Odisha Economic Corridor / ବିକଶିତ ଓଡ଼ିଶା ସ୍ୱପ୍ନକୁ ସାକାର କରିବ ଅର୍ଥନୈତିକ କରିଡର, ଗାଁ ଲୋକଙ୍କୁ ମିଳିବ ସହରାଞ୍ଚଳର ସୁବିଧା
·5 months ago·2 min read

Key Points
ଗାଁ ଲୋକଙ୍କୁ ମିଳିବ ସହରାଞ୍ଚଳ ସୁବିଧା
ଶୁଭାରମ୍ଭ ହେଲା ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ଅର୍ଥନୈତିକ କରିଡର
୮୦ରୁ ଅଧିକ ପ୍ରକଳ୍ପ, ୩୦ରୁ ଅଧିକ ନୂଆ ନୀତି ଆଣିବାକୁ ନିଷ୍ପତ୍ତି

ଗାଁ ଲୋକଙ୍କୁ ମିଳିବ ସହରାଞ୍ଚଳ ସୁବିଧା । ବିକଶିତ ଓଡ଼ିଶା ପାଇଁ ଶୁଭାରମ୍ଭ ହେଲା ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ଅର୍ଥନୈତିକ କରିଡର । ୮୦ରୁ ଅଧିକ ପ୍ରକଳ୍ପ, ୩୦ରୁ ଅଧିକ ନୂଆ ନୀତି ଆଣିବାକୁ ନିଷ୍ପତ୍ତି । କେନ୍ଦ୍ର ସରକାର ଦେବେ ୫ ହଜାର କୋଟିର ଅନୁଦାନ । ନୀତି ଆୟୋଗ ସିଇଓ କହିଲେ, ଗୁଜୁରାଟ ଅପେକ୍ଷା ଓଡ଼ିଶାକୁ ଅଧିକ ଗୁରୁତ୍ବ ଦେଉଛନ୍ତି ପ୍ରଧାନମନ୍ତ୍ରୀ ।
ଗାଁ ଲୋକଙ୍କୁ ମିଳିବ ସହରାଞ୍ଚଳ ଭଳି ସୁବିଧା । ବିକଶିତ ଓଡ଼ିଶାର ସ୍ବପ୍ନ ସାକାର ପାଇଁ ରାଜ୍ୟରେ ଶୁଭାରମ୍ଭ ହୋଇଛି ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ଅର୍ଥନୈତିକ କରିଡର । ଏହି ପ୍ରକଳ୍ପ ପାଇଁ ମୋଦି ସରକାର ଦେବେ ୫ ହଜାର କୋଟିର ଅନୁଦାନ । ୧୧ ହଜାର ୮୯୨ ବର୍ଗ କିଲୋମିଟରରେ ଅଞ୍ଚଳ ପରିବ୍ୟାପ୍ତ ଏହି ପ୍ରକଳ୍ପ ଆମ ରାଜ୍ୟର ସହରୀ ବିକାଶକୁ ଆଗକୁ ନେବ । ଯୋଜନାର ଶୁଭାରମ୍ଭ ଅବସରରେ ନୀତି ଆୟୋଗ ସିଇଓ କହିଛନ୍ତି, ଗୁଜୁରାଟ ଅପେକ୍ଷା ଓଡ଼ିଶାକୁ ଅଧିକ ଗୁରୁତ୍ବ ଦେଉଛନ୍ତି ପ୍ରଧାନମନ୍ତ୍ରୀ ।
ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର ହେବ ଓଡ଼ିଶା ଭିଜନ ୨୦୩୬ର ମୁଖ୍ୟ ଗ୍ରୋଥ୍ ଇଞ୍ଜିନ । ଏହି ଅଂଚଳରେ ୪ଟି ଜିଲ୍ଲା ପୁରୀ-ଖୋର୍ଦ୍ଧା-କଟକ-ଜଗତସିଂହପୁର ସାମିଲ କରାଯାଇଛି । ୧୧ ହଜାର ୮୯୨ ବର୍ଗ କିଲୋମିଟରରେ ଅଞ୍ଚଳ ପରିବ୍ୟାପ୍ତ ଏହି ପ୍ରକଳ୍ପ ଓଡ଼ିଶାର ସହରୀ ବିକାଶକୁ ଆଗକୁ ନେବ । ୨୦୨୫ରେ ରାଜ୍ୟର ଜିଡିପିକୁ ଏହି ୪ଟି ଅଞ୍ଚଳର ଅବଦାନ ୧୯ ପ୍ରତିଶତ ବା ୨୨.୪ ବିଲିଅନ ଡଲାର । ୨୦୪୭ ସୁଦ୍ଧା ଏହି ଅଞ୍ଚଳର ଅବଦାନକୁ ୧୫ ଗୁଣା ବୃଦ୍ଧି କରି ଅର୍ଥାତ ୫୦୦ ବିଲିୟନ ଡଲାର କରିବାକୁ ଲକ୍ଷ୍ୟ ରହିଛି । ତେବେ ଏହି ଅର୍ଥନୈତିକ କରିଡର ସମନ୍ବିତ ଭିତ୍ତିଭୂମି ସଂସ୍କୃତି-ଅନୁକୂଳ, ନବସୃଜନ-ଅନୁକୂଳ, ପ୍ରକୃତି-ଅନୁକୂଳ ଆଧାରିତ । ପୁରୀର ସାଂସ୍କୃତିକ ଗାରିମା, ପାରାଦୀପ ବନ୍ଦର ନଗର, ଆଇଟି ଏଜୁକେସନ ହବ୍ ଭୁବନେଶ୍ୱର, ଐତିହ୍ୟ ସମ୍ପନ୍ନ କଟକ ସହର ଏ ଅଞ୍ଚଳକୁ ଭିନ୍ନ ପରିଚୟ ଦେବ ।
ମେଟାଲ ଡାଉନଷ୍ଟ୍ରିମ୍, ବାୟୋଟେକ୍, ଟେକ୍ସଟାଇଲ୍, କେମିକାଲ୍ସ, ପର୍ଯ୍ୟଟନ, ଶିକ୍ଷା ଓ ଆଇ.ଟି ପରି ୮୦ରୁ ଅଧିକ ପ୍ରକଳ୍ପର ଯୋଜନା କରାଯାଇଛି । ଏହା ସହିତ ୩୦ରୁ ଅଧିକ ନୂଆ ନୀତି ଆଣି ଏ ସମଗ୍ର ଅଞ୍ଚଳକୁ ବିକାଶ ଓ ସମୃଦ୍ଧିର ପ୍ରୟୋଗଶାଳା କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ତେବେ ମୁମ୍ବାଇ, ସୁରଟ, ବିଶାଖାପାଟଣା, ବାରଣାସୀ ପରେ ଏହା ହେବ ଦେଶର ପଞ୍ଚମ ପ୍ରକଳ୍ପ । ଯାହାକୁ ନୀତି ଆୟୋଗ ପକ୍ଷରୁ ଯୋଜନା କରାଯାଇଛି ।
ସେପଟେ ଯୋଜନାର ଶୁଭାରମ୍ଭ କୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଘୋଷଣା କରାଯାଇଥିବା ପ୍ରକଳ୍ପ ଗୁଡିକ କେବେ ବାସ୍ତବ ରୂପ ନେଉଛି ତାହା ଉପରେ ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories