Videos
|
Odisha

Odisha Cyclone / ବାତ୍ୟା ସମୟରେ ଜିଲ୍ଲାରେ ରହିବେ ମନ୍ତ୍ରୀ; ୮ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ଵ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବାତ୍ୟା ସମୟରେ ଜିଲ୍ଲାରେ ରହିବେ ମନ୍ତ୍ରୀ; ୮ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ଵ
8 Ministers to Monitor Districts

Key Points

ବାତ୍ୟାକୁ ନେଇ ଓଡ଼ିଶା ସରକାର ଆଲର୍ଟରେ ରହିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଅଧିକାରୀମାନଙ୍କ ଛୁଟି ବାତିଲ୍ କରିବା ସହ ମନ୍ତ୍ରୀଙ୍କୁ ସରକାର ଦେଇଛନ୍ତି ଗୋଟିଏ ଲେଖାଏଁ ଜିଲ୍ଲାର ଦାୟିତ୍ଵ ।
ଭୁବନେଶ୍ଵର: ବଙ୍ଗୋପସାଗରରେ ବାତ୍ୟା ଆସୁଛି । ଆନ୍ଧ୍ରପ୍ରଦେଶ ଏବଂ ୟାନମ ଉପକୂଳର ବାପଟଲା ଓ ବିଶାଖାପାଟଣା ମଧ୍ୟରେ ଅତି ଭୀଷଣ ବାତ୍ୟା ଭାବେ ଉପକୂଳ ଅତିକ୍ରମ କରିପାରେ । ଯାହାକୁ ନେଇ ଓଡ଼ିଶା ସରକାର ଆଲର୍ଟରେ ରହିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଅଧିକାରୀମାନଙ୍କ ଛୁଟି ବାତିଲ୍ କରିବା ସହ ମନ୍ତ୍ରୀଙ୍କୁ ସରକାର ଦେଇଛନ୍ତି ଗୋଟିଏ ଲେଖାଏଁ ଜିଲ୍ଲାର ଦାୟିତ୍ଵ ।

୮ ଜଣ ମନ୍ତ୍ରୀଙ୍କୁ ୮ଟି ଜିଲ୍ଲା ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ସର୍ବାଧିକ ପ୍ରଭାବିତ ହେବା ସମ୍ଭାବନା ଥିବା ୮ଟି ଜିଲ୍ଲା ପାଇଁ ୮ ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି । ମନ୍ତ୍ରୀ ମାନେ ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ଦିଆ ଯାଇଥିବା ଜିଲ୍ଲାରେ ରହି ସ୍ଥିତି ଉପରେ ନଜର ରଖିବେ ।

ଏଥିସହ ପଢ଼ନ୍ତୁ: ଘଣ୍ଟା ପ୍ରତି ୫ କି.ମି. ବେଗରେ ଗତି କରୁଛି ଗଭୀର ଅବପାତ; ୨୬ ସକାଳେ ବାତ୍ୟା 

କେଉଁ ମନ୍ତ୍ରୀଙ୍କୁ କେଉଁ ଜିଲ୍ଲା ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୋରାପୁଟ ଜିଲ୍ଲା ଦାୟିତ୍ଵରେ କେ.ଭି ସିଂହଦେଓ ଥିବା ବେଳେ ରାୟଗଡ଼ା ଜିଲ୍ଲା ଦାୟିତ୍ଵ ପ୍ରଭାତୀ ପରିଡ଼ାଙ୍କୁ ଦିଆ ଯାଇଛି । ସେହିଭଳି କନ୍ଧମାଳ- ରବିନାରାୟଣ ନାଏକ, ଗଞ୍ଜାମ- ବିଭୁତି ଭୂଷଣ ଜେନା, ନବରଙ୍ଗପୁର- କୃଷ୍ଣଚନ୍ଦ୍ର ପାତ୍ର, ମାଲକାନଗିରି- ନିତ୍ୟାନନ୍ଦ ଗଣ୍ଡ, କଳାହାଣ୍ଡି- ମୁକେଶ ମହାଲିଙ୍ଗ, ଗଜପତି ଜିଲ୍ଲା ଦାୟିତ୍ଵ ସୂର୍ଯ୍ୟବଂଶୀ ସୂରଜଙ୍କୁ ଦିଆଯାଇଛି ।

୫ ଜିଲ୍ଲା ଦାୟିତ୍ଵରେ IAS

ବାତ୍ୟା ସୁପରିଚାଳନା ପାଇଁ ୫ IAS ଅଧିକାରୀଙ୍କୁ ୫ଟି ଜିଲ୍ଲାର ଦାୟିତ୍ଵ ଦିଆଯାଇଛି । କେ. ସୁଦର୍ଶନ ଚକ୍ରବର୍ତ୍ତୀ ରାୟଗଡ଼ା ଜିଲ୍ଲା ଦାୟିତ୍ଵରେ ଥିବାବେଳେ ଡକ୍ଟର ପୋମା ଟୁଡୁଙ୍କୁ କୋରାପୁଟ ଜିଲ୍ଲା, ବିଜୟ କୁମାର ଦାଶଙ୍କୁ ଗଜପତି, ଡକ୍ଟର ୟେଦୁଲା ବିଜୟଙ୍କୁ ମାଲକାନଗିରି ଜିଲ୍ଲା ଦାୟିତ୍ଵ ଦିଆଯାଇଛି । ନବରଙ୍ଗପୁର ଜିଲ୍ଲା ଦାୟିତ୍ଵରେ ଅଛନ୍ତି ଡକ୍ଟର ମହେଶ୍ଵର ସ୍ଵାଇଁ ।

୨୭ରୁ ୩୦ ପର୍ଯ୍ୟନ୍ତ ବର୍ଷା

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ୨୭ ତାରିଖରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହେବ । ୩୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ବିଶେଷ କରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା କରାଯାଇଛି ।

୨୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି । ସେହିଭଳି ୨୮ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରୁ ଅତି ପ୍ରବଳ ବର୍ଷା ନେଇ ଦିଆଯାଇଛି ରେଡ୍ ୱାର୍ଣ୍ଣିଂ । ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି ।

୨୯ ତାରିଖରେ ସୁନ୍ଦରଗଡ଼କୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ପାଣିପାଗ ବିଭାଗ ଅନୁସାରେ, ଓଡ଼ିଶା ଉପକୂଳରେ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ପବନର ବେଗ ଅଧିକ ରହିବ । ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ସହ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।

ଏଥିସହ ପଢ଼ନ୍ତୁ: ୪ ଦିନ ଚାଲିବନି ଡଙ୍ଗା, ନିୟମ ନମାନିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ 

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ୨୭ରୁ ୨୯ ପର୍ଯ୍ୟନ୍ତ ସମୁଦ୍ର ପ୍ରବେଶ ବାରଣ କରାଯାଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଅତି ଭୀଷଣ ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଅତି ଜୋର୍‌ରେ ପବନ ହେବ । ଘଣ୍ଟାପ୍ରତି ପବନର ବେଗ ୧୧୫ରୁ ୧୨୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ସେହିଭଳି ଏହି ସମୟରେ ଘଣ୍ଟାପ୍ରତି ୧୪୦ କିଲୋମିଟର ବେଗରେ ଝଟ୍‌କା ପବନ ବହିବାର ଆଶଙ୍କା କରାଯାଇଛି ।