Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡ଼ିଶା ଶିକ୍ଷା କ୍ଷେତ୍ରରେ ବଢୁଛି ପ୍ରଯୁକ୍ତିବିଦ୍ୟାର ଲୋକପ୍ରିୟତା

Odisha

Technology In Education / ଓଡ଼ିଶା ଶିକ୍ଷା କ୍ଷେତ୍ରରେ ବଢୁଛି ପ୍ରଯୁକ୍ତିବିଦ୍ୟାର ଲୋକପ୍ରିୟତା

Ritu Das
Browse all articles by Ritu Das
·1 month ago·3 min read
ଓଡ଼ିଶା ଶିକ୍ଷା କ୍ଷେତ୍ରରେ ବଢୁଛି ପ୍ରଯୁକ୍ତିବିଦ୍ୟାର ଲୋକପ୍ରିୟତା
India

Key Points

୯୪% ପରିବାରରେ ସ୍ମାର୍ଟଫୋନ୍, ୭୧% ଛାତ୍ରଛାତ୍ରୀଙ୍କୁ ଦୈନିକ ବ୍ୟବହାର ସୁଯୋଗ
୪୦% ଶିକ୍ଷାର୍ଥୀ ଏଡଟେକ୍ ବ୍ୟବହାର କରୁଛନ୍ତି
AI ପ୍ରତି ବଢୁଛି ଆଗ୍ରହ

ଓଡ଼ିଶା ଶିକ୍ଷା କ୍ଷେତ୍ରରେ ବଢୁଛି ପ୍ରଯୁକ୍ତିବିଦ୍ୟାର ଲୋକପ୍ରିୟତା । ସ୍ମାର୍ଟଫୋନ୍ ମାଧ୍ୟମରେ ପାଠପଢ଼ା ପ୍ରତି ଆକୃଷ୍ଟ ହେଉଛନ୍ତି ରାଜ୍ୟର ଶିକ୍ଷାର୍ଥୀ । ଓଡ଼ିଶାରେ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଶିକ୍ଷାର୍ଥୀଙ୍କ ମଧ୍ୟରେ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟର ବ୍ୟବହାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନ (CSF) ପକ୍ଷରୁ ପ୍ରକାଶିତ 'ଭାରତ ସର୍ଭେ ଫର ଏଡଟେକ୍' (BaSE) ଦ୍ୱିତୀୟ ସଂସ୍କରଣର ରିପୋର୍ଟ ଅନୁସାରେ, ରାଜ୍ୟର ପ୍ରାୟ ୪୦% ଶିକ୍ଷାର୍ଥୀ ପାଠପଢା ପାଇଁ ବିଭିନ୍ନ ଡିଜିଟାଲ୍ ସାଧନ ବ୍ୟବହାର କରୁଛନ୍ତି। 

ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ, ରାଜ୍ୟର ପ୍ରାୟ ୯୪% ପରିବାର ପାଖରେ ଅତିକମରେ ଗୋଟିଏ ସ୍ମାର୍ଟଫୋନ୍ ରହିଥିବା ବେଳେ ୬୮% ପରିବାରରେ ଏକରୁ ଅଧିକ ସ୍ମାର୍ଟଫୋନ୍ ରହିଛି। ପ୍ରାୟ ୭୧% ଶିକ୍ଷାର୍ଥୀ ସ୍ମାର୍ଟଫୋନ୍ ବ୍ୟବହାର କରିବାର ସୁଯୋଗ ପାଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୬୬% ଶିକ୍ଷାର୍ଥୀ ଏହାକୁ ପ୍ରତିଦିନ ବ୍ୟବହାର କରନ୍ତି। ଯଦିଓ ଅଧିକାଂଶ ଶିକ୍ଷାର୍ଥୀ ପରିବାରର ଅନ୍ୟ ସଦସ୍ୟଙ୍କ ଫୋନ୍ ଉପରେ ନିର୍ଭର କରନ୍ତି, ତଥାପି ସେମାନଙ୍କ ମଧ୍ୟରୁ ୯୦%  ସହଜରେ ଇଣ୍ଟରନେଟ୍ ବ୍ୟବହାର କରିପାରୁଛନ୍ତି।

ସର୍ବେକ୍ଷଣରୁ ଅନୁଯାୟୀ, ରାଜ୍ୟର ୫୮% ଶିକ୍ଷାର୍ଥୀ ଏଡଟେକ୍ (EdTech) ଉପକରଣ ବିଷୟରେ ଅବଗତ ଅଛନ୍ତି ଏବଂ ୪୦% ସକ୍ରିୟ ଭାବେ ପାଠପଢ଼ା ପାଇଁ ଏହାର ବ୍ୟବହାର କରୁଛନ୍ତି। ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ୟୁଟ୍ୟୁବ୍ (୯୯%) ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ହୋଇଥିବା ବେଳେ ହ୍ଵାଟସଆପ୍ (୮୭%), ଗୁଗଲ (୬୩%), ଚାଟଜିପିଟି (୪%), ଗୁଗଲ ଜେମିନି (୩%) ଏବଂ ମେଟା AI (୩%) ର ବ୍ୟବହାର ମଧ୍ୟ ଦେଖିବାକୁ ମିଳିଛି। ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ କ୍ଷେତ୍ରରେ ମଧ୍ୟ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ସଚେତନତା ପରିଲକ୍ଷିତ ହୋଇଛି। ପ୍ରାୟ ୯୯% ଶିକ୍ଷକ/ଶିକ୍ଷୟିତ୍ରୀ ଏଡଟେକ୍ ଉପକରଣ ବିଷୟରେ ଜାଣିଥିବା ବେଳେ ୯୮% ଏହାକୁ ଶିକ୍ଷାଦାନ ପାଇଁ ବ୍ୟବହାର କରୁଛନ୍ତି। ସେମାନେ ମୁଖ୍ୟତଃ ହ୍ଵାଟସଆପ୍ (୯୬%), ଗୁଗଲ (୮୦%) ଏବଂ ୟୁଟ୍ୟୁବ୍ (୭୬%) ଉପରେ ନିର୍ଭର କରୁଥିବା ବେଳେ ୧୬% ଶିକ୍ଷକ 'ଦୀକ୍ଷା' (DIKSHA) ଏବଂ ୧୩% 'ଇ-ପାଠଶାଳା' ବ୍ୟବହାର କରୁଛନ୍ତି।

ପଢନ୍ତୁ ଏହି ଖବର: ବିପଦରେ ୩୫୦ କୋଟି ଲୋକ, Google ଜାରି କଲା ଜରୁରୀକାଳୀନ ଅପଡେଟ୍...

ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାରକୁ ନେଇ ସର୍ଭେରେ କୁହାଯାଇଛି ଯେ, ୪୮% ଶିକ୍ଷାର୍ଥୀ କୃତ୍ରିମ ବୁଦ୍ଧିମତା ବିଷୟରେ ଶୁଣିଛନ୍ତି ଏବଂ ୨୦% ଏହାର ଶୈକ୍ଷିକ ଉପଯୋଗିତା ବିଷୟରେ ଜାଣନ୍ତି। ପ୍ରାୟ ୧୩% ଶିକ୍ଷଣ ପାଇଁ 'ଜେନ୍ AI' (GenAI) ବ୍ୟବହାର କରନ୍ତି, ଯେଉଁଥିରୁ ୭୪% ଏହାକୁ ପ୍ରତିଦିନ ବ୍ୟବହାର କରୁଥିବା ଜଣାପଡ଼ିଛି। ସେହିପରି ୬୭% ଶିକ୍ଷକ/ଶିକ୍ଷୟିତ୍ରୀ କୃତ୍ରିମ ବୁଦ୍ଧିମତା ବିଷୟରେ ଶୁଣିଥିବା ବେଳେ ୪୦% ଏହାକୁ ଶିକ୍ଷାଦାନରେ ବ୍ୟବହାର କରନ୍ତି । ୧୨% ଏଡଟେକ ବ୍ୟବହାରକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ଶିକ୍ଷାଦାନ ଏବଂ ବିଦ୍ୟାଳୟ-ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ଜେନଏଆଇ ବ୍ୟବହାର କରନ୍ତି । ଜେନଏଆଇ ବ୍ୟବହାର କରୁଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ମଧ୍ୟରୁ ୫୩% ଏହାକୁ ସପ୍ତାହରେ ଅନେକ ଥର ବ୍ୟବହାର କରୁଥିବା ବେଳେ, ୩୩% ଏହାକୁ ପ୍ରତିଦିନ ବ୍ୟବହାର କରନ୍ତି।

ଏନେଇ ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଶଭେତା ଶର୍ମା କୁକ୍ରେଜା କହିଛନ୍ତି, "ଏହି ରିପୋର୍ଟ ଭାରତରେ ଶିକ୍ଷା ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କିଭଳି ହେଉଛି, ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରୁଛି । ଆଜି ଅଧିକାଂଶ ପରିବାରରେ ଡିଜିଟାଲ୍ ସାଧନ ବା ସ୍ମାର୍ଟଫୋନ୍ ପହଞ୍ଚି ପାରିଛି । ଶିକ୍ଷାର୍ଥୀ ଏବଂ ଶିକ୍ଷକମାନେ କିଭଳି ଏହି ପ୍ରଯୁକ୍ତିବିଦ୍ୟାକୁ ନିଜର ଦୈନନ୍ଦିନ ପାଠପଢ଼ାରେ ସାମିଲ କରୁଛନ୍ତି ତାହା ଆମକୁ ବୁଝିବାକୁ ହେବ । ଏହି ତଥ୍ୟଗୁଡିକ ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍ ଏବଂ ନୂତନ ଜ୍ଞାନକୌଶଳ ସୃଷ୍ଟିକାରୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଆମକୁ ଶିକ୍ଷାର ମାନ ବୃଦ୍ଧି ନିଶ୍ଚିତ କରିବାକୁ ହେବ ।"

ଏହି ଅଧ୍ୟୟନଟି ପ୍ରାୟ ୧,୫୦୦ ଜଣଙ୍କୁ ନେଇ କରାଯାଇଥିଲା, ଯେଉଁଥିରେ ୧,୨୫୦ ପରିବାର ଏବଂ ୨୫୦ ଶିକ୍ଷକ/ଶିକ୍ଷୟିତ୍ରୀ ଅନ୍ତର୍ଭୁକ୍ତ ଥିଲେ। ଏହି ସର୍ବେକ୍ଷଣରେ ମୁଖ୍ୟତଃ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଏବଂ କମ୍ ବିଦ୍ୟାଳୟ ଦେୟ ଥିବା ବେସରକାରୀ ବିଦ୍ୟାଳୟରେ ପଢ଼ୁଥିବା ୬ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ସାମିଲ କରାଯାଇଥିଲା। ଏହା ସହିତ ସମାନ ଅଞ୍ଚଳର ଶିକ୍ଷକମାନଙ୍କ ସହ ଆଲୋଚନା କରି ଶ୍ରେଣୀଗୃହ ମଧ୍ୟରେ ଡିଜିଟାଲ୍ ଉପକରଣର ବ୍ୟବହାରକୁ ଗଭୀର ଭାବେ ଅନୁଧ୍ୟାନ କରାଯାଇଥିଲା।

ସେହିପରି ୨୦୧୨ ମସିହାରେ ପ୍ରତିଷ୍ଠିତ ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନ (CSF) ହେଉଛି ଏକ ଅଣଲାଭକାରୀ ସଂସ୍ଥା (ଏନଜିଓ), ଯାହା ବ୍ୟବସ୍ଥାଗତ ସଂସ୍କାର ମାଧ୍ୟମରେ ଭାରତର ୧୪ଟି ରାଜ୍ୟରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଛି। ଏହି ସଂସ୍ଥା ୧୧ଟି ରାଜ୍ୟ ସରକାରଙ୍କ ସହ ମିଶି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମର ସଫଳ ରୂପାୟନ କରୁଛି । ଆଦ୍ୟ ଶୈଶବ ଶିକ୍ଷାକୁ ସୁଦୃଢ଼ କରୁଛି। ଏଥିସହ ଶିକ୍ଷାରେ ପ୍ରଯୁକ୍ତିବିଦ୍ୟା ବା ଏଡଟେକ୍ ର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛି ।

ପଢନ୍ତୁ ଏହି ଖବର: Google ପକ୍ଷରୁ ବଡ଼ ଘୋଷଣା; ୟୁଜରଙ୍କୁ ମିଳିବ ନୂଆ AI Feature

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Education Sector Sees Rapid Rise in Digital Learning and Technology Adoption | Argus News