Cyclone Alert / ଆସୁଛି ବଡ଼ ବାତ୍ୟା ! ଓଡିଶାରେ କରିବ କି ଲ୍ୟାଣ୍ଡଫଲ୍ ?
·1 hour ago·3 min read

Key Points
ଆସୁଛି ବାତ୍ୟା !
ଓଡିଶାରେ କରିବ କି ଲ୍ୟାଣ୍ଡଫଲ୍ ?
ବିଭିନ୍ନ ମଡେଲ ବଢାଇଲାଣି ଚିନ୍ତା
ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି
ଜିଏଫଏସ୍ ମଡେଲ୍ ବାତ୍ୟା ସମ୍ଭାବନା ଆକଳନ କରିଛି

୦୭/୦୫,ଭୁବନେଶ୍ବର: ଆସୁଛି ବାତ୍ୟା ! ଓଡିଶାରେ କରିବ କି ଲ୍ୟାଣ୍ଡଫଲ୍ ? ବିଭିନ୍ନ ମଡେଲ ବଢାଇଲାଣି ଚିନ୍ତା। ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ଗ୍ଳୋବାଲ ଫରକାଷ୍ଟ ସିଷ୍ଟମ ବା ଜିଏଫଏସ୍ ମଡେଲ୍ ବାତ୍ୟା ସମ୍ଭାବନା ଥିବା ଆକଳନ କରିଛି । ଏପରିକି ଏହା ଓଡ଼ିଶା ମୁହାଁ ହେବା ନେଇ ସମ୍ଭାବ୍ୟ ଚିତ୍ର ଦେଖାଇଛି ।
ଜିଏଫଏସ୍ ମଡେଲ୍ ବୁଧବାର ସନ୍ଧ୍ୟାରେ ଦେଖାଇଥିବା ସମ୍ଭାବ୍ୟ ଚିତ୍ର ଅନୁସାରେ ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟା ରୂପ ନେବ। ଆସନ୍ତା ୧୫ ତାରିଖବେଳକୁ ଓଡ଼ିଶା ଉପକୂଳର ଅତି ନିକଟରେ ପହଞ୍ଚିପାରେ । ଦୀର୍ଘ ସମୟ ଧରି ଏହା ଓଡ଼ିଶା ଉପକୂଳ ଓ ପାଖ ଅଞ୍ଚଳ ଉପରେ ରହିବାର ସମ୍ଭାବନା ଅଛି । ବିଭିନ୍ନ ମଡେଲକୁ ଅନୁଧ୍ୟାନ କରି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉଭୟ ଜିଏଫଏସ୍ ଏବଂ ଇସିଏମଡବ୍ଲ୍ୟୁଏଫ ମଡେଲ ଏକମତ ଯେ ମେ’ ମାସମଧ୍ୟଭାଗରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ ।
ଆସନ୍ତା ୧୧ରୁ ୧୩ ତାରିଖ ଭିତରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ହେବ। ୧୪-୧୫ ତାରିଖବେଳକୁ ଏହା ଲଘୁଚାପ ରୂପ ନେଇପାରେ । ଜିଏଫଏସ୍ ମଡେଲ୍ ଏକ ଶକ୍ତିଶାଳୀ ବାତ୍ୟା ନେଇ ସମ୍ଭାବ୍ୟ ଚିତ୍ର ଦେଖାଉଛି । କିନ୍ତୁ, ଇସିଏମଡବ୍ଲ୍ୟୁଏଫ ଏହାକୁ କେବଳ ଏକ ବର୍ଷା ପ୍ରଦାନକାରୀ ଲଘୁଚାପ ଭାବେ ଆକଳନ କରୁଛି ।
ପ୍ରଫେସର ପଶୁପାଳକ କହିଛନ୍ତି, ସମୁଦ୍ର ପୃଷ୍ଠର ତାପମାତ୍ରା ପୂର୍ବାପେକ୍ଷା ୧ ଡିଗ୍ରୀ ବଢ଼ି ୩୦- ୩୧ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି । ଏହା ବାତ୍ୟା ପାଇଁ ଅନୁକୂଳ ପରିବେଶ । ସେହିପରି ବାୟୁମଣ୍ଡଳର ତଳସ୍ତରରୁ ଉପର ସ୍ତରକୁ ପୂର୍ବରୁ ପବନର ଗତି ୪୬ କିମିରୁ ୫୫ କିମି ଥିଲା । ଏହାର ବେଗ ହ୍ରାସ ପାଇ ଘଣ୍ଟା ପ୍ରତି ୩୭ କିମି ରହିଛି । ଏହା କମିବା ଦ୍ୱାରା ବାତ୍ୟା ଘନୀଭୂତ ହେବାକୁ ଅନୁକୂଳ ହେବ । ଏମଜେଓ ସ୍ଥିତି ଫେଜ୍-୨ରୁ ବାହାରି ଫେଜ୍-୩ରେ ଅଧିକ ସକ୍ରିୟ ହେଉଛି । ଏହା ବଙ୍ଗୋପସାଗରରେ ଊଦ୍ଧ୍ୱର୍ ମୁଖୀ ପବନ ଏବଂ ମେଘମାଳା ସୃଷ୍ଟିରେ ସହାୟକ ହେବ।
ପଢନ୍ତୁ ଏହି ଖବର: କଟକରେ ଜଳ ସଙ୍କଟ, ମରୁଭୂମି ପାଲଟିବ କି ହଜାର ବର୍ଷର ସହର ?
ଆସନ୍ତା ୨୪ରୁ ୪୮ ଘଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ଏହା ମଧ୍ୟରେ ବାୟୁମଣ୍ଡଳର ତଳସ୍ତରରୁ ଉପର ସ୍ତରକୁ ପବନର ଗତି କମିବା ଜାରି ରହିବା ସହ ଏମଜେଓ ଫେଜ୍-୩ରେ ତୀବ୍ରତା ବଢ଼ିଲେ ଲଘୁଚାପଟି ବାତ୍ୟାରେ ପରିଣତ ହେବା ନେଇ ସଙ୍କେତ ମିଳିବ । ୧୦ ତାରିଖବେଳକୁ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଆଉ କେତେକ ବିଶେଷଜ୍ଞଙ୍କ କହିବାନୁସାରେ ଆସନ୍ତା ୮-୯ ତାରିଖରେ ଘୂର୍ଣ୍ଣିବଳୟ, ୧୧ରେ ଲଘୁଚାପ ଏବଂ ୧୫ ବେଳକୁ ବାତ୍ୟା ସମ୍ଭାବନା ଅଛି ।
ବର୍ତ୍ତମାନ କେନ୍ଦ୍ରୀୟ ଭାରତରୁ ଓଡ଼ିଶା ଉପର ଦେଇ ଏକ ଟ୍ରପଲାଇନ ଲମ୍ବିଛି । ଯଦି ଏହା ୧୧ ତାରିଖବେଳକୁ ହଟିଯାଏ କିମ୍ବା ବାଂଲାଦେଶ ଆଡ଼କୁ ପଳାଏ, ତେବେ ବାତ୍ୟା ଭାରତ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ଓଡ଼ିଶା ଦିଗରେ ବି ମୁହାଁଇପାରେ । ହେଲେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗରେ ମାଡ଼ ହେବ କି ନାହିଁ, ସେ ନେଇ ମଧ୍ୟ ଭିନ୍ନ ଆକଳନ କରାଯାଉଛି । ଆଉ କିଛିଦିନ ପରେ ଚିତ୍ର ସ୍ପଷ୍ଟ ହେବ ।
ସେପଟେ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର 16ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ 30 ରୁ 40 କିମି ବେଗରେ ପବନ ବହିବା ସହ ବର୍ଷା ହେବ । ସେହିପରି ପ୍ରଚଣ୍ଡ ବଜ୍ରପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।8 ତାରିଖରେ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବା ସମ୍ଭାବନା ଥିବାବେଳେ 9 ତାରିଖରୁ ପୁଣି ବର୍ଷାର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ରାଜ୍ୟରେ 6ରୁ 7 ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ତାପମାତ୍ରା 40 ଡିଗ୍ରୀ ଭିତରେ ରହିବ ବୋଲି ଆକଳନ କରିଛି ଆଇଏମଡି ।ଗତ 24 ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ତାପମାତ୍ରା 39.4 ଡିଗ୍ରୀ ସହ ସର୍ବାଧିକ ବର୍ଷା ରାୟଗଡା ଗୁଣୁପୁରରେ 96.0 ମିଲି ମିଟର ରେକର୍ଡ ହୋଇଛି ।ଏପଟେ 3ଟି ଜିଲ୍ଲାରେ ତାପମାତ୍ରା 38 ଡିଗ୍ରୀ ଉପରେ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories