Odisha Rent Law 2026 / ଘରଭଡ଼ା ପାଇଁ ଏଗ୍ରିମେଣ୍ଟ ବାଧ୍ୟତାମୂଳକ, ଆଉ ମନଇଚ୍ଛା ବଢ଼ିବନି ଭଡ଼ା
·3 months ago·2 min read

Key Points
ଘର ମାଲିକଙ୍କ ମନମାନିରେ ଲାଗିବ ବ୍ରେକ୍
ଆଉ ମନଇଚ୍ଛା ବଢ଼ିବନି ଭଡ଼ା
ଜବରଦସ୍ତି ଖାଲି କରାଇ ପାରିବେନି ଘର
ଆଉ ମନଇଚ୍ଛା ବଢ଼ିବନି ଭଡ଼ା
ଜବରଦସ୍ତି ଖାଲି କରାଇ ପାରିବେନି ଘର
ମନ ଇଛା ଘର ଭଡା ବଢ଼େଇ ପାରିବେନି ମାଲିକ କି ଯେତେବେଳେ ଇଛା ଘର ଖାଲି କରିବାକୁ କହିପାରିବେନି । ସହରାଂଚଳରେ ଭଡ଼ାଟିଆଙ୍କ ପାଇଁ ଆସିବ ନୂଆ ଆଇନ । ପ୍ରାୟ ୫ ଦଶନ୍ଧିର ପୁରୁଣା ଆଇନ ପରିବର୍ତ୍ତେ ରାଜ୍ୟ ସରକାର ‘ଓଡ଼ିଶା ଅର୍ବାନ ଏରିଆ ରେଣ୍ଟାଲ କଣ୍ଟ୍ରୋଲ ଆକ୍ଟ-୨୦୨୬’ ଆଣିବାକୁ ଯାଉଛନ୍ତି । ଏ ନୂଆ ଆଇନରେ ଆଉ କ'ଣ କ'ଣ ରହିଛି ବ୍ୟବସ୍ଥା ଆସନ୍ତୁ ଜାଣିବା ।
ଏଣିକି ବେସରକାରୀ ଘର ଭଡ଼ାରେ ମୁଣ୍ଡ ପୂରେଇବେ ସରକାର । ଓଡ଼ିଶା ଅର୍ବାନ ଏରିଆ ରେଣ୍ଟାଲ କଣ୍ଟ୍ରୋଲ ଆକ୍ଟ-୨୦୨୬ ଆଣିବାକୁ ଯାଉଛି ନଗର ଉନ୍ନୟନ ବିଭାଗ । ଯାହାକି ଉଭୟ ଘର ମାଲିକ ଓ ଭଡ଼ାଟିଆଙ୍କୁ ଆଇନଗତ ସୁରକ୍ଷା ଯୋଗାଇଦେବ । ଏହି ନିୟମ ସହରର ସମସ୍ତ ପ୍ରକାରର ଆବାସିକ ଘର, ଦୋକାନ ବଜାର ଓ ସ୍କୁଲ-କଲେଜ ପାଇଁ ଦିଆଯାଉଥିବା ଭଡ଼ାଘର ନିମନ୍ତେ ଲାଗୁ ହେବ ।
ଏଣିକି କୌଣସି ବି ଘର ଏଗ୍ରିମେଣ୍ଟ ବିନା ଭଡ଼ାରେ ଦିଆଯାଇପାରିବ ନାହିଁ । ସହରାଞ୍ଚଳରେ ଜଣେ ଅଧିକାରୀଙ୍କୁ ରେଣ୍ଟ ଅଥରିଟି ଭାବେ ଦାୟିତ୍ୱ ଦିଆଯିବ । ଭଡ଼ା ନେବାର ୨ ମାସ ଭିତରେ ସ୍ଥାନୀୟ ରେଣ୍ଟ ଅଥରିଟି' ଓ ସେମାନଙ୍କ ଥାନାର ଅଧିକାରୀଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ । କୌଣସି ପରିସ୍ଥିତିରେ ବି ଘର ମାଲିକ ଭଡ଼ାଟିଆଙ୍କ ପାଣି, ବିଦ୍ୟୁତ କିମ୍ବା ଗ୍ୟାସ ବନ୍ଦ କରିପାରିବେ ନାହିଁ । ଘର ମାଲିକ କିମ୍ବା ପ୍ରପର୍ଟି ମ୍ୟାନେଜର ଯାଂଚ କିମ୍ବା ମରାମତି ପାଇଁ ଘରକୁ ଯିବା ପୂର୍ବରୁ ଅତିକମରେ ୨୪ ଘଣ୍ଟା ପୂର୍ବରୁ ଲିଖିତ କିମ୍ବା ଡିଜିଟାଲ ନୋଟିସ ଦେବେ । ସୂର୍ଯ୍ୟୋଦୟ ପୂର୍ବରୁ ବା ସୂର୍ଯ୍ୟାସ୍ତ ପରେ ଘର ଭିତରକୁ ପ୍ରବେଶ କରିପାରିବେ ନାହିଁ ମାଲିକ ।
ନୂଆ ଆଇନରେ ସିକ୍ୟୁରିଟି ଡିପୋଜିଟ୍ ସୀମା ନିର୍ଦ୍ଧାରଣ କରାଯାଇଛି । ଆବାସିକ ଘର ପାଇଁ ଦୁଇ ମାସର ଓ ବ୍ୟବସାୟିକ ଘର ପାଇଁ ସର୍ବାଧିକ ଛଅ ମାସର ଭଡ଼ା ନିଆଯିବ । ଏଗ୍ରିମେଣ୍ଟରେ ଲେଖା ନ ହେଇଥିଲେ ଘରଭଡ଼ା ବୃଦ୍ଧି କରିପାରିବେନି ମାଲିକ । ଚୁକ୍ତି ଅବଧି ମଧ୍ୟରେ କୌଣସି ଭଡ଼ାଟିଆଙ୍କୁ ମନଇଚ୍ଛା ବାହାର କରାଯାଇପାରିବ ନାହିଁ । ଭଡ଼ା ନ ଦେବା, ବାକି ରଖିବା, ସବଲେଟ୍ ଦେବା, ସମ୍ପତ୍ତିର ଅପବ୍ୟବହାର, ବେଆଇନ କାମ କରିବା ଅଭିଯୋଗରେ ରେଣ୍ଟ କୋର୍ଟରେ ଆବେଦନ କରି ଉଛେଦ ଆଦେଶ ଆଣି ପାରିବେ । ଯଦି ଚୁକ୍ତି ସରିବା ପରେ ବି ଭଡ଼ାଟିଆ ଘର ଖାଲି ନ କରନ୍ତି, ତେବେ ପ୍ରଥମ ଦୁଇ ମାସ ପାଇଁ ଦୁଇଗୁଣ ଭଡ଼ା ପରେ ଚାରିଗୁଣ ବର୍ଦ୍ଧିତ ଭଡ଼ା ଦେବାକୁ ବାଧ୍ୟ ହେବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରତି ସହରାଞ୍ଚଳରେ ଜଣେ ଡେପୁଟି କଲେକ୍ଟର ପାହ୍ୟାର ଅଫିସର ‘ରେଣ୍ଟ ଅଥରିଟି' ଭାବେ ରହିବେ । ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ‘ରେଣ୍ଟ କୋର୍ଟକୁ ଆସିଥିବା ମାମଲାର ଶୁଣାଣି କରିବେ । ଜିଲ୍ଲା ଜଜ୍ଙ୍କୁ ନେଇ ‘ରେଣ୍ଟ ଟ୍ରିବ୍ୟୁନାଲ' ଗଠନ କରାଯିବ । ଏବେ ନୂଆ ଆଇନ ନେଇ ଚିଠା ପ୍ରସ୍ତାବ ଆସିଥିବା ବେଳେ ଏନେଇ ମତାମତ ମାଗିଛି ବିଭାଗ । ଖୁବଶୀଘ୍ର ଏହା ଆଇନରେ ପରିଣତ ହେବ ।
Related Topics
Explore more stories