Videos
|
Odisha

Mancheswar IIC Suspended / ପୋଲିସ ଡିଜିଙ୍କ କଡ଼ା ଆକ୍ସନ୍‌, କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ମଞ୍ଚେଶ୍ୱର ଥାନା IIC

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ପୋଲିସ ଡିଜିଙ୍କ କଡ଼ା ଆକ୍ସନ୍‌, କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ମଞ୍ଚେଶ୍ୱର ଥାନା IIC
Mancheswar IIC Suspended

Key Points

ମଞ୍ଚେଶ୍ୱର ଥାନା ଅଧିକାରୀ ନିଲମ୍ବିତ
ଥାନା ଅଧିକାରୀ ଗୟାନନ୍ଦ ଶାହଙ୍କ ଉପରେ DGଙ୍କ ଆକ୍ସନ୍
ଶବ ବ୍ୟବଚ୍ଛେଦ ନକରି ଦାହ ଅନୁମତି ଦେଇଥିଲେ IIC
ଭୁବନେଶ୍ୱର: କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିକାରୀ ଗୟାନନ୍ଦ ଶାହ । ଏହି ଘଟଣାକୁ ଗୁରୁତ୍ୱର ସହ ନେଇ କଡ଼ା ଆକ୍ସନ୍‌ ନେଇଛନ୍ତି ପୋଲିସ ଡିଜି । ଏନେଇ ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନା ଅନୁସାରେ, ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହର ବ୍ୟବଚ୍ଛେଦ ନକରି ସଂସ୍କାର ପାଇଁ ଅନୁମତି ଦେଇଥିଲେ ଥାନା ଅଧିକାରୀ । ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ପୁଅ କମିଶନରେଟ୍‌ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ମୃତ ମହିଳାଙ୍କ ପୁଅ ପେଶାରେ ଜଣେ ଡାକ୍ତର ବୋଲି ଜଣାପଡ଼ିଛି ।

ଡାକ୍ତରୀ-ଆଇନଗତ ମାମଲାରେ ଅବହେଳା

ଏକ ଡାକ୍ତରୀ-ଆଇନଗତ ମାମଲାରେ ଆବଶ୍ୟକୀୟ ନିୟମ ପାଳନ ନ କରିବା ଏବଂ କର୍ତ୍ତବ୍ୟରେ ଅବହେଳା କରିବା ଅଭିଯୋଗରେ ଗୟାନନ୍ଦ ଶାହଙ୍କୁ ନିଲମ୍ବିତ କରାଯାଇଛି । ଜଣେ ମହିଳାଙ୍କ ମୃତ୍ୟୁ ପରେ ମୃତଦେହର ବ୍ୟବଚ୍ଛେଦ ନକରି ସଂସ୍କାର ପାଇଁ ଅନୁମତି ଦେବା ଘଟଣାକୁ ପୋଲିସ ବିଭାଗ ଗୁରୁତର ତ୍ରୁଟି ଭାବେ ବିଚାର କରିଛି । ଏହି ଘଟଣାରେ ପୋଲିସ ଡିଜି ଏକ ବିସ୍ତୃତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରେ ସମସ୍ତ ଦିଗକୁ ଯାଞ୍ଚ କରାଯିବ ।

ତଦନ୍ତ ରିପୋର୍ଟ ଆଧାରରେ ହେବ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ

ପୋଲିସ ମୁଖ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ତଦନ୍ତ ରିପୋର୍ଟ ଆଧାରରେ ଗୟାନନ୍ଦ ଶାହଙ୍କ ବିରୋଧରେ ପରବର୍ତ୍ତୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଡାକ୍ତରୀ-ଆଇନଗତ ମାମଲାରେ ପୋଲିସର ଦାୟିତ୍ୱ ଓ ନିୟମ ପାଳନକୁ ନେଇ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: