Rayagada Murder / ରାୟଗଡ଼ାରେ ଯୁବକଙ୍କୁ ଅପହରଣ ପରେ ଗୁଳି ଫୁଟାଇ ହତ୍ୟା
·4 months ago·2 min read

Key Points
ରାୟଗଡ଼ା ସହରରେ ଯୁବକଙ୍କୁ ହତ୍ୟା
ଯୁବକଙ୍କୁ ଅପହରଣ ପରେ ହତ୍ୟା
ମୃତ ଯୁବକଙ୍କ ନାମ ନିଖିଲ
ଯୁବକଙ୍କୁ ଅପହରଣ ପରେ ହତ୍ୟା
ମୃତ ଯୁବକଙ୍କ ନାମ ନିଖିଲ
ରାୟଗଡ଼ା, ୧୦/୦୫: ରାୟଗଡା ସହରରେ ଫୁଟିଲା ଗୁଳି,ଗୁଳିକାଣ୍ଡ ପରେ ଯୁବକଙ୍କୁ ଅପହରଣକରିନେଇଥିବା ଜଣା ପଡ଼ିଛି,ରାୟଗଡା ସହର ଇନ୍ଦିରା ନଗର ୩ୟ ଲାଇନରେ କିଛି ଅଜଣା ଦୁର୍ବୁତ୍ତ ଗୁଳିକାଣ୍ଡ କରି ଜଣେ ଯୁବକଙ୍କୁ ଅପହରଣ କରିନେଇଥିବା ଜଣାପଡିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ଗତକାଲି ରାତିରେ କିଛି ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ଜଣେ ଯୁବକଙ୍କୁ ପିଛା କରିଥିଲେ । ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଯୁବକ ଜଣଙ୍କ ଭୟରେ ଦୌଡି ପଳେଇବା ସମୟରେ ଫାଇରିଂ ହୋଇଥିବା କୁହାଯାଇଛି। ମୃତ ଯୁବକଙ୍କ ନାମ ନିଖିଲ । ରାୟଗଡା ଟାଉନ ଥାନା ପୁଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଗୁଳିକାଣ୍ଡ ଘଟଣାକୁ ପୁଲିସ ଅସ୍ବିକାର କରିଥିବା ବେଳେ ଘଟଣାର ତଦନ୍ତ ଚାଲିଛି ବୋଲି ପୁଲିସ ଗଣମାଧ୍ୟମକୁ କହିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ଛାୟା ଖେଳିଯାଇଛି ।
ପଢନ୍ତୁ ଏହି ଖବର: ରାଜଧାନୀ ଉପକଣ୍ଠରେ ଅଭାବନୀୟ ଘଟଣା, ପୋଲିସ୍ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ
ସେପଟେ ଆଜି ସକାଳୁ ସହରର କଣ୍ଡାତୁମ୍ବିଗୁଡା ନିକଟରେ ଥିବା ନାଗାବଳୀ ନଦୀ ପଠାରେ ନିଖିଲର ମୃତ ଦେହ ଉଦ୍ଧାର କରାଯାଇଛି। ପୂର୍ବରୁ ନିଖିଲ ନାମରେ ଅନେକ ଅପରାଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି। ତେବେ ଏହା ଏକ ଗ୍ୟାଙ୍ଗଓ୍ବାର ବୋଲି ମୃତକର ମାଁ ଅଭିଯୋଗ କରିଛନ୍ତି। ମୃତଦେହ ନିକଟରେ ଚାପା ଉତ୍ତେଜନା ଜାରି ରହିଛି। ଘଟଣାସ୍ଥଳରେ ସାଇନଟିଭିକ୍ ଟିମ୍ ପହଞ୍ଚିବା ସହ ରାୟଗଡା ଏସପି ସ୍ବାତୀ ଏସ୍ କୁମାର ଘଟଣାର ଅନୁଧ୍ଯାନ କରୁଛନ୍ତି। ଅଭିଯୁକ୍ତ ମାନେ ବର୍ତ୍ତମାନ ଚିହ୍ନଟ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ୪ ଟି ଟିମ ଗଠନ କରାଯାଇଛି । ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ମୃତ ଦେହ ପଡିଥିବା ନାଗାବଳୀ ନଦୀ ପଠା ନିକଟରେ ଉତେଜନା ରୋକିବା ନିମନ୍ତେ ଏକ ପ୍ଲାଟୁନ ଫୋର୍ସ ମୃତୟନ କରିଛି ପୋଲିସ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଆଇନଶୃଙ୍କଳା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ ଆକ୍ସନ ମୋଡ଼ରେ ପୋଲିସ ଡିଜି ଓ୍ବାଇ ଖୁରାନିଆ ଡାକିଲେ ବଡ଼ ବୈଠକ। ଆଜି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତ ନେଇ ହେବ ସମୀକ୍ଷା। ସମସ୍ତ ରେଞ୍ଜ ଆଇଜି,ଡିଆଇଜି ସବୁ ଜିଲ୍ଲାର ଏସପିଙ୍କ ସହ ପୋଲିସ କମିଶନର ଏବଂ ଦୁଇ ଡିସିପିଙ୍କୁ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ରେଳବାଇ ଏସପି ମଧ୍ୟ ଏହି ବୈଠକରେ ସାମିଲ ହେବେ। ଅପରାହ୍ନ 4 ଟାରେ ହେବ ବୈଠକ। ଗତକାଲି ଲୋକ ସେବା ଭବନରେ ଆଇନ ଶୃଙ୍ଖଳା ସମୀକ୍ଷା କରି ଡିଜିଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କହିଥିଲେ।
Related Topics
Explore more stories