|
logo
Live
Argus News App
GET APP

Argus News - Google ପକ୍ଷରୁ ବଡ଼ ଘୋଷଣା; ୟୁଜରଙ୍କୁ ମିଳିବ ନୂଆ AI Feature

Technology

Google Chrome Browser New Feature / Google ପକ୍ଷରୁ ବଡ଼ ଘୋଷଣା; ୟୁଜରଙ୍କୁ ମିଳିବ ନୂଆ AI Feature

Subhramjit Ray
Browse all articles by Subhramjit Ray
·3 weeks ago·3 min read
Google ପକ୍ଷରୁ ବଡ଼ ଘୋଷଣା; ୟୁଜରଙ୍କୁ ମିଳିବ ନୂଆ AI Feature
Google Gemini AI

Key Points

ଭାରତ ଭଳି ଭାଷାଗତ ଭିନ୍ନତା ରହିଥିବା ଦେଶକୁ ଧ୍ୟାନରେ ରଖି, ଏହି ବୈଶିଷ୍ଟ୍ୟରେ ଏକାଧିକ ଭାଷାର ବ୍ୟବସ୍ଥା କରାଯାଉଛି। ଯାହାର ସାହାଯ୍ୟ ନେଇ ୟୁଜର ସେମାନଙ୍କ ପ୍ରଶ୍ନ ତାଙ୍କ ନିଜ ଭାଷାରେ ପଚାରି ପାରିବେ।
Google Chrome Browser New Feature: ବର୍ତ୍ତମାନ ଇଣ୍ଟରନେଟ୍ ବ୍ରାଉଜିଂ କରିବାର ଉପାୟ ଧିରେ ଧିରେ ବଦଳି ଗଲାଣି। ଏବେ ବ୍ରାଉଜର ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କୁ ଏଜେଣ୍ଟିକ୍ ଏଆଇ ବୈଶିଷ୍ଟ୍ୟ (Agentic AI Features) ରହିଥିବା ସୁବିଧା ମିଳିଗଲାଣି। ଏଆଇ ଆପ୍ "ପରଫ୍ଲେକ୍ସିଟି କୋମେଟ" (Perplexity Comet) ହେଉ "ଓପନ ଏଆଇ" ଦ୍ୱାରା ପରିଚାଳିତ "ଆଟଲାସ୍ ବ୍ରାଉଜର" (Open AI Atlas Browser), ସେମାନେ ସମସ୍ତେ ଏଜେଣ୍ଟିକ୍ ଏଜେଣ୍ଟିକ୍ ଏଆଇ ବୈଶିଷ୍ଟ୍ୟ ରହିଥିବା ସୁବିଧା ପ୍ରଦାନ କରୁଛନ୍ତି। ଯାହାର ଅର୍ଥ ହେଉଛି ଇଣ୍ଟରନେଟ୍ ବ୍ରାଉଜିଂ କରିବା ବେଳେ ଆପଣ ବ୍ୟବହାର କରୁଥିବା ବ୍ରାଉଜର ନିଜେ ଆପଣଙ୍କ ପାଇଁ କାମ କରିଥାଏ।

ବିଶ୍ୱର ଲୋକ ପ୍ରିୟ ସର୍ଚ୍ଚଇଞ୍ଜିନ ଗୁଗୁଲ ଏହାର ବ୍ରାଉଜର କ୍ରୋମ୍ (Google Chrome Browser) ରେ ଗୁଗୁଲ ଜେମିନି ଏଆଇ (Google Gemini AI) ବୈଶିଷ୍ଟ୍ୟ (Google AI Features) ସେବା ଭାରତରେ ଆରମ୍ଭ କରିସାରିଛି। ଗୁଗୁଲ୍ ପୂର୍ବରୁ ଏହି ବୈଶିଷ୍ଟ୍ୟ ସମ୍ପର୍କରେ ଘୋଷଣା କରିଥିଲା। ସେବେଠାରୁ ବ୍ୟବହାରକାରୀ ଏହାର ଅପେକ୍ଷାରେ ରହିଥିଲେ।

କ୍ରୋମ୍ ବାଉଜିଂ କରିବା ବେଳେ କିପରି ବ୍ୟବହାର କରିବେ ଗୁଗୁଲ୍ ଜେମିନି ଏଆଇ?
ବର୍ତ୍ତମାନ ପର୍ଯ୍ୟନ୍ତ ୟୁଜର ଗୁଗୁଲ ଦ୍ୱାରା ବିକଶିତ ହୋଇଥିବା ଜେମିନି ଏଆଇ ବୈଶିଷ୍ଟ୍ୟକୁ ଏକ ପୃଥକ ଆପ୍ କିମ୍ବା ୱେବସାଇଟ୍ ମାଧ୍ୟମରେ ବ୍ୟବହାର କରୁଥିଲେ। ହେଲେ ସଦ୍ୟତମ ଅପଡେଟ୍ ଅନୁଯାୟୀ ଏବେ ଏହା ସିଧାସଳଖ କ୍ରୋମ୍ ମଧ୍ୟରେ କାମ କରିବ। ଯାହାର ଅର୍ଥ ହେଉଛି ଯଦି ଆପଣ ଖବର ପଢ଼ୁଛନ୍ତି କିମ୍ବା କୌଣସି ଉତ୍ପାଦ ବିଷୟରେ ଜାଣିବାକୁ ଚାହୁଁଛନ୍ତି ଅଥବା ଅନ୍ୟ କୌଣସି ବିଷୟ ଅଧିକ ତଥ୍ୟ ଖୋଜୁଛନ୍ତି ତାହେଲେ ସେହି ଟ୍ୟାବ୍ ମଧ୍ୟରେ ଜେମିନି ଏଆଇ ଉଦ୍ଦେଶ୍ୟରେ ପ୍ରଶ୍ନ କରିପାରିବେ। ଯାହା ଦ୍ୱାରା ଆପଣଙ୍କୁ ଆଉ ଅନ୍ୟ କୌଣସି ଏକ ନୂତନ ଟ୍ୟାବ୍ ଖୋଲିବାର କୌଣସି ଆବଶ୍ୟକତା ରହିବ ନାହିଁ।

ସାଇଡ଼ ପ୍ୟାନେଲ ସହ ଯୋଡ଼ି ହୋଇଛି ଗୁଗୁଲ ଜେମିନି ଏଆଇ
ଏହି ବୈଶିଷ୍ଟ୍ୟ ଗୁଗୁଲ କ୍ରୋମ୍ ରେ ଏକ ସାଇଡ଼ ପ୍ୟାନେଲ ଭାବରେ ଦେଖାଯିବ। ୟୁଜର ଏହାକୁ ଖୋଲିହା ପରେ ସିଧାସଳଖ ଜେମିନି ଏଆଇ ସହିତ ଚାଟ୍ କରିପାରିବେ। ଯଦି କୌଣସି ଅଥବା ଖବର ବହୁତ ଲମ୍ବା ହୋଇଥାଏ ଏକ ଆର୍ଟିକିଲ୍ ବହୁତ ଲମ୍ବା ହୋଇଥାଏ, ତାହେଲେ ଏହାର ସାରାଂଶ ଆପଣ ଜେମିନି ପାଖରୁ ମାଗିପାରିବେ। ଯଦି କୌଣସି ୱେବସାଇଟ୍ ଦ୍ୱାରା ପ୍ରଦତ୍ତ ତଥ୍ୟ ଆପଣ ବୁଝି ପାରୁନାହାଁନ୍ତି ତାହେଲେ ଜେମିନି ଏହାକୁ ଆପଣଙ୍କୁ ଅତି ସରଳ ଭାଷାରେ ବୁଝାଇ ଦେଇପାରିବେ।

ଉଦାହରଣ ସ୍ୱରୂପ ଯଦି କେହି ପ୍ରଯୁକ୍ତିବିଦ୍ୟା କିମ୍ବା ଅର୍ଥନୀତି ଜଡ଼ିତ କୌଣସି ଖବର ପଢୁଛନ୍ତି ତାହେଲେ ସେମାନେ ଗୁଗୁଲ ଏଆଇକୁ ଏହାର ଅର୍ଥ କ'ଣ କିମ୍ବା ଏହାର ସଂକ୍ଷିପ୍ତ ସାରାଂଶ କ'ଣ ତାହା ପଚାରି ପାରିବେ। ଏହା ସହ ଜଡ଼ିତ ଅନ୍ୟ ଏକ ବିଶେଷ ବୈଶିଷ୍ଟ୍ୟ ହେଉଛି ଯେ ଏଆଇ, କ୍ରୋମ ବ୍ରାଉଜର ମଧ୍ୟରେ ଖୋଲା ଯାଇଥିବା ଏକାଧିକ ଟ୍ୟାବ୍ କୁ ବୁଝିପାରିବ। ଯଦି ଆପଣ ଆପଣଙ୍କର ଏକ ସ୍ମାର୍ଟଫୋନ୍ କିମ୍ବା ଲାପଟପ ମଧ୍ୟରେ ବିଭିନ୍ନ ୱେବସାଇଟ୍ ଖୋଲିଛନ୍ତି ତାହେଲେ ଏଆଇ ଏହାକୁ ବୁଝିପାରିବ।

ପ୍ରଥମେ ଡେସ୍କଟପ୍ ବ୍ୟବହାରକାରୀଙ୍କୁ ମିଳିବ ଏହି ବୈଶିଷ୍ଟ୍ୟର ସୁବିଧା

ରିପୋର୍ଟ ଅନୁଯାୟୀ ଏହି ବୈଶିଷ୍ଟ୍ୟ ଧିରେ ଧିରେ ଆରମ୍ଭ ହେବାକୁ ଯାଉଛି। ଏହାକୁ ଡେସ୍କଟପ୍ ବ୍ୟବହାରକାରୀଙ୍କ ପାଇଁ ପ୍ରାରମ୍ଭିକ ଭାବରେ ଆରମ୍ଭ କରାଯାଇଛି। ଯାହାର ଅର୍ଥ ହେଉଛି ଉଇଣ୍ଡୋଜ୍ (Windows) ଅଥବା ମ୍ୟାକ୍ (Mac) ବ୍ୟବହାର କରି କ୍ରୋମ ବ୍ୟବହାର କରୁଥିବା ବ୍ୟବହାରକାରୀ ଏହି ବୈଶିଷ୍ଟ୍ୟକୁ ବ୍ୟବହାର କରୁଛନ୍ତି । ଯାହାକୁ ଭବିଷ୍ୟତରେ ଅଧିକ ବ୍ୟବହାରକାରୀଙ୍କ ଲାଗି ବିସ୍ତାର କରାଯିବ।

ଭାରତ ଭଳି ଭାଷାଗତ ଭିନ୍ନତା ରହିଥିବା ଦେଶକୁ ଧ୍ୟାନରେ ରଖି, ଏହି ବୈଶିଷ୍ଟ୍ୟରେ ଏକାଧିକ ଭାଷାର ବ୍ୟବସ୍ଥା କରାଯାଉଛି। ଯାହାର ସାହାଯ୍ୟ ନେଇ ୟୁଜର ସେମାନଙ୍କ ପ୍ରଶ୍ନ ତାଙ୍କ ନିଜ ଭାଷାରେ ପଚାରି ପାରିବେ। ଯାହାର ଅର୍ଥ ହେଉଛି ଯଦି କେହି ହିନ୍ଦୀ ଭାଷାରେ ପ୍ରଶ୍ନ ପଚାରନ୍ତି, ତାହେଲେ ଏହାର ଉତ୍ତର ସେହି ଭାଷାରେ ଦେଇପାରିବ।

ବିଗତ କିଛି ସମୟ ଧରି ବିଭିନ୍ନ ଟେକ୍ କମ୍ପାନୀ ଦ୍ରୁତ ଗତିରେ ସେମାନଙ୍କର ଉତ୍ପାଦକୁ ଏଆଇ ଫିଚର ସହ ସହ ଯୋଡ଼ିବାରେ ଲାଗିଛନ୍ତି। ଗୁଗୁଲ ପୂର୍ବରୁ ଏହାର ଅନେକ ଉତ୍ପାଦରେ ଜେମିନି ଏଆଇ ଯୋଡ଼ିସାରିଛି। ବର୍ତ୍ତମାନ କ୍ରୋମ ସହିତ ଏହାକୁ ଯୋଡ଼ିବା ଏହା ଦର୍ଶାଉଛି ଯେ କମ୍ପାନୀ ଚାହୁଁଛି ଯେ ଏହାର ଉପଭୋକ୍ତାଙ୍କୁ କ୍ରୋମ ବ୍ରାଉଜର ମଧ୍ୟରେ ଏଆଇ ସୁବିଧା ମିଳୁ। ଯାହା ଇଣ୍ଟରନେଟ୍ ବ୍ୟବହାର କରିବା ସମୟରେ ତୁରନ୍ତ ସହାୟତା ପ୍ରଦାନ କରିପାରିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Google Chrome Browser New Feature: Google ପକ୍ଷରୁ ବଡ଼ ଘୋଷଣା; ୟୁଜରଙ୍କୁ ମିଳିବ ନୂଆ AI Feature | Argus News