Odisha e Challan / ଗାଡ଼ି ମାଲିକ ସାବଧାନ, PUCC ଓ ଇନସ୍ୟୁରାନ୍ସ ନଥିଲେ କଟିବ ଇ-ଚାଲାଣ
·47 mins ago·2 min read

Key Points
ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର
ଏଣିକି ଡିଜିଟାଲ୍ ଭାବେ ଧରାପଡ଼ିବ ଗାଡ଼ି
PUCC ଓ ଇନସ୍ୟୁରାନ୍ସ ନଥିଲେ କଟିବ ଇ-ଚାଲାଣ
ଏଣିକି ଡିଜିଟାଲ୍ ଭାବେ ଧରାପଡ଼ିବ ଗାଡ଼ି
PUCC ଓ ଇନସ୍ୟୁରାନ୍ସ ନଥିଲେ କଟିବ ଇ-ଚାଲାଣ
ଗାଡ଼ି ମାଲିକଙ୍କ ପାଇଁ ଆସିଛି ବଡ଼ ଖବର । ଏଣିକି ବୈଧ PUCC (Pollution Under Control Certificate) କିମ୍ବା ଇନସ୍ୟୁରାନ୍ସ ନଥିବା ଗାଡ଼ି ନେଇ ରାସ୍ତାରେ ବାହାରିବା ମହଙ୍ଗା ପଡ଼ିପାରେ । ଏଭଳି ଯାନବାହନକୁ ଇ-ଡିଟେକ୍ସନ ବ୍ୟବସ୍ଥା ମାଧ୍ୟମରେ ଚିହ୍ନଟ କରାଯାଇ ଇ-ଚାଲାଣ କାଟିବାକୁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଓଡ଼ିଶାରେ ଇ-ଡିଟେକ୍ସନ ବ୍ୟବସ୍ଥାକୁ ଟୋଲ୍ ପ୍ଲାଜାର ତଥ୍ୟ ଏବଂ VAHAN ଡାଟାବେସ୍ ସହ ସମନ୍ୱୟ କରାଯାଇଛି । ଏହା ମାଧ୍ୟମରେ ରାସ୍ତାରେ ଚଳାଚଳ କରୁଥିବା ଗାଡ଼ିର ଆବଶ୍ୟକ ଦସ୍ତାବିଜ ବୈଧ ଅଛି କି ନାହିଁ, ତାହା ଡିଜିଟାଲ୍ ଭାବେ ଯାଞ୍ଚ କରାଯାଉଛି ।
ବିଭାଗର ନିର୍ଦ୍ଦେଶ ଅନୁସାରେ, ବୈଧ PUCC କିମ୍ବା ଇନସ୍ୟୁରାନ୍ସ ନଥିବା ଗାଡ଼ି ଇ-ଡିଟେକ୍ସନରେ ଚିହ୍ନଟ ହେଲେ, ସେହି ଯାନ ବିରୋଧରେ ନିୟମ ଅନୁସାରେ ଇ-ଚାଲାଣ ଜାରି କରାଯିବ । ଅର୍ଥାତ୍, ପ୍ରତ୍ୟେକ ଗାଡ଼ିକୁ ରାସ୍ତାରେ ଅଟକାଇ ମାନୁଆଲ୍ ଭାବେ ଯାଞ୍ଚ କରିବାର ଆବଶ୍ୟକତା କମିବ ।
ଏହି ଡିଜିଟାଲ୍ ବ୍ୟବସ୍ଥା ଯାନବାହନ ନିୟମ ପାଳନ ଉପରେ ନଜର ରଖିବାକୁ ଅଧିକ ସହଜ କରିବ । ଟୋଲ୍ ପ୍ଲାଜାରେ ଗାଡ଼ିର ତଥ୍ୟ ରେକର୍ଡ ହେବା ପରେ ତାହାକୁ VAHAN ଡାଟାବେସ୍ର ତଥ୍ୟ ସହ ମେଳ କରାଯାଇପାରିବ । ଦସ୍ତାବିଜ ଅବୈଧ ଥିଲେ ନିୟମ ଅନୁସାରେ ଇ-ଚାଲାଣ ପ୍ରକ୍ରିୟା ଆଗକୁ ବଢ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବଳ PUCC ଓ ଇନସ୍ୟୁରାନ୍ସ ନୁହେଁ, ରାଜ୍ୟରେ ଇ-ଡିଟେକ୍ସନ ବ୍ୟବସ୍ଥା ମାଧ୍ୟମରେ ପୂର୍ବରୁ ମଧ୍ୟ ଟ୍ୟାକ୍ସ, ପରମିଟ୍ ଓ ଫିଟନେସ୍ ନଥିବା ଯାନବାହନକୁ ଚିହ୍ନଟ କରାଯାଇ ଇ-ଚାଲାଣ ଜାରି କରାଯାଉଛି ।
ସରକାରୀ ରିପୋର୍ଟ ଅନୁସାରେ, 2024-25 ଆର୍ଥିକ ବର୍ଷରେ ଇ-ଡିଟେକ୍ସନ ବ୍ୟବସ୍ଥା ମାଧ୍ୟମରେ ୧ ଲକ୍ଷ ୩୩ ହଜାର ୭୪୦ଟି ଅନୁପାଳନ ନଥିବା ଯାନ ଚିହ୍ନଟ ହୋଇଥିଲା । ଏଥିରୁ ସ୍ପଷ୍ଟ ଯେ, ଯାନବାହନ ନିୟମ ପାଳନ ଯାଞ୍ଚରେ ଡିଜିଟାଲ୍ ନଜରଦାରୀକୁ ଗୁରୁତ୍ୱ ଦିଆଯାଉଛି ।
ତେଣୁ ଗାଡ଼ି ନେଇ ରାସ୍ତାକୁ ବାହାରିବା ପୂର୍ବରୁ PUCC ଏବଂ ଇନସ୍ୟୁରାନ୍ସ ବୈଧ ଅଛି କି ନାହିଁ, ତାହା ଯାଞ୍ଚ କରିନେବା ଜରୁରୀ । ନଚେତ୍ ଟୋଲ୍ ପ୍ଲାଜାରେ ଗାଡ଼ି ଅଟକାଇ ନଥିଲେ ମଧ୍ୟ ଡିଜିଟାଲ୍ ଭାବେ ଗାଡ଼ି ଚିହ୍ନଟ ହୋଇ ଇ-ଚାଲାଣ କଟିପାରେ ।

Related Topics
Explore more stories