FIR Against Contractor / ଆଉ ଚଳିବନି ମନମାନି; ପାନୀୟ ଜଳ ପ୍ରକଳ୍ପ ନ ସରିଲେ ସିଧା ଏତଲା
·1 hour ago·3 min read

Key Points
ପାନୀୟ ଜଳ ପ୍ରକଳ୍ପରେ ବିଳମ୍ବ ଯୋଗୁଁ ଆନ୍ଧ୍ରର 'GPR INFRA' ବିରୋଧରେ ଏତଲା
ଅଣଓଡ଼ିଆ ଠିକାଦାରଙ୍କୁ ବିଜେଡି ସରକାର ଟେକି ଦେଇଥିଲା ୩୫ ହଜାର କୋଟିର ପ୍ରକଳ୍ପ
RTI ତଥ୍ୟରୁ ସାମ୍ନାକୁ ଆସିଛି ବାହାର ଠିକାଦାରଙ୍କ ଚଞ୍ଚକତାର ଚିତ୍ର
ଅଗଷ୍ଟ ସୁଦ୍ଧା ୨୦୭ରୁ ସଂପୂର୍ଣ୍ଣ ହୋଇଛି ମାତ୍ର ୩୨ଟି ପ୍ରକଳ୍ପ

ପୁରୀ: ରାଜ୍ୟରେ ଆଉ ଚଳିବନି ଅଣଓଡ଼ିଆ ଠିକାଦାରଙ୍କ ମନମାନି । ମେଗା ପାନୀୟ ଜଳ ପ୍ରକଳ୍ପ କାମରେ ବିଳମ୍ବ କରି ଲୋକଙ୍କୁ ହଇରାଣ କରୁଥିବା ଠିକା ସଂସ୍ଥା ବିରୋଧରେ ଏବେ ଶକ୍ତ ହୋଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଅବହେଳା ପାଇଁ ଯନ୍ତ୍ରୀଙ୍କ ଦରମା ବନ୍ଦ ହୋଇଥିବା ବେଳେ, ଏବେ ସିଧାସଳଖ ଆନ୍ଧ୍ରପ୍ରଦେଶର ‘GPR INFRA’ କମ୍ପାନୀ ନାଁରେ ଥାନାରେ ହୋଇଛି ଏତଲା ।
ବିଜେଡି ସରକାର ଅଣଓଡ଼ିଆ ଠିକାଦାରଙ୍କୁ ଟେକି ଦେଇଥିଲେ ପ୍ରାୟ ୩୫ ହଜାର କୋଟିର ୨୦୭ଟି ପ୍ରକଳ୍ପ । ହେଲେ ନଗଦ ଆସିଥିବା RTI ତଥ୍ୟରୁ ବାହାରିଛି ଚାଞ୍ଚଲ୍ୟକର ତଥ୍ୟ । ୨୦୭ଟି ପ୍ରକଳ୍ପ ମଧ୍ୟରୁ ଅଗଷ୍ଟ ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରିଛି ମାତ୍ର ୩୨ଟି ପ୍ରକଳ୍ପ । ପୁରୀ, ଗଞ୍ଜାମରୁ ଯାଜପୁର... ସବୁଠି ରାସ୍ତା ଓ ଗାଁ ଗାଁରେ ଗାତ ଖୋଳି ଅଧାପନ୍ତରିଆ ଭାବେ କାମ ଛାଡ଼ି ପଳାଇଛନ୍ତି ବାହାର ଠିକାଦାର ।
ଆକ୍ସନ ମୁଡରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଜଳ-ପରିମଳ ବିଭାଗ । ମେଗା ପାଣି ପ୍ରକଳ୍ପ କାମରେ ବିଳମ୍ବ କଲେ ଆଉ ମିଳିବନି ନିସ୍ତାର । ପୂର୍ବରୁ ଅବହେଳା ପାଇଁ ଅଫିସରଙ୍କ ଦରମା ବନ୍ଦ ହୋଇଥିବା ବେଳେ, ଏବେ ସିଧାସଳଖ ଅଣଓଡ଼ିଆ ଠିକାଦାରଙ୍କ ନାଁରେ ଥାନାରେ ହୋଇଛି ଏତଲା । ବ୍ରହ୍ମଗିରି ବ୍ଲକ ଭଣ୍ଡାରିକୁଦାଠାରେ ୫୯ଟି ଗାଁକୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ୨୦୨୨-୨୩ରେ ଆନ୍ଧ୍ରପ୍ରଦେଶର 'GPR INFRA' କମ୍ପାନୀକୁ ଦାୟିତ୍ୱ ଦିଆଯାଇଥିଲା ।
ହେଲେ ଦୀର୍ଘ ବର୍ଷ ଧରି କାମ ଶେଷ ନକରି ଗାଁ ଗାଁରେ ରାସ୍ତା ଖୋଳି, ପାଇପ ପାଇଁ ବଡ଼ ବଡ଼ ଗାତ କରି ଛାଡ଼ି ଦେଇଛି ସଂସ୍ଥା । ଫଳରେ ରାୟବିଧାର, ମଣପଡ଼ା, କୁଶୁବେଣ୍ଟି, ବ୍ରାହ୍ମଣିଆ, କହଳପଦା, ଧରଣୀକୁଦି ଓ ବଡ଼ବେଣାକୁଦି ପଞ୍ଚାୟତର ସମସ୍ତ ଗ୍ରାମବାସୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଶେଷରେ କନିଷ୍ଠ ଯନ୍ତ୍ରୀ ବ୍ରହ୍ମଗିରି ଥାନାରେ ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ FIR ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ଷ ପରେ ବର୍ଷ ଗଡ଼ୁଛି, କଣ୍ଟ ପୁରୁଛି ହେଲେ ଶେଷ ହେଉନି ପାନୀୟ ଜଳ ପ୍ରକଳ୍ପ । ରାଜ୍ୟରେ ଅଧାପନ୍ତରିଆ ହୋଇପଡ଼ିଛି ପ୍ରାୟ ୩୫ ହଜାର କୋଟି ଟଙ୍କାର ମେଗା ପ୍ରକଳ୍ପ । ପୂର୍ବ ସରକାରଙ୍କ ଅଣଓଡ଼ିଆ ଠିକାଦାର ପ୍ରୀତି ଯୋଗୁଁ ଆଜି ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ ।
ଅସମ୍ପୂର୍ଣ୍ଣ ପ୍ରକଳ୍ପ ଦାୟିତ୍ୱରେ ଥିବା ପୁରୀ ଜିଲ୍ଲାର ୧୪ ଜଣ JE ଓ AEଙ୍କ ଦରମା ବନ୍ଦ କରିବାକୁ RWSS ଚିଫ୍ ଇଞ୍ଜିନିୟର ନିର୍ଦ୍ଦେଶ ଦେଇଥିଲେ । ପୁରୀ ଜିଲ୍ଲାରେ ୨୦୧୮ରୁ ଆରମ୍ଭ ହୋଇଥିବା ୮ଟି ମେଗା ପ୍ରକଳ୍ପ ମଧ୍ୟରୁ ଏଯାଏଁ ମାତ୍ର ଗୋଟିଏ କାର୍ଯ୍ୟକ୍ଷମ ହୋଇପାରିଛି ।
ସେପଟେ RTI ତଥ୍ୟରୁ ଆସିଛି ଆଉ ଏକ ସାଂଘାତିକ ସତ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର ୧୧ ଟି ବ୍ଲକକୁ ପାଣି ଯୋଗାଇବା ଲକ୍ଷ୍ୟରେ ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡା ଠାରେ ଆରମ୍ଭ ହୋଇଥିଲା ମହାନଦୀ ଜଳ ପ୍ରକଳ୍ପ । ୧ ହଜାର ୯ ଶହ ୭୩ କୋଟି ବ୍ୟୟରେ ୨୦୨୨ରେ L&T କମ୍ପାନୀକୁ ଦେଇଥିଲେ ପ୍ରକଳ୍ପ କାମ । ହେଲେ ଆଜିଯାଏ କାମ ସରୁନି । ବିଛା ଯାଇଥିବା ପାଇପ ରକ୍ଷଣା ବେକ୍ଷଣ ଅଭାବରୁ କେଉଁଠି ପାଇପ ଉପରେ ଗାଡ଼ି ଚକା ମାଡିଗଲାଣି ତ ଆଉ କେଉଁଠି ପାଇପ କଟି ଗଲାଣି । ପ୍ରକଳ୍ପ ନିର୍ମାଣ ଶେଷ ବେଳକୁ ପାଇପ ଲାଇନ ଗୁଡ଼ିକ ଥିବ ନା ନାହିଁ ସନ୍ଦେହ ।
ଏଥିସହ ପଢ଼ନ୍ତୁ: ବନ୍ୟା କମିଲା...ଯନ୍ତ୍ରଣା ବଢ଼ିଲା, ତିନି ଜିଲ୍ଲାରେ ଜଳବନ୍ଦୀ ଲୋକଙ୍କ ହାହାକାର
ଠିକ୍ ସେମିତି ଅନିଶ୍ଚିତତା ଭିତରେ ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବାଲିକୁଦିଆ ଇଣ୍ଟେକ ୱେଲ ପ୍ରୋଜେକ୍ଟ । ୩ ଶହ ୩୫କୋଟି ଟଙ୍କା ବ୍ୟୟରେ ଧର୍ମଶାଳା ଓ ବଡ଼ଚଣାରେ ଜଳ ଯୋଗାଣ ପାଇଁ ୨୦୧୮ରେ କାମ ଆରମ୍ଭ ହୋଇଥିଲା । ପ୍ରତି ପଞ୍ଚାୟତରେ ଓଭର ହେଡ୍ ଟାଙ୍କି ବସିଛି, ଗାଁ ଗାଁ ରେ ପାଇପ ଲାଇନ ବି ବିଛା ଯାଇଛି । ହେଲେ ପାଣି ଆସୁନି । ଏପଟେ ୮୫ ପ୍ରତିଶତ କାମ ହେଉଥିବା ଦର୍ଶାଇ ଠିକା ସଂସ୍ଥା ପାଖାପାଖି ୩ ଶହ ୨୩ କୋଟି ଟଙ୍କା ଉଠାଇ ସାରିଲାଣି ।
ବିଜେଡି ସରକାର ସମୟରେ ଏସବୁ କାମର ପୋଲ ଖୋଲିଛି ନଗଦ ଆସିଥିବା ଆରଟିଆଇ ତଥ୍ୟ । ପ୍ରାୟ ୩୫ ହଜାର କୋଟି ଟଙ୍କାର ୨୦୭ ଟି ପ୍ରକଳ୍ପ ବାବଦରେ ଏହି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ସେଥିରୁ ୩୨ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨ଟି ପ୍ରକଳ୍ପ ଆଂଶିକ କାର୍ଯ୍ୟକ୍ଷମ ହୋଇଛି। ମନ୍ତ୍ରୀ କହିଛନ୍ତି ଲକ୍ଷ୍ୟ ସମୟରେ କାମ ସାରିବାକୁ କୁହାଯାଇଛି । ବିଳମ୍ଭ କଲେ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ବି ଦିଆଯାଇଛି ।
କେବଳ ଏତଲା ନୁହେଁ, ଅବହେଳା କରୁଥିବା ଏଜେନ୍ସିକୁ ସମ୍ପୂର୍ଣ୍ଣ ବ୍ଲାକଲିଷ୍ଟ କରି ନୂତନ ଠିକାଦାରଙ୍କୁ ଦାୟିତ୍ୱ ଦେବାକୁ ଦାବି ଜୋର ଧରିଛି । ମାର୍ଚ୍ଚ ୨୦୨୭ ସୁଦ୍ଧା ପ୍ରତି ଗାଁରେ ଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ କେବେ ପୂରଣ ହେଉଛି, ତାହା ଦେଖିବାକୁ ବାକି ରହିଲା ।

Related Topics
Explore more stories