଧାନ ଘଟଣା ସ୍ଥଳରୁ ଖସି ଯାଇ ଓଡଗାଁ ଥାନାରେ ଖବର ଦେଇଥିଲେ I ସକାଳୁ ଓଡ଼ଗାଁ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି I ସେପଟେ ଏ ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି।

ପଢନ୍ତୁ ଏହି ଖବର: ରାୟଗଡ଼ାରେ ଯୁବକଙ୍କୁ ଅପହରଣ ପରେ ଗୁଳି ଫୁଟାଇ ହତ୍ୟା

ସେପଟେ ମୟୁରଭଞ୍ଜର ଉଦଳାରେ ଯୁବକଙ୍କୁ ଗଛରେ ବାନ୍ଧି ଛେଚିଲେ ଲୋକେ । ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିବା ସୂଚନା ମିଳିଛି । ମୟୂରଭଂଜ ଜିଲ୍ଲା ଉଦଳା ଥାନା ପାଟଶାଣିପୁର ପଞ୍ଚାୟତ ବରହମପୁର ଗାଁରେ ଏଭଳି ଘଟଣା ଘଟିଛି । ବାରିପଦା ଅଞ୍ଚଳର ଦୁଇ ଜଣ ଯୁବକ ରାତିରେ ବରହମପୁର ଗାଁରେ ଦୁଇ ଜଣ ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଗ୍ରାମବାସୀ ଦୁଇ ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା କରିଥିବା ବେଳେ ଜଣେ ଫେରାର ହୋଇଯାଇଥିଲା । ଜଣେ ଯୁବକଙ୍କୁ ଗ୍ରାମବାସୀ କାବୁ କରି ଦଉଡିରେ ଗଛରେ ବାନ୍ଧି ମାଡ଼ ମାରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା। ଯୁବକ ଜଣଙ୍କ ନିଜ ସ୍ତ୍ରୀକୁ ଖୋଜି ଖୋଜି ଭୁଲରେ ଆସି ଗାଁରେ ପଶିଥିଲା ବୋଲି ପୋଲିସ କହିଛି।

ବାଲେଶ୍ୱର ଖଇରା ଥାନା ଅଧୀନ ହରିପୁର ଗାଁରେ ଛାତ ପକାକୁ କେନ୍ଦ୍ର କରି ଗଣ୍ଡଗୋଳ। ପଡୋଶୀଙ୍କ ମରଣାନ୍ତକ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ କମଳା ସେଠୀ । ତେବେ ଗୁରୁତର ଶକୁନ୍ତଳା ସେଠୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗତକାଲି ହରିପୁର ଗାଁର ସୁରେନ୍ଦ୍ର ସେଠୀଙ୍କ ଘର ଛାତ ପଡିବା ଲାଗି ସେଣ୍ଟ୍ରିଙ୍ଗ ହେଉଥିଲା ବେଳେ ଏହି ଆକ୍ରମଣ ହୋଇଛି । ସେଣ୍ଟ୍ରିଙ୍ଗ ସମୟରେ ଏକ ପଟା ପଡୋଶୀ ମାନସ ଜେନାଙ୍କ ଘର ପାଖରେ ପଡ଼ିଥିଲା । ଏଥିରେ ମାନସ ଉତ୍ତ୍ୟକ୍ତ ହୋଇ ସୁରେନ୍ଦ୍ରଙ୍କ ଭଉଣୀ କମଳା ଏବଂ ତାଙ୍କ ଭାଉଜ ଶକୁନ୍ତଳାଙ୍କୁ ହାଣି ପକାଇଥିଲେ। ଏ ନେଇ ଖଇରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Violence In Odisha | Odisha Crime Update: Murder in Nayagarh, Double Attack in Khaira, Assault in Udala | Argus News