Doctors Strike / ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ: ଦରମା ବନ୍ଦ ଚେତାବନୀ ସତ୍ବେ ଆନ୍ଦୋଳନ ଜାରି
·2 months ago·2 min read

Key Points
ରାଜ୍ୟରେ ତୃତୀୟ ଦିନରେ ପହଞ୍ଚିଲା ଡାକ୍ତରଙ୍କ ଆନ୍ଦୋଳନ
ଦରମା ବନ୍ଦ ଚେତାବନୀ ସତ୍ବେ ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର
ସାରା ରାଜ୍ୟରେ ରୋଗୀ ସେବା ପ୍ରଭାବିତ

ଭୁବନେଶ୍ବର,୦୩/୦୭: ରାଜ୍ୟରେ ତୃତୀୟ ଦିନରେ ପହଞ୍ଚିଲା ଡାକ୍ତରଙ୍କ ଆନ୍ଦୋଳନ । ରାଜ୍ୟ ସରକାରଙ୍କ ଦରମା ବନ୍ଦ ଚେତାବନୀ ପରେ ବି ଡାକ୍ତରମାନେ ଆଜି ଆନ୍ଦୋଳନ କରୁଛନ୍ତି । ୧୦ଦଫା ଦାବି ନେଇ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ସାରା ରାଜ୍ୟରେ ରୋଗୀ ସେବା ପ୍ରଭାବିତ ହୋଇଛି।
ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ରାଜ୍ୟ ସରକାର କଠୋର ଚେତାବନୀ ଦେଇଛନ୍ତି। ଆନ୍ଦୋଳନ ଛାଡି କାର୍ଯ୍ୟରେ ଯୋଗ ଦେବାକୁ ଚେତାବନୀ ଦେଇଛନ୍ତି।କାର୍ଯ୍ୟରେ ଯୋଗ ନ ଦେଲେ ଆନ୍ଦୋଳନରତ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସିଡିଏମ୍ଓ,ପିଏଚଓଙ୍କୁ ନିର୍ଦେଶନାମା ଜାରି କରାଯାଇଛି। ସମସ୍ତ ମେଡିକାଲ କଲେଜ ଅଧ୍ୟକ୍ଷ ଏବଂ ଅଧୀକ୍ଷକଙ୍କୁ ଚିଠି କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଚିଠି କରାଯାଇଛି।
ପ୍ରଥମେ ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ଆଲୋଚନାରେ ସାମିଲ ହେବାକୁ ସରକାର ଅନୁରୋଧ କରିଥିଲେ। ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (OMSA) ପକ୍ଷରୁ ଧର୍ମଘଟ ଆରମ୍ଭ ହେବା ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରୀ , କମିଶନର ତଥା ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ OMSA ପ୍ରତିନିଧିମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ବିଭାଗ ତରଫରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଜାରି ରହିଥିଲା।ସରକାର ପୂର୍ବରୁ ଡାକ୍ତରମାନଙ୍କ ବହୁ ଦାବିକୁ ଗ୍ରହଣ କରି ସେମାନଙ୍କର କ୍ଯାଡର ରି-ଷ୍ଟ୍ରକଚରିଂ , Dynamic Assured Career Progression (DACP), Special Incentive ଏବଂ Place-based Incentive ପରି ବିଭିନ୍ନ ସୁବିଧା ଲାଗୁ କରିଛନ୍ତି। ଡାକ୍ତର ମାନଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ଅନେକ ସୁବିଧା କରିଛନ୍ତି।
ପଢନ୍ତୁ ଏହି ଖବର: ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ଅତି ବିପଜ୍ଜନକ ୧୬ ମେଡିସିନ୍; ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର
ରାଜ୍ୟ ସରକାର ସର୍ବଦା ଡାକ୍ତରମାନଙ୍କ ଯୁକ୍ତିସଙ୍ଗତ ଦାବି ପ୍ରତି ସମ୍ବେଦନଶୀଳ ରହିଛନ୍ତି। କିନ୍ତୁ ରୋଗୀଙ୍କ ସ୍ୱାର୍ଥ ଓ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ସେଥିପାଇଁ ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଜଣାଇ ଦିଆଯାଇଛି। ସେମାନେ କାର୍ଯ୍ୟରେ ଯୋଗଦେବା ପରେ ସେମାନଙ୍କ ଦାବିଗୁଡ଼ିକ ଉପରେ ଗଠନମୂଳକ ଆଲୋଚନା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି |

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
"ସେବା ହିଁ ପରମ ଧର୍ମ" ଏହାକୁ ପାଥେୟ କରି ଆନ୍ଦୋଳନରତ ଡାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହାର କରି ପୂର୍ବଭଳି ରୋଗୀସେବା ଜାରି ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି । ଯଦି ରୋଗୀଙ୍କ ସ୍ୱାର୍ଥ ଓ ସ୍ୱାସ୍ଥ୍ୟ ସେବା ବ୍ୟାଘାତ ହୁଏ ତା ହେଲେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବାଧ୍ୟ ହେବେ ବୋଲି ସରକାର କହିଛନ୍ତି।
Related Topics
Explore more stories