Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Elephant Attack / ୩ ଛୁଆଙ୍କ ସହ ଶୋଇଥିଲେ ସ୍ଵାମୀ, ସ୍ତ୍ରୀ; ବିଳମ୍ବିତ ରାତିରେ ଆସି ଦଳିଦେଲା ହାତୀ

Sushanta Sahoo
Browse all articles by Sushanta Sahoo
·7 months ago·2 min read
୩ ଛୁଆଙ୍କ ସହ ଶୋଇଥିଲେ ସ୍ଵାମୀ, ସ୍ତ୍ରୀ; ବିଳମ୍ବିତ ରାତିରେ ଆସି ଦଳିଦେଲା ହାତୀ
Jumbo Terror Odisha

Key Points

ସ୍ଵାମୀ, ସ୍ତ୍ରୀ ଓ ୩ ଛୁଆ ଘରେ ଶୋଇଥିବା ବେଳେ ଅଘଟଣ ଘଟିଛି । ହାତୀ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ସ୍ଵାମୀ ଓ ଶ୍ଵଶୁର ।
କଣ୍ଟାବାଞ୍ଜି (ବଲାଙ୍ଗିର): ଶୋଇଥିବା ବେଳେ ଦଳିଦେଲା ହାତୀ । ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ସ୍ଵାମୀ, ସ୍ତ୍ରୀ ଓ ୩ ଛୁଆ ଘରେ ଶୋଇଥିବା ବେଳେ ଅଘଟଣ ଘଟିଛି । ହାତୀ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ସ୍ଵାମୀ ଓ ଶ୍ଵଶୁର । ପାଖରେ ଶୋଇଥିବା ୩ ଛୁଆ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ବୁଧବାର ବିଳମ୍ବିତ ରାତି ଗୁରୁବାର ପାହାନ୍ତାରୁ ଏଭଳି ଅଘଟଣ ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ବଡ଼ବାଙ୍କୀ ପଞ୍ଚାୟତ ସାନବାଙ୍କୀ ଗାଁରେ । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଗାଁକୁ ହାତୀପଲ ଆସିଥିଲା । ସେହି ସମୟରେ ଗାଁର ଅଧିକାଂଶ ଲୋକ ଶୋଇ ରହିଥିଲେ ।

ଏଥିସହ ପଢ଼ନ୍ତୁ: କଲେଜ କ୍ଲାସ୍ ବେଳେ ଭିଡିଓ କଲ୍, ପୁଣି ପ୍ରେମ ନିବେଦନ; ଗିରଫ ହେଲେ ପ୍ରିନ୍ସିପାଲ୍

ଦମ୍ପତି ୩ ଛୁଆଙ୍କ ସହ ଘର ଭିତରେ ଶୋଇଥିଲେ । ସେହି ସମୟରେ ହାତୀ ମହିଳାଙ୍କୁ ଦଳି ଦେଇଥିବା ବେଳେ ସ୍ଵାମୀ ଓ ଶ୍ଵଶୁର ଆହତ ହୋଇଛନ୍ତି । ମୃତ ମହିଳା ଜଣଙ୍କ ମନ୍ଦାର ପୁଟେଲ ବୋଲି ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ଗତ ୧୫ ଦିନ ହେଲା ୩୦ ଟିକିଆ ହାତୀପଲ ବୁଲୁଥିବାରୁ ଲୋକେ ଆଶା ଆଶଙ୍କା ଭିତରେ ଜୀବନ ଯାପନ କରୁଛନ୍ତି ।

କେବଳ ବଲାଙ୍ଗିର ନୁହେଁ ଓଡ଼ିଶାର ଅନ୍ୟ ଜିଲ୍ଲାରେ ମଧ୍ୟ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଛି । ଗତ ୮ ତାରିଖରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଉଚ୍ଚବାଲି ଗାଁ ଜଙ୍ଗଲରେ ୩ ଟିକିଆ ହାତୀପଲଙ୍କ ଆକ୍ରମଣରେ ଜଣେ ଯୁବକ ପ୍ରାଣ ହରାଇଥିଲେ ।

ଏଥିସହ ପଢ଼ନ୍ତୁ: ପର୍ଯ୍ୟଟନ ନଗରୀ ପୁରୀର ୬୦ ପ୍ରତିଶତ ହୋଟେଲ ପାଖରେ ନାହିଁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର

ସେହିଭଳି ୬ ତାରିଖରେ ମୟୂରଭଞ୍ଜର କରଞ୍ଜିଆ ବନଖଣ୍ଡ ଶୁକୃଳି ବ୍ଲକ ଜାମଦାପାଳ ଗାଁରେ ହାତୀ ଆକ୍ରମଣରେ ଆଖି ବୁଜିଥିଲେ ଯୁବକ । ୪ ତାରିଖରେ ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ଜୁରାଡଙ୍ଗା ଗାଁରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା ।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସିନ୍ଦୂରପାଳ ଗାଁ ନିକଟ ଯୋରାଡଙ୍ଗାରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ବୃଦ୍ଧଙ୍କ ସହ ଆଖି ବୁଜିଥିଲେ ଜଣେ ମହିଳା । ଏଭଳି ଭାବେ ଗତ ସପ୍ତାହକ ଭିତରେ ହାତୀ ଆକ୍ରମଣରେ ୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Elephant Attack: Woman Killed in Balangir, Family Hurt | Argus News | Argus News