Videos
|
Odisha

Odisha DMF Row / ଖୋଲୁଛି ବିଜେଡି ଶାସନରେ DMF କେଳେଙ୍କାରୀର ଗୁମର; ସବୁ ଜାଣି ଧ୍ରୁତରାଷ୍ଟ୍ର ସାଜି ଚୁପ୍ ଥିଲେ ନବୀନ ପଟ୍ଟନାୟକ

Sushanta Sahoo
Browse all articles by Sushanta Sahoo
·50 mins ago·3 min read
ଖୋଲୁଛି ବିଜେଡି ଶାସନରେ DMF କେଳେଙ୍କାରୀର ଗୁମର; ସବୁ ଜାଣି ଧ୍ରୁତରାଷ୍ଟ୍ର ସାଜି ଚୁପ୍ ଥିଲେ ନବୀନ ପଟ୍ଟନାୟକ
BJP Targets BJD Over Spending, MMDR Amendment

Key Points

ଜିଲ୍ଲା ଖଣିଜ ପାଣ୍ଠିରୁ ହୋଇଥିଲା ଶହ ଶହ କୋଟି ଟଙ୍କା ଲୁଟ୍
ମନଇଚ୍ଛା ଉଡ଼ାଉଥିଲେ ବିଜେଡି ନେତା, ମନ୍ତ୍ରୀ ଓ ଅଫିସର
 
ଭୁବନେଶ୍ଵର: MMDR ସଂଶୋଧନ ବିଲକୁ ବିରୋଧ କରିବାକୁ ଯାଇ ଅଡୁଆରେ ଫସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋଲି ଯାଇଛି ବିରୋଧୀ ଦଳ ନେତା ଓ ବିଜେଡିର ଅସଲ ମୁଖା । ୨୦୧୫ରୁ ୨୦୨୪, ୯ ବର୍ଷ ନବୀନଙ୍କ ଶାସନରେ କେମିତି ଦଳୀୟ ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଫିସରମାନେ ଜିଲ୍ଲା ଖଣିଜ ପାଣ୍ଠିରୁ ଶହ ଶହ କୋଟି ଟଙ୍କା ମନଇଚ୍ଛା ଉଡ଼ାଉଥିଲେ ତାର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ସିଏଜିଙ୍କ ଅଡିଟରେ ବିଜେଡିର DMF କେଳେଙ୍କାରୀ ସାମ୍ନାକୁ ଆସିଥିବାବେଳେ ଅର୍ଗସ ନ୍ୟୁଜ୍‌ରେ ବି ଆମେ ବାରମ୍ବାର କରିଛୁ ଏହାର ପର୍ଦ୍ଦାଫାସ୍ ।

ଯାଜପୁର ସମେତ କେନ୍ଦୁଝର, ଅନୁଗୁଳ ଓ ସୁନ୍ଦରଗଡ଼ରେ ହୋଇଛି ସାଂଘାତିକ ଡିଏମଏଫ୍ କେଳେଙ୍କାରୀ । ସୁନ୍ଦରଗଡ଼ ଜିଲ୍ଲାରେ ଖର୍ଚ୍ଚ ହୋଇଛି ୫ ହଜାର ୬୪୧ କୋଟି DMF ଟଙ୍କା । ଏହି ଟଙ୍କାରେ ହୋଇଥିବା ଅଧିକାଂଶ ପ୍ରକଳ୍ପର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । କେନ୍ଦୁଝରରେ ୭ ବର୍ଷରେ ବେଆଇନ୍ ଭାବେ ୩୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏଥିସହ ପଢ଼ନ୍ତୁ: ନବୀନଙ୍କ ଚିଠିର କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର, କହିଲେ- ‘ତଥ୍ୟ ଲୁଚାଇ ଭୟ ସୃଷ୍ଟି କରିବା ଠିକ୍ ନୁହେଁ’ 

ବିଜେଡି ଶାସନରେ ଡିଏମଏଫ୍ ପାଣ୍ଠିରେ ବିକାଶ ନାଁରେ ମନ୍ତ୍ରୀ-ନେତା-ଠିକାଦାର-ଯନ୍ତ୍ରୀ ମଧୁଚନ୍ଦ୍ରିକା କରି କୋଟି କୋଟି ଟଙ୍କା ଖାଉଥିବାବେଳେ ଧ୍ରୁତରାଷ୍ଟ୍ର ସାଜିଥିଲେ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ । ଅନ୍ୟପଟେ ଏବେ ମୋଦି ସରକାରଙ୍କ ଏମଏମଡିଆର୍ ଆଇନରେ ସଂଶୋଧନ ଦ୍ବାରା ରାଜ୍ୟର ବିକାଶ ହେହେ । ଏଣୁ ଏହାକୁ ନେଇ ନବୀନ ବିଭ୍ରାନ୍ତ କରୁଥିବା କହିଛନ୍ତି କେନ୍ଦୁଝର ସାଂସଦ ଅନନ୍ତ ନାଏକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଯାଜପୁରରେ ହୋଇଛି ସବୁଠାରୁ ସାଂଘାତିକ କାରନାମା । ନିଜ ପତିଆରା ପାଇଁ ଡିଏମଏଫ ନିୟମ ମୋଡ଼ି ମକଚି ମନ ଇଛା ଡିଏମଏଫ ଫଣ୍ଡ ଉଡ଼ାଇଥିଲେ ବିଜେଡି ନେତା ବବି ଦାସ ଓ ବିଜେଡି ଟିମ୍ । ଯେଉଁ ଟଙ୍କାରେ ଗରିବ ଲୋକଙ୍କର ବିକାଶ ହେବା କଥା ସେହି ଟଙ୍କାରୁ ଘରୋଇ ହସ୍ପିଟାଲ ପାଇଁ ୯ କୋଟି, ସ୍ପୋର୍ଟସ୍ ଏକାଡେମୀ ପାଇଁ ୨୨ କୋଟି, ବିଜ୍ଞାନ ଏକାଡେମୀ ପାଇଁ ୧୧୩ କୋଟି, ବ୍ୟାସ ସରୋବର ପାଇଁ ୬୯ କୋଟି ଦେଇଥିଲେ ପ୍ରଣବ ପ୍ରକାଶ ।

ପୁଣି ଏଥିରୁ ଅଧିକାଂଶ ପ୍ରକଳ୍ପ ଅସମ୍ପୂର୍ଣ୍ଣ । ୨୦୧୫ରୁ ୨୦୨୩ ମଧ୍ୟରେ ଖଣି ଅଞ୍ଚଳରୁ ୩୭ ହଜାର କୋଟିରୁ ଅଧିକ DMF ଟଙ୍କା ଆଦାୟ ହୋଇଛି । ବିଜେଡି ଶାସନରେ ଖଣି ଦ୍ୱାରା ଆଦୌ କ୍ଷତିଗ୍ରସ୍ତ ହୋଇନଥିବା ୯୭୬ଟି ଗାଁରେ ୯୮୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ, ପ୍ରତ୍ୟକ୍ଷ ଭାବେ କ୍ଷତିଗ୍ରସ୍ତ ୫୮୪ଟି ଗାଁକୁ କୌଣସି ପାଣ୍ଠି ଦିଆଯାଇ ନାହିଁ । ଏ ନେଇ ଗତକାଲି ତଥ୍ୟ ରଖିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥିସହ ପଢ଼ନ୍ତୁ: ୧୭ କୋଟିରୁ ଅଧିକ ଟଙ୍କା ଆତ୍ମସାତ୍; ବନ୍ଧାହେଲା ସିଲିଗୁଡ଼ିରୁ ୪ ବର୍ଷ ଧରି ଫେରାର୍ ଅଭିଯୁକ୍ତ

ଅନ୍ୟପଟେ ଏମଏମଡିଆର୍ ଆଇନ ସଂଶୋଧନ ପ୍ରସଙ୍ଗରେ ନବୀନଙ୍କ ଆଭିମୁଖ୍ୟର ଗତକାଲି କଡ଼ା ଜବାବ ଦେଇଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, "ନବୀନ ତଥ୍ୟକୁ ଗୋପନ ରଖି ଏବଂ ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ । ନୂଆ ଆଇନ ଅନୁଯାୟୀ, ଖଣି କ୍ଷେତ୍ରରୁ ମିଳୁଥିବା ମୋଟ ରାଜସ୍ୱର ପ୍ରାୟ ୯୦ପ୍ରତିଶତ ସିଧାସଳଖ ରାଜ୍ୟ ରାଜକୋଷକୁ ଯିବ । ଓଡ଼ିଶାର କୌଣସି କ୍ଷତି ହେବ ନାହିଁ ।"

ମୋଦିଙ୍କ ଏମଏମଡିଆର ସଂଶୋଧନ ଫଳରେ ରାଜ୍ୟର ବାର୍ଷିକ ଖଣି ରାଜସ୍ୱ ଦଶଗୁଣ ବଢ଼ି ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଥିବା କହିଛନ୍ତି ଧର୍ମେନ୍ଦ୍ର । ବିରୋଧୀ ଦଳ ନେତା ଦଳୀୟ ମନୋଭାବରୁ ଊର୍ଦ୍ଧ୍ୱକୁ ଯାଇ ରାଜ୍ୟର ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରୁଥିବା ଏହି ଐତିହାସିକ ଆଇନକୁ ସମର୍ଥନ କରିବାକୁ ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି ।