Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crocodile Terror / ନଈକୂଳରୁ ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର

Ritu Das
Browse all articles by Ritu Das
·9 months ago·1 min read
ନଈକୂଳରୁ ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର

Key Points

ଦିନ ହେଉ ଅବା ରାତି ଗୋବରୀ ନଦୀ କୂଳିଆ ଲୋକଙ୍କ ନିଦ ହଜେଇ ଦେଲାଣି ମଣିଷ ଖିଆ କୁମ୍ଭୀର। କୁମ୍ଭୀର ଲଢେଇ ଭିତରେ କେତେ ବେଳେ ମଣିଷ ତ ଆଉ କେବେ ନିରୀହ ଛେଳି ମେଣ୍ଢାଙ୍କ ଜୀବନ ଅକାଳରେ ଚାଲି ଯାଉଛି।

ଦିନ ହେଉ ଅବା ରାତି ଗୋବରୀ ନଦୀ କୂଳିଆ ଲୋକଙ୍କ ନିଦ ହଜେଇ ଦେଲାଣି ମଣିଷ ଖିଆ କୁମ୍ଭୀର। କୁମ୍ଭୀର ଲଢେଇ ଭିତରେ କେତେ ବେଳେ ମଣିଷ ତ ଆଉ କେବେ ନିରୀହ ଛେଳି ମେଣ୍ଢାଙ୍କ ଜୀବନ ଅକାଳରେ ଚାଲି ଯାଉଛି। ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ସୁନୀତି ଗ୍ରାମ ପଞ୍ଚାୟତ ବେଣାକନ୍ଧା ଗାଁରେ। ଜଣେ ମହିଳାଙ୍କୁ ନଈକୂଳରୁ ଝାମ୍ପି ନେଇଛି କୁମ୍ଭୀର। ଦିନ ୩ଟା ବେଳେ ନଈକୂଳକୁ ଅନ୍ୟ ମହିଳା ମାନଙ୍କ ସହିତ ଛେଳି ବାନ୍ଧିବାକୁ ଆସିଥିଲା।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବେ ସେଠାରେ ଛକି ରହିଥିଲା କୁମ୍ଭୀର ହଠାତ ମହିଳାଙ୍କ ବେକକୁ ଧରି ଟାଣିନେଇଗଲା ମଝିନଈକୁ ,ଅନ୍ୟ ମହିଳାମାନେ ଚିତ୍କାର ଶୁଣି ଗାଁ ର ଲୋକମାନେ ଦୌଡ଼ି ଆସି ଜାଲ ଡଙ୍ଗା ନେଇ ବହୁତ ଖୋଜାଖୋଜି କରିଥିଲେ। ପରେ ଖବର ପାଇ ମହାକାଳପଡ଼ା ଦମକଳ ବାହିନୀ ଓ ଜମ୍ବୂ ବନକର୍ମଚାରୀ ମାନେ ନଈରେ ଡଙ୍ଗା ସାହାଯ୍ୟରେ ଖୋଜୁଛନ୍ତି। ତେବେ ମହିଳାଙ୍କ ଖୋଜଖବର ଏପର୍ଯ୍ୟନ୍ତ ମିଳିପାରି ନାହିଁ। ମହିଳା ଜଣକ ହେଲେ ବାବୁଲା ଦଳାଇଙ୍କ ସ୍ତ୍ରୀ ଲକ୍ଷ୍ମୀ ଦଳାଇ।

Sponsored
Crocodile Drags Woman from Riverbank in Odisha – Argus News | Argus News