Cyclone Montha / ବାତ୍ୟା ପରେ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା, ଖୁବ୍ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ ଦିଆଯିବ ସହାୟତା
·8 months ago·3 min read

Key Points
ବାତ୍ୟାରେ ରାଜ୍ୟର ୩୩ ବ୍ଲକ, ୧୧ ସହରାଞ୍ଚଳ ପ୍ରଭାବିତ । ରାଜସ୍ବ ମନ୍ତ୍ରୀ କହିଲେ, ଶୀଘ୍ର ଦିଆଯିବ କ୍ଷତିପୂରଣ । ୭୨ ଘଣ୍ଟାରେ କ୍ଷୟକ୍ଷତି ରିପୋର୍ଟ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ।
ରାତି ଅଧରେ ଆନ୍ଧ୍ର ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ୍ କଲା । କିନ୍ତୁ ଆମ ରାଜ୍ୟରେ ପଡ଼ିଲାନି ସେମିତି ପ୍ରଭାବ । ବର୍ଷା କି ପବନ ସେତେ ବେଶୀ ହେଲାନି । କିନ୍ତୁ ଦକ୍ଷିଣ ଓଡ଼ିଶାରେ ଦେଖାଗଲା ଇଫେକ୍ଟ । ବାତ୍ୟା ପରେ ଆଜି ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ସମୀକ୍ଷା ବୈଠକରେ SRC ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ବୈଠକ ପରେ ସୁରେଶ ପୂଜାରୀ କହିଛନ୍ତି, ୧୯୯୯ ମସିହା ଅକ୍ଟୋବର ୨୯ରେ ସୁପର ସାଇକ୍ଲୋନ୍ ଓଡ଼ିଶାରେ ତାଣ୍ଡବ ରଚିଥିଲା । ଏଥିରେ ବ୍ୟାପକ ଧନଜୀବନ ହାନି ସହ ବହୁ କ୍ଷତି ମଧ୍ୟ ହୋଇଥିଲା । କିନ୍ତୁ, ବର୍ତ୍ତମାନ ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ମୋନ୍ଥା ପୂର୍ବରୁ ସରକାର ବ୍ୟାପକ ପ୍ରସ୍ତୁତି କରିଥିଲେ । ଏହା ଖୁବ୍ କ୍ରିୟାଶୀଳ ହୋଇଥିଲା ଓ ଗଣମାଧ୍ୟମ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବହ କରିଥିଲେ । ସୌଭାଗ୍ୟର କଥା ହେଉଛି ଯେ ସାଧାରଣ ଲୋକ ଏହି ବାତ୍ୟାକୁ ନେଇ ଚିନ୍ତିତ ଥିଲାବେଳେ ଏହାର ସେଭଳି କୌଣସି ପ୍ରଭାବ ପଡ଼ିନାହିଁ । ଶେଷ ମୁହୂର୍ତ୍ତରେ ବାତ୍ୟା ଏହାର ଦିଗ ବଦଳାଇଲା ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
ସେ ଆହୁରି କହିଛନ୍ତି, ସରକାର ବାତ୍ୟା ପୂର୍ବରୁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ପ୍ରାକ୍ ପ୍ରସ୍ତୁତି କରିଥିଲେ । ଏହି ସବୁ ବିଭାଗ ଜିଲ୍ଲାୱାରୀ ପ୍ରସ୍ତୁତି ସହ ତୃଣମୂଳ ସ୍ତରରେ କିପରି ବାତ୍ୟାର ମୁକାବିଲା କରାଯାଇପାରିବ ସେନେଇ ଯୋଜନା ପ୍ରସ୍ତୁତ କରି ପଦକ୍ଷେପ ନେଇଥିଲେ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜଳଭଣ୍ଡାରରେ ୮୮ ପ୍ରତିଶତ ଜନସଂଚୟ ହୋଇ ରହିଥିବାବେଳେ ବର୍ଷାକୁ ଆଖି ଆଗରେ ରଖି ସେହିସବୁ ସ୍ଥାନରେ ଜଳ ପରିଚାଳନାର ବ୍ୟବସ୍ଥା କରାଯାଉଛି ।
ବାତ୍ୟା ମୋନ୍ଥା ପରିଚାଳନା କରିବା ପାଇଁ ୩୩ଟି ଓଡ୍ରାଫ୍ ଦଳ, ୫ଟି ଏନ୍ଡିଆର୍ଏଫ୍, ୧୩୩ଟି ଅଗ୍ନିଶମ ବାହିନୀଙ୍କୁ ମିଶାଇ ମୋଟ ୧୬୧ଟି ଦଳ ନିୟୋଜିତ ହୋଇଥିଲେ । ୨୧୬୪ଟି ବାତ୍ୟା/ବନ୍ୟା ଆଶ୍ରୟ ସ୍ଥଳୀକୁ ଚିହ୍ନଟ କରାଯାଇ ୧୮ ହଜାର ୭୩୨ ଜଣ ଲୋକଙ୍କୁ ନିରାପଦ ଭାବରେ ସ୍ଥାନାନ୍ତର କରାଯାଇଥିବାବେଳେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧାର ବ୍ୟବସ୍ଥା କରାଯାଇଥିଲା । ଏତଦ୍ବ୍ୟତୀତ ୨୧୯୮ ଜଣ ଆସନ୍ନ ପ୍ରସବା ମହିଳାମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମା’ଗୃହକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ଏବେ ସେମାନେ ସେଠାରେ ସୁରକ୍ଷିତ ଅଛନ୍ତି ଏବଂ କେତେକ ମାତୃତ୍ୱ ଲାଭ କରିଛନ୍ତି ବୋଲି ସେ କହିଛନ୍ତି ।
ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳରେ ୬୦ଟି ଡାକ୍ତରୀ ଦଳ ନିୟୋଜିତ କରାଯାଇଥିବାବେଳେ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ୩୫ଟି ପଶୁଚିକିତ୍ସା ଦଳ ନିୟୋଜିତ ହୋଇଥିଲେ । ଏହି ବାତ୍ୟାରେ ୩୩ଟି ବ୍ଲକ୍, ୧୧ଟି ସହରାଞ୍ଚଳ ଓ ୩୫୮ଟି ଗ୍ରାମ ପ୍ରଭାବିତ ହୋଇଛି । ୩୬୨ଟି ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇ ୧୮୭୩୨ ଜଣ ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।
ଶକ୍ତି ବିଭାଗ ପକ୍ଷରୁ ବାତ୍ୟା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦେବା ପାଇଁ ପୂର୍ବ ପ୍ରସ୍ତୁତି କରାଯାଇଥିଲା ଏବଂ ଯେଉଁ ସ୍ଥାନରେ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଥିଲା, ସେସବୁକୁ ପୁନଃସଂସ୍ଥାପିତ ଓ ସ୍ୱାଭାବିକ କରାଯାଇଛି । ଯେଉଁଠାରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିଲା, ସେଠାରେ ତୁରନ୍ତ ଗଛ କାଟି ରାସ୍ତା ସଫା କରାଯାଇଛି । ୩୧ ତାରିଖ ବେଳକୁ ପରିସ୍ଥିତି ସ୍ୱାଭାବିକ ହୋଇଯିବ । ୩୦ ତାରିଖ ପରଠୁ କ୍ଷୟକ୍ଷତିର ଆକଳନ କରାଯାଇ ଆବଶ୍ୟକୀୟ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
ସେହିପରି ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ରେ ସର୍ବାଧିକ ୧୫୦.୫ ମିମି ବର୍ଷା ରେକର୍ଡ କରାଯାଇଛି । ଗଜପତି ଜିଲ୍ଲାର ଦୁଇଟି ବ୍ଲକ୍ ଯଥା- ରାୟଗଡ଼ରେ ୧୧୯.୮ ମିମି, ମୋହନାରେ ୧୦୬ ମିମି, ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍ରେ ୧୧୭.୪ ମିମି, ମୟୂରଭଞ୍ଜର ଉଦଳା ବ୍ଲକ୍ରେ ୧୦୫ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ୧୦୦ ମିମିରୁ ଅଧିକ । ଏହା ବ୍ୟତୀତ ୫୬ଟି ବ୍ଲକ୍ ଏବଂ ସହରାଞ୍ଚଳରେ ୫୦ ମିମିରୁ ୧୦୦ ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି ଯେ ସରକାର ବାତ୍ୟା ପୂର୍ବରୁ ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଥିଲେ । ନିୟମିତ ଭାବେ ଜିଲ୍ଲାପାଳ ଓ ସମସ୍ତ ବିଭାଗର ସଚିବମାନଙ୍କ ସହିତ ବୈଠକ କରି ଏହି ପୂର୍ବପ୍ରସ୍ତୁତିର ସମୀକ୍ଷା କରିଥିଲେ । ଫଳରେ ଧନଜୀବନ ହାନୀ ରୋକାଯାଇପାରିଛି ।

ଅଧିକ ପଢ଼ନ୍ତୁ: ବାନୋ ଏବଂ କନରୱାନ ଷ୍ଟେସନ ମଧ୍ୟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories