Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଟକ-ବାରବାଟୀରୁ ଲଢ଼ିପାରନ୍ତି ମୋକିମଙ୍କ ଝିଅ ସୋଫିଆ

Odisha

କଟକ-ବାରବାଟୀରୁ ଲଢ଼ିପାରନ୍ତି ମୋକିମଙ୍କ ଝିଅ ସୋଫିଆ

Ritu Das
Browse all articles by Ritu Das
·2 years ago
କଟକ-ବାରବାଟୀରୁ ଲଢ଼ିପାରନ୍ତି ମୋକିମଙ୍କ ଝିଅ ସୋଫିଆ

ଅର୍ଗସ ବ୍ୟୁରୋ: ବାପାଙ୍କ ଜାଗାରେ ଝିଅଙ୍କୁ ପ୍ରାର୍ଥୀ କରି ପାରେ କଂଗ୍ରେସ । ଓଆରଏଚ୍ଡିସି ଦୁର୍ନୀତି ମାମଲାରେ ରହିତାଦେଶ କାଏମ ରହିବା ପରେ ନିର୍ବାଚନ ଲଢ଼ିପାରିବେ ନାହିଁ ମୋକିମ୍ । ଯଦି ମୋକିମ ନିର୍ବାଚନ ନଲଢ଼ନ୍ତି, ତାହେଲେ ତାଙ୍କ ସ୍ଥାନରେ କିଏ ଲଢ଼ିବେ, ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବାପାଙ୍କ ସ୍ଥାନରେ ଝିଅ ସୋଫିଆ ଫିରଦୌସ ନିର୍ବାଚନୀ ମୈଦାନକୁ ଓହ୍ଲାଇ ପାରନ୍ତି । 

ଦଳୀୟ କର୍ମୀଙ୍କ ସହ ବୈଠକରେ ଏନେଇ ସହମତି ହୋଇଛି। ତେବେ ଏ ନେଇ କର୍ମୀ ଓ ନେତାଙ୍କ ସହ ଆଲୋଚନା କରାଯିବ। ସେମାନେ ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ କଟକ ବାରବାଟୀ ପ୍ରାର୍ଥୀ ପାଇଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
odisha elections | Argus News