Cyclone Akvan / ବାତ୍ୟା ପାଇଁ ହାଇଆଲର୍ଟରେ ଗଞ୍ଜାମ ଓ ପୁରୀ ପ୍ରଶାସନ
·11 mins ago·3 min read

Key Points
। ଆନ୍ଧ୍ରର ନର୍ସାପୁରରୁ ପୁରୀ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ନେଇ IMDର ଆକଳନ ପରେ ଏବେ ହାଇଆଲର୍ଟରେ ରହିଛି ଗଞ୍ଜାମ ଓ ପୁରୀ ଜିଲ୍ଲା ପ୍ରଶାସନ ।
ବ୍ରହ୍ମପୁର/ପୁରୀ: ସମ୍ଭାବ୍ୟ ବାତ୍ୟା 'ଅକଭାନ'କୁ ନେଇ ବଢ଼ିଲା ଛନକା । ଆନ୍ଧ୍ରର ନର୍ସାପୁରରୁ ପୁରୀ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ନେଇ IMDର ଆକଳନ ପରେ ଏବେ ହାଇଆଲର୍ଟରେ ରହିଛି ଗଞ୍ଜାମ ଓ ପୁରୀ ଜିଲ୍ଲା ପ୍ରଶାସନ ।
ଗୋଟିଏ ପଟେ ଗଞ୍ଜାମର ଚିକିଟିରୁ ଖଲ୍ଲିକୋଟ ପର୍ଯ୍ୟନ୍ତ ସତର୍କତା ଜାରି କରାଯାଇଥିବା ବେଳେ ପ୍ରାୟ ୧୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯିବା ସହ ଭଞ୍ଜନଗରର ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯାଇଛି ।
ଅନ୍ୟପଟେ ପୁରୀରେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବେଳାଭୂମିକୁ ବାରଣ କରାଯିବା ସହ ଆସନ୍ତାକାଲିଠୁ ତିନି ଦିନ ପର୍ଯ୍ୟନ୍ତ ହବିଷ୍ୟାଳିଙ୍କ ଦର୍ଶନ, ଗୁଣ୍ଡିଚା ମନ୍ଦିର ଏବଂ ଚିଲିକାରେ ଫେରି ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି ।
ଏଥିସହ ପଢ଼ନ୍ତୁ: 'ଅକଭାନ' କିଏ ? ରାକ୍ଷସ ନାଁରେ କାହିଁକି ରଖାଗଲା ବାତ୍ୟାର ନାଁ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆସୁଛି ବାତ୍ୟା 'ଅକଭାନ' । ଆନ୍ଧ୍ରପ୍ରଦେଶର ନର୍ସାପୁରରୁ ଓଡ଼ିଶାର ପୁରୀ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିବା ପରେ ଆକ୍ସନ ମୋଡ୍କୁ ଆସିଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ।
ବିଶେଷ କରି ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ହାଇଆଲର୍ଟରେ ରଖାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ସାମ୍ବାଦିକ ସମ୍ମିଳନୀ କରି ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି । ଚିକିଟିରୁ ଖଲ୍ଲିକୋଟ ପର୍ଯ୍ୟନ୍ତ ସମଗ୍ର ଉପକୂଳକୁ ସତର୍କ କରାଯାଇଥିବା ବେଳେ ତଳିଆ ଓ ବିପଦସଂକୁଳ ଅଞ୍ଚଳରୁ ପ୍ରାୟ ୧୪ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।
ସେପଟେ ବାତ୍ୟାର ପ୍ରଭାବରେ ଗୋପାଳପୁରରେ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ସମୁଦ୍ର ଅଶାନ୍ତ ହେଉଥିବାରୁ ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି ।
ବେଳାଭୂମିରେ ଥିବା ସମସ୍ତ ଉଠା ଦୋକାନକୁ ବନ୍ଦ କରି ଦିଆଯାଇଥିବା ବେଳେ ପୋଲିସ ଓ ଲାଇଫଗାର୍ଡମାନେ କଡ଼ା ନଜର ରଖିଛନ୍ତି । ନିଜେ ଗଞ୍ଜାମ ଜିଲ୍ଲାପାଳ ଗୋପାଳପୁର ଓ ସୋରଡ଼ା ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି ।
କେବଳ ଉପକୂଳ ନୁହେଁ, ପାହାଡ଼ିଆ ଅଞ୍ଚଳରେ ମଧ୍ୟ ସତର୍କତା ଅବଲମ୍ବନ କରିଛି ପ୍ରଶାସନ । ଭଞ୍ଜନଗର ବ୍ଳକ ଦୋମୁହାଣି ପଞ୍ଚାୟତର ଗଅପଦର ଏବଂ ଦଦରଲୁଣ୍ଡା ପଞ୍ଚାୟତର ମିଟ୍ରିକିଆ ଗାଁକୁ ହଟସ୍ପଟ୍ ଘୋଷଣା କରାଯାଇଛି । ଭୂସ୍ଖଳନ ଆଶଙ୍କା ଥିବାରୁ ଏହି ଦୁଇ ଦୁର୍ଗମ ଗାଁର ଲୋକଙ୍କୁ ଖମଣସାହି ସ୍କୁଲ ଆଶ୍ରୟସ୍ଥଳୀକୁ ଅଣାଯାଇ ସେଠାରେ ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଛି । ଆଗାମୀ ୨ରୁ ୩ ଦିନ ଯାଏ ସେମାନେ ସେଠାରେ ରହିବେ ।
ଅନ୍ୟପଟେ ପୁରୀରେ ବାତ୍ୟା ଲ୍ୟାଣ୍ଡଫଲ୍ ସମ୍ଭାବନା ଥିବାରୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓସୱାନ୍ ସମ୍ମିଳନୀ କକ୍ଷରେ ଜରୁରୀ ଭିସି କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ୩ଟି ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଆଜିଠାରୁ ପୁରୀ, ଚନ୍ଦ୍ରଭାଗା, ଅସ୍ତରଙ୍ଗ ଓ ବାଲିହରଚଣ୍ଡୀ ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଆସୁଛି ବାତ୍ୟା 'ଅକଭାନ'; ୭ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା
ସେହିପରି ଆସନ୍ତା ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ହବିଷ୍ୟାଳିଙ୍କ ଶ୍ରୀମନ୍ଦିର ଦର୍ଶନ, ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ପ୍ରବେଶ ବନ୍ଦ ରହିବ । ଏଥିସହ ଚିଲିକା ଓ ସାତପଡ଼ାରେ ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଫେରୀ ଓ ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି ।
ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଶୂନ୍ୟ ସହନଶୀଳତା ନୀତି ଆପଣାଯାଇଛି। ଲୋକଙ୍କୁ ଭୟଭୀତ ନହୋଇ ପ୍ରଶାସନକୁ ସହଯୋଗ କରିବାକୁ ଉଭୟ ଜିଲ୍ଲାପାଳ ଅପିଲ୍ କରିଛନ୍ତି ।