Fire Mishap / କଟକ ଲିଙ୍କରୋଡ୍ LIC ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ

Key Points
ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି ଅଗ୍ନିଶମ ବାହିନୀ
ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି
ସକାଳୁ ସକାଳୁ ବଡ଼ ଅଘଟଣ । କଟକ ଲିଙ୍କରୋଡ୍ LIC ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି । ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
ଖବର ଅନୁଯାୟୀ, କଟକ ଲିଙ୍କ ରୋଡ୍ରେ ଥିବା LIC ଅଫିସରେ ନିଆଁ ଲାଗିଥିବାର ଖବର ମିଳିଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ମଧ୍ୟ ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି । ହେଲେ ଏବେ ଯାଏଁ ନିଆଁ ଉପରେ ଆୟତ୍ତ କରିପାରିନାହିଁ ଅଗ୍ନିଶମ ବାହିନୀ ।
ଏଥିସହ ପଢ଼ନ୍ତୁ: ସକାଳୁ ସକାଳୁ ୫ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ; ପରିବାରର ୫ ଜଣଙ୍କ ସହ ୯ ମୃତ
ସେହିପରି ଘଟଣାସ୍ଥଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବାକି ଏବେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବାହାର କରିବାକୁ ଚେଷ୍ଟା କରାଯାଉଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।
ସେପଟେ ଅଫିସ ଭିତରେ ନିଆଁ ଲାଗିଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ତେବେ ଅଫିସରେ କେମିତି ଏତେ ବଡ଼ଧରଣର ନିଆଁ ଲାଗିଲା । ଯଦି ବି ନିଆଁ ଲାଗି ବିଲ୍ଡିଂ ଅଗ୍ନି ନିୟନ୍ତ୍ରାକ ଯନ୍ତ୍ର ଥିଲା କି ନାହିଁ । ଏପରି ନାନା ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କୁ ମାରୁଛି ।
📱 Get Argus News App
✨Related Topics
Explore more stories