Daily Wage Increase / ଶ୍ରମିକଙ୍କ ପାଇଁ ବଡ଼ ଖୁସି ଖବର, ୬ ଟଙ୍କା ବଢ଼ିଲା ଦୈନିକ ମଜୁରୀ
·55 mins ago·1 min read

Key Points
ଓଡ଼ିଶାର ଶ୍ରମିକଙ୍କୁ ବଡ଼ ଆଶ୍ୱସ୍ତି
ଏଣିକି ମିଳିବ ଦୈନିକ ୬୨୮ ଟଙ୍କା
ଅକ୍ଟୋବର ୧ରୁ ଲାଗୁ ନୂଆ ମଜୁରୀ
ଏଣିକି ମିଳିବ ଦୈନିକ ୬୨୮ ଟଙ୍କା
ଅକ୍ଟୋବର ୧ରୁ ଲାଗୁ ନୂଆ ମଜୁରୀ
ଶ୍ରମିକମାନଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।
ନୂଆ ନିର୍ଦ୍ଦେଶ ଅନୁଯାୟୀ, ୧ ଅକ୍ଟୋବର ୨୦୨୫ରୁ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଏବଂ ଉଚ୍ଚକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀରେ ୬ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି ।
ଏହା ଅନୁଯାୟୀ, ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୭୨ ଟଙ୍କାରୁ ବଢ଼ି ୪୭୮ ଟଙ୍କା ହୋଇଛି । ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୫୨୨ରୁ ୫୨୮ ଟଙ୍କା, କୁଶଳୀ ଶ୍ରମିକଙ୍କ ମଜୁରୀ ୫୭୨ରୁ ୫୭୮ ଟଙ୍କା ଏବଂ ଉଚ୍ଚକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୬୨୨ରୁ ୬୨୮ ଟଙ୍କାକୁ ବୃଦ୍ଧି ପାଇଛି ।
ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଶ୍ରମିକଙ୍କ ମଜୁରୀ ସହିତ ସଂଶୋଧିତ VDA କୁ ମିଶାଇ ନୂଆ ହାରରେ ଦେୟ ପ୍ରଦାନ କରିବାକୁ ନିଯୋଜକମାନଙ୍କୁ କୁହାଯାଇଛି ।
ସରକାରଙ୍କ ଏହି ପଦକ୍ଷେପ ଫଳରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ଉପକୃତ ହେବେ । ଦୈନିକ ମଜୁରୀରେ ବୃଦ୍ଧି ହୋଇଥିବାରୁ ଶ୍ରମିକମାନଙ୍କ ଆୟରେ ମଧ୍ୟ କିଛିଟା ବୃଦ୍ଧି ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories