Videos
|
Odisha

Cyber fraud / ଆରମ୍ଭ ହେବକୁ ଯାଉଛି ଓଡିଶା ସାଇବର କମାଣ୍ଡ ସେଣ୍ଟର, ଜାଣନ୍ତୁ ଏହା କିଭଳି କାମ କରିବ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଆରମ୍ଭ ହେବକୁ ଯାଉଛି ଓଡିଶା ସାଇବର କମାଣ୍ଡ ସେଣ୍ଟର, ଜାଣନ୍ତୁ ଏହା କିଭଳି କାମ କରିବ
Fraud

Key Points

ଆଉ ବର୍ତ୍ତି ପାରିବେନି ସାଇବର୍ ଅପରାଧୀ 
ଓଡ଼ିଶା ପୋଲିସ ସ୍କାନରେ ସାଇବର୍ ଅପରାଧୀ 
ଆରମ୍ଭ ହେବକୁ ଯାଉଛି ଓଡିଶା ସାଇବର କମାଣ୍ଡ ସେଣ୍ଟର
କ୍ରାଇମବ୍ରାଞ୍ଚ ଆଇଜି  ସାର୍ଥକ ଷଡଙ୍ଗୀଙ୍କ ସୂଚନା 
ଭୁବନେଶ୍ୱର:୧୬/୧୦: ଆଉ ବର୍ତ୍ତି ପାରିବେନି ସାଇବର୍ ଅପରାଧୀ I ଓଡ଼ିଶା ପୋଲିସ ସ୍କାନରେ ସାଇବର୍ ଅପରାଧୀ I ସାଇବର୍ କ୍ରାଇମ୍ କୁ ମାତ ଦେବାପାଇଁ ଓଡ଼ିଶା ପୋଲିସ ର ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ I ସାଇବର କ୍ରିମିନାଲଙ୍କୁ ମାତ୍ ଦେବା ପାଇଁ ୨୪୯ କୋଟି ବ୍ୟୟ ବରାଦ ରେ ଆରମ୍ଭ ହେବକୁ ଯାଉଛି ଓଡିଶା ସାଇବର କମାଣ୍ଡ ସେଣ୍ଟର। ଏହି କେନ୍ଦ୍ର ମାଧ୍ୟମରେ ସାଇବର ଅପରାଧର ତଦନ୍ତ, ନିରୀକ୍ଷଣ ଓ ଅପରାଧୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟାକୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷ୍ୟ ରହିଛି।

ସାଇବର ଅପରାଧ ଉପରେ ନଜର

ସାଇବର ଠକେଇ ଏବେ ପୋଲିସ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି। ଲୋକଙ୍କୁ ଫୋନ୍ କରି ବ୍ୟାଙ୍କ୍ ତଥ୍ୟ ହାସଲ କରିବାଠାରୁ ଆରମ୍ଭ କରି ନକଲି ଲିଙ୍କ୍ ଜରିଆରେ ଟଙ୍କା ଲୁଟ୍ ପର୍ଯ୍ୟନ୍ତ ବିଭିନ୍ନ ଉପାୟ ଆପଣାଉଛନ୍ତି ଠକ। ଏଭଳି ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ଆଧୁନିକ ଜ୍ଞାନକୌଶଳର ସହାୟତା ନେବାକୁ ଯୋଜନା କରିଛି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ପ୍ରକଳ୍ପ ପାଇଁ ୨୪୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ସୂଚନା ମିଳିଛି। ଏହି କମାଣ୍ଡ ସେଣ୍ଟରରେ ୨୨୪ ଜଣ ଦକ୍ଷ ଓ ଅଭିଜ୍ଞ ଅଧିକାରୀ କାର୍ଯ୍ୟ କରିବେ। ଅତ୍ୟାଧୁନିକ ସଫ୍ଟୱେର ଓ ହାର୍ଡୱେର ବ୍ୟବହାର କରି ସାଇବର ଅପରାଧ ସମ୍ପର୍କିତ ତଥ୍ୟର ବିଶ୍ଳେଷଣ କରାଯିବ।

ପଢନ୍ତୁ ଏହି ଖବର: ଏଣିକି ଫେକ୍ କଲ୍‌କୁ ଲାଗିବ ଲଗାମ! ଜାଣନ୍ତୁ ନୂଆ ନିୟମ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥି ସହ ପଢନ୍ତୁ:  ହ୍ୱାଟ୍ସଆପ୍‌ ଆକାଉଣ୍ଟ ନଥିଲେ ବି କରିପାରିବେ କଲ୍‌! ଜାଣନ୍ତୁ କେମିତି କରିବେ ବ୍ୟବହାର
ଠକଙ୍କ ନମ୍ବର, IP ଆଡ୍ରେସ୍ ଓ ଲୋକେସନ୍ ଟ୍ରାକ୍ କରିବ

ସାଇବର କମାଣ୍ଡ ସେଣ୍ଟରରେ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଦ୍ୱାରା ଠକେଇରେ ବ୍ୟବହୃତ ମୋବାଇଲ୍ ନମ୍ବର, IP ଆଡ୍ରେସ୍ ଓ ସମ୍ଭାବ୍ୟ ଲୋକେସନ୍ ସମ୍ପର୍କିତ ତଥ୍ୟ ଚିହ୍ନଟ କରିବାରେ ସହାୟତା ମିଳିପାରିବ। ଫଳରେ ବିଭିନ୍ନ ସାଇବର ଠକେଇ ମାମଲାର ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରିବା ସହ ଅପରାଧୀଙ୍କ ନେଟୱର୍କ ଠାବ କରିବା ସହଜ ହୋଇପାରିବ। ତେବେ ଏହି ପ୍ରକ୍ରିୟାରେ ଅପରାଧୀଙ୍କୁ ଚିହ୍ନଟ କରିବା ଓ ପ୍ରମାଣ ସଂଗ୍ରହ କରିବା ପାଇଁ ଆଇନଗତ ପ୍ରକ୍ରିୟା ଅନୁସରଣ କରାଯିବ।

ରାଜ୍ୟର ୩୫ଟି ସାଇବର ଥାନା ସହ ସମନ୍ୱୟ

ସାରା ରାଜ୍ୟରେ ଥିବା ୩୫ଟି ସାଇବର ଥାନାର କାର୍ଯ୍ୟକୁ ଅଧିକ ସମନ୍ୱିତ କରିବା ଏହି ପଦକ୍ଷେପର ଅନ୍ୟତମ ଉଦ୍ଦେଶ୍ୟ। ସାଇବର ଅପରାଧ ସମ୍ପର୍କିତ ତଥ୍ୟର ଆଦାନପ୍ରଦାନ ଓ ତଦନ୍ତରେ ସହଯୋଗ ଦ୍ୱାରା ଠକେଇ ମାମଲାରେ ପୋଲିସର କାର୍ଯ୍ୟଦକ୍ଷତା ବଢ଼ିବା ଆଶା କରାଯାଉଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ସିଧାସଳଖ ମନିଟରିଂରେ ଏହି ପ୍ରକଳ୍ପ ଆଗକୁ ବଢ଼ୁଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ। ଏହି କମାଣ୍ଡ ସେଣ୍ଟର କାର୍ଯ୍ୟକ୍ଷମ ହେଲେ ସାଇବର ଅପରାଧ ନିୟନ୍ତ୍ରଣ ଓ ତଦନ୍ତ କ୍ଷେତ୍ରରେ ଓଡ଼ିଶା ପୋଲିସକୁ ଅଧିକ ସହାୟତା ମିଳିବ ବୋଲି ଆଶା କରାଯାଉଛି।