Videos
|
Odisha

New Rules for DJ Vehicles / ଡିଜେ ଗାଡ଼ି ମୋଡିଫିକେଶନ କରିପାରିବେ ନାହିଁ ମାଲିକ, ନୂଆ ସର୍କୁଲାର ଆଣିଲେ ରାଜ୍ୟ ସରକାର

Santosh Kumar Sahoo
Browse all articles by Santosh Kumar Sahoo
·12 months ago·1 min read
ଡିଜେ ଗାଡ଼ି ମୋଡିଫିକେଶନ କରିପାରିବେ ନାହିଁ ମାଲିକ, ନୂଆ ସର୍କୁଲାର ଆଣିଲେ ରାଜ୍ୟ ସରକାର

Key Points

ନୂଆ ସର୍କୁଲାର ଆଣିଲା ରାଜ୍ୟ ପରିବହନ ବିଭାଗ । ଡିଜେ ଗାଡ଼ି ମୋଡ଼ିଫିକେଶନ କରିପାରିବେ ନାହିଁ ମାଲିକ । ଡିଜେରେ ବାଜିବନି ୬୦ ଡେଶିବିଲରୁ ଅଧିକ ଶବ୍ଦ ।

ଡିଜେ ପାଇଁ ନୂଆ ନିୟମ । ନୂଆ ସର୍କୁଲାର ଆଣିଲା ରାଜ୍ୟ ପରିବହନ ବିଭାଗ । ନୂଆ ନିୟମ ଅନୁଯାୟୀ ଡିଜେ ଗାଡ଼ି ମୋଡିଫିକେଶନ କରିପାରିବେ ନାହିଁ ମାଲିକ । ସେହିପରି ଡିଜେରେ ୬୦ ଡେଶିବିଲରୁ ଅଧିକ ଶବ୍ଦ ବାଜିବ ନାହିଁ । ଏକଷ୍ଟ୍ରା ଲାଇଟ୍ କି ରଙ୍ଗୀନ୍ ଝଲମଲ ଲାଇଟ୍ ମଧ୍ୟ ଡିଜେ ଗାଡ଼ିରେ ଲାଗିବ ନାହିଁ । ଏହି ନିୟମ ରାଜ୍ୟ ସାରା ଲାଗୁ ହେବ ।


ଅଧିକ ପଢ଼ନ୍ତୁ: ଆଜିଠୁ ଭୁବନେଶ୍ବରରେ ବୁଲାକୁକୁର ଗଣତି, ୨ଟି ପର୍ଯ୍ୟାୟରେ ଗଣିବେ ୪୧୦ ଟିମ୍


ଯଦି କେହି ନିୟମ ଉଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । MVA ନିୟମ ୧୨୮/୨୪ ଅନୁସାରେ ୧ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିପରି ବାରମ୍ବାର ନିୟମ ଉଲଂଘନ କଲେ ଫିଟନେସ କ୍ୟାନ୍ସଲ କରିବ ପରିବହନ ବିଭାଗ । ନୂଆ ସର୍କୁଲାର୍ ଦ୍ଵାରା ଡିଜେ ଭିତରେ କମ୍ପିଟିସନ୍ ବି ବନ୍ଦ ହେବ । କେବଳ ଦୁର୍ଗା ପୂଜା ପାଇଁ ନୁହେଁ ସବୁ ଦିନ ପାଇଁ ଏହି ନିୟମ ଲାଗୁ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: