Ama Bus Odisha / ରାସ୍ତାରୁ ହଟିବ ଡିଜେଲ ଚାଳିତ 'ଆମ ବସ୍', ଏଣିକି ଗଡ଼ିବ କେବଳ ଇଭି ଗାଡ଼ି
·7 months ago·2 min read

Key Points
ରାସ୍ତାରୁ ହଟିବ ଡିଜେଲ ଚାଳିତ ଆମ ବସ୍
ଗଡ଼ିବ କେବଳ ଇଲେକ୍ଟ୍ରୋନିକ୍ ଭେହିକିଲ୍
ଡିଜେଲ ଚାଳିତ ବସ୍ ସ୍କ୍ରାପ୍ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

କିଛି ଦିନ ତଳର କଥା ଶୀତ ଦିନରେ ପ୍ରଦୂଷଣକୁ ନେଇ ଅସ୍ତବ୍ୟସ୍ତ ହୋଇଥିଲେ ସମସ୍ତେ । ବଢ଼ିଥିଲା ସରକାରଙ୍କ ଚିନ୍ତା । ଏବେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ରାସ୍ତାରୁ ହଟିବ ଡିଜେଲ ଚାଳିତ ଆମ ବସ୍ । ଏହା ବଦଳରେ ଇଲେକ୍ଟ୍ରୋନିକ୍ ଭେହିକିଲ୍ ଚାଲିବ ।
ଏଣିକି ରାସ୍ତାରୁ ହଟିବ ଡିଜେଲ୍ ଚାଳିତ ଆମ ବସ୍ । ଡିଜେଲ୍ ପରିବର୍ତ୍ତେ ଇଭି ଗାଡି ଚଲାଇବାକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଡିଜେଲ ଚାଳିତ ଆମ ବସ୍କୁ ଧୀରେ ଧୀରେ ସ୍କ୍ରାପ୍ କରାଯିବା ସହ ଇଭି ଗାଡ଼ିକୁ ରାସ୍ତାରେ ଚଳାଇବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ପୁରୁଷ ଡ୍ରାଇଭରଙ୍କ ପରି ମହିଳାମାନେ ମଧ୍ୟ ଚଳାଇବେ ଆମ ବସ୍ । ଏନେଇ ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ଟ୍ରେନିଂ ଦିଆଯିବ । ସେମାନେ ସବୁ ହେଭି ଭେଇକିଲ ଚଳାଇବା ପାଇଁ ଲାଇସେନ୍ସ ପ୍ରାପ୍ତ । ତେଣୁ ତାଲିମ ନେବା ପରେ ସେହି ମହିଳା ମାନେ ସ୍ୱତନ୍ତ୍ର ବସ୍ ଚଳାଇବେ । ଯାହାଦ୍ବାରା ରାସ୍ତାରେ ବସ୍ ଦୁର୍ଘଟଣା ସଂଖ୍ୟା ମଧ୍ୟ କମିବ । ଆଗାମୀ ଜାନୁଆରୀ ୩୧ ତାରିଖରେ କ୍ରୁଟ୍ ପକ୍ଷରୁ ୨୦ ଜଣ ମହିଳା ଇ-ବସ୍ ଚାଳନା ତାଲିମ ନିମନ୍ତେ ପୁନେ ଯାତ୍ରା କରିବେ ।
ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର । ତେଣୁ ସେମାନଙ୍କ ପାଇଁ ସ୍ପେଶାଲ୍ ବସ୍ ଚଳାଇବାକୁ ହେଉଛି ଯୋଜନା । ଆଗକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ରାସ୍ତାରେ ମହିଳାଙ୍କ ପାଇଁ ଗଡ଼ିବ ଏହି ସ୍ବତନ୍ତ୍ର ଇଭି ବସ୍ । ଯାହା ଦ୍ୱାରା ମହିଳା ମାନେ ନିଜକୁ ଅଧିକ ସୁରକ୍ଷିତ ମନେ କରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡିଜେଲ୍ ପରିବର୍ତ୍ତେ ଇଭି ଗାଡ଼ି ଚାଲିବା ଦ୍ବାରା ପ୍ରଦୂଷଣରୁ ମଧ୍ୟ ମିଳିବ ମୁକ୍ତି । ଆଗକୁ ରାସ୍ତାରେ କେବଳ ଭଭି ଗାଡ଼ି ଚଳାଇବାକୁ ରାଜ୍ୟ ସରକାର ରଖିଥିବା ଟାର୍ଗେଟ ମଧ୍ୟ ଧିରେ ଧିରେ ପୁରା ହେବାକୁ ଲାଗିବ ।
Related Topics
Explore more stories