Videos
|
Odisha

Odisha Delimitation / ଓଡ଼ିଶାରେ କେତେ ବଢିବ ବିଧାନସଭା ଆଉ ଲୋକସଭା ସିଟ୍ ? ୨୧ ରୁ ୩୧ ହେବ ସାଂସଦ ସଂଖ୍ୟା !

Santosh Kumar Sahoo
Browse all articles by Santosh Kumar Sahoo
·52 mins ago·2 min read
ଓଡ଼ିଶାରେ କେତେ ବଢିବ ବିଧାନସଭା ଆଉ ଲୋକସଭା ସିଟ୍ ? ୨୧ ରୁ ୩୧ ହେବ ସାଂସଦ ସଂଖ୍ୟା !
Delimitation Bill

Key Points

୨୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ସୀମା ନିର୍ଦ୍ଧାରଣ
ବିଧାନସଭାରେ ୧୪୭ରୁ ୨୨୧ ଯାଏଁ ସିଟ ବଢିପାରେ
ନେତାଙ୍କ ମନରେ ଛନକା
ଭୁବନେଶ୍ବର: ରାଜ୍ୟରେ ବଢିବ ବିଧାୟକ ଏବଂ ସାଂସଦଙ୍କ ସଂଖ୍ୟା । କେନ୍ଦ୍ର କ୍ୟାବିନେଟ ପରେ ବଢିଲା ଚର୍ଚ୍ଚା । ୫୦ ପ୍ରତିଶତ ଅନୁଯାୟୀ ଲୋକସଭାରେ ୨୧ରୁ ୩୧ ଆଉ ବିଧାନସଭାରେ ୧୪୭ରୁ ୨୨୧ ଯାଏଁ ସିଟ ବଢିପାରେ । ୨୦୨୯ ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରିପାରନ୍ତି ରାଜ୍ୟ ସରକାର । କାହିଁକି ନା ନୂଆ ବିଧାନସଭା ପାଇଁ ବ୍ୟୟ ବରାଦ ହୋଇଥିବା ବେଳେ, ପ୍ରକ୍ରିୟା ବି ଆଗେଇଛି ।

କେନ୍ଦ୍ର କ୍ୟାବିନେଟରେ ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ଏବଂ ସୀମା ପୁନଃନିର୍ଦ୍ଧାରଣ ପାଇଁ ସମ୍ଭିଧାନ ସଂଶୋଧନ ପ୍ରସ୍ତାବକୁ ଅନୁମତି ପରେ ବଢିଲା ଚର୍ଚ୍ଚା। ସଂସଦର ସ୍ଵତନ୍ତ୍ର ଅଧିବେଶନରେ ଏହା ପାରିତ ହେଲେ କଣ ହେବ ଓଡିଶାର ଚିତ୍ର । ୨୦୨୯ ନିର୍ବାଚନ ପୂର୍ବରୁ ସୀମା ପୁନଃନିର୍ଦ୍ଧାରଣ ହେଲେ, କେଉଁଠି କଟିବ ଆଉ କେଉଁଠି ଯୋଡିବ ତାକୁ ନେଇ ନେତାଙ୍କ ଛାତି ଧଡ ଧଡ । କେନ୍ଦ୍ର ପ୍ରସ୍ତାବ ଅନୁଯାୟୀ ସମସ୍ତ ରାଜ୍ୟରେ ୫୦ ପ୍ରତିଶତ ସିଟ୍‌ ବଢିବ । ଓଡ଼ିଶା ଲୋକସଭାରେ ଆସନ ସଂଖ୍ୟା ୨୧ରୁ ୩୧ ହୋଇପାରେ । ଆଉ ଯଦି ସେହି ଅନୁପାତରେ ବିଧାନସଭାରେ ସିଟ ୭୪ ଅଧିକ ହୋଇପାରେ । ବିଲ୍‌କୁ ବିଜେପି ସ୍ଵାଗତ କରିଥିବା ବେଳେ ବିଜେଡି କହିଛି ବିଲ୍‌ ବାବଦରେ ସବୁ ଦଳ ସହ ଆଲୋଚନା କରିବା କଥା ।

ପୂର୍ବରୁ କେବେ କେବେ ଓଡ଼ିଶାରେ ସୀମା ପୁନଃନିର୍ଦ୍ଧାରଣ ହୋଇଥିଲା । ୧୯୫୨, ୧୯୬୩, ୧୯୭୩ ଏବଂ ୨୦୦୭-୦୮ ରେ ଓଡ଼ିଶାରେ ନିର୍ବାଚନୀ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ କରାଯାଇଥିଲା । ୧୯୭୩ ମସିହାରେ ନିର୍ବାଚନ ମଣ୍ଡଳୀ ସଂଖ୍ୟା ୧୪୦ରୁ ବଢି ୧୪୭ ହୋଇଥିଲା । କିନ୍ତୁ ୨୦୦୭-୦୮ରେ ସଂଖ୍ୟା ନ ବଢି କେବଳ ଭୌଗଳିକ ସୀମାରେ ପରିବର୍ତ୍ତନ ହୋଇଥିଲା । ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ କରି ୨୦୨୬ ଯାଏଁ ବିଧାନସଭା ସିଟ୍‌ ବଢିବନି ବୋଲି ନିଷ୍ପତ୍ତି ହୋଇଥିଲା । ୧୯୭୩ ମସିହାରେ ଶେଷ ଥର ବିଧାନସଭା ସିଟ୍‌ ବଢିବା ବେଳେ ଓଡ଼ିଶାର ଜନସଂଖ୍ୟା ପ୍ରାୟ ୨ କୋଟି ୨୦ ଲକ୍ଷ ଥିଲା । ଏବେ ପ୍ରାୟ ତା'ର ଦୁଇ ଗୁଣା ଜନସଂଖ୍ୟା ହେଲାଣି ।

ଅନ୍ୟପଟେ ନୂଆ ବିଧାନସଭା ପାଇଁ ବି ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ଯେଉଁଠି ଅଧିକ ସଦସ୍ୟାଙ୍କ ପାଇଁ ସିଟ୍‌ ରହିବ । ୨୯ ପୂର୍ବରୁ ସୀମା-ପୁନଃନିର୍ଦ୍ଧାରଣ ହେଲେ ବଦଳିପାରେ ଓଡ଼ିଶା ରାଜନୀତି ସମୀକରଣ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: