Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Hotel Fire Safety / ପର୍ଯ୍ୟଟନ ନଗରୀ ପୁରୀର ୬୦ ପ୍ରତିଶତ ହୋଟେଲ ପାଖରେ ନାହିଁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର

Sushanta Sahoo
Browse all articles by Sushanta Sahoo
·7 months ago·2 min read
ପର୍ଯ୍ୟଟନ ନଗରୀ ପୁରୀର ୬୦ ପ୍ରତିଶତ ହୋଟେଲ ପାଖରେ ନାହିଁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର
Goa Fire Impact Odisha

Key Points

ଶ୍ରୀକ୍ଷେତ୍ରର ଚିନ୍ତା ବଢ଼ାଇଲା ଗୋଆ ନିଆଁ । ଆକ୍ସନ ମୋଡ୍‌କୁ ଆସିଲା ପୁରୀ ପ୍ରଶାସନ । ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ହାସଲ କରିନଥିବା ୩୩ ହୋଟେଲକୁ ଦେଲା ନୋଟିସ୍ ସହ ମାସେ ମହଲତ ।
ପୁରୀ: ଗୋଆ ନାଇଟ୍ କ୍ଲବ ନିଆଁରେ ୨୫ ଜଣଙ୍କ ମୃତ୍ୟୁ ପରେ ଓଡ଼ିଶାରେ ଆକ୍ସନ୍ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆଗଭର ହେଲା ପୁରୀ ପ୍ରଶାସନ । ପର୍ଯ୍ୟଟନ ନଗରୀ ପୁରୀର ୬୦ ପ୍ରତିଶତ ହୋଟେଲ ପାଖରେ ନାହିଁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର । ଯାହାକୁ ନେଇ ପ୍ରଶାସନ ୩୩ ହୋଟେଲ୍‌କୁ ନୋଟିସ୍ ଜାରି କରିଛି ।

ଶ୍ରୀକ୍ଷେତ୍ରର ଚିନ୍ତା ବଢ଼ାଇଲା ଗୋଆ ନିଆଁ । ଆକ୍ସନ ମୋଡ୍‌କୁ ଆସିଲା ପୁରୀ ପ୍ରଶାସନ । ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ହାସଲ କରିନଥିବା ୩୩ ହୋଟେଲକୁ ଦେଲା ନୋଟିସ୍ ସହ ମାସେ ମହଲତ । ଅଗ୍ନି ପ୍ରତିରୋଧକ ବ୍ୟବସ୍ଥା ଲାଗିଛି, ହେଲେ ପ୍ରମାଣ ପତ୍ର ହାତେଇବା ପାଇଁ ମାନଦଣ୍ଡ ପୂରଣ କରୁନାହାନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ହୋଟେଲ ଗୁଡ଼ିକୁ ଗୋଟିଏ ମାସ ମଧ୍ୟରେ ମାନଦଣ୍ଡ ପୂରଣ କରିବାକୁ ଦିଆଯାଇଛି ଡେଡ୍ ଲାଇନ୍ ।

ଏଥିସହ ପଢ଼ନ୍ତୁ: କିଏ ଖାଇଲା ୫୪୮.୧୧ କ୍ଵିଣ୍ଟାଲ୍ ଗହମ ? ୪ ବର୍ଷ ପରେ ହିତାଧିକାରୀଙ୍କୁ ଡାକି ଦେଉଛନ୍ତି କେଜି ପିଛା ୧୫ ଟଙ୍କା

ଜାନୁଆରୀ ୨୦୨୫ରୁ ଅଗ୍ନି ନିରାପତ୍ତା ପ୍ରମାଣ ହାସଲ କରିବା ପାଇଁ ସବୁ ହୋଟେଲକୁ ନୋଟିସ୍ ଦେଇଛି ପ୍ରଶାସନ । ଗତ ଜାନୁଆରୀ ଜାନୁଆରୀ ସୁଦ୍ଧା ୯୭ ହୋଟେଲ ହାତେଇ ନଥିଲେ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର । ଏବେ ୧୧ ମାସ ବିତିଥିବା ବେଳେ ଏବେ ଆହୁରି ୩୩ ହୋଟେଲ ପ୍ରମାଣ ପତ୍ର ହାତେଇ ନାହାନ୍ତି । ତଥାପି ପ୍ରଶାସନର ବିନା ସ୍ଵୀକୃତିରେ ଶହ ଶହ ଲଜିଂ ପର୍ଯ୍ୟଟକଙ୍କ ବୁକିଂ ରଖୁଛନ୍ତି ।

କୁହାଯାଉଛି, ଶ୍ରୀକ୍ଷେତ୍ରରେ ଥିବା କୌଣସି ଗୋଟିଏ ହେଲେ ଲଜ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ । ପ୍ରଶାସନର ହିସାବ ଅନୁସାରେ ପୁରୀରେ ୧୨୦୦ ହୋଟେଲ୍‌ ଓ ଲଜିଂ ଅଛି । କିନ୍ତୁ ବାସ୍ତବରେ ଏହାର ସଂଖ୍ୟା ୧୫୦୦ ହେବ ବୋଲି କୁହାଯାଉଛି । ଯାହାକୁ ନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, "ସମସ୍ତ ହୋଟେଲ୍ ଓ ଲଜ୍ ପାଇଁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ବାଧ୍ୟତାମୂଳକ । ନହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ଏଥିସହ ପଢ଼ନ୍ତୁ: ମାମୁ ଘରେ ନାବାଳକଙ୍କ ସନ୍ଦିଗ୍ଧ ମୃତ୍ୟୁ; ଦାଣ୍ଡ ପଟେ ହତ୍ୟା ପରେ ବାରିରେ ଫିଙ୍ଗିଦେଲେ...

ପର୍ଯ୍ୟଟନ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟର ସିଂହଭାଗ ପର୍ଯ୍ୟଟକ ପୁରୀକୁ ଆସନ୍ତି । କେବଳ ରାଜ୍ୟ କାହିଁକି ପଡ଼ୋଶୀ ପଶ୍ଚିମବଙ୍ଗ ସହ ଅନ୍ୟ ରାଜ୍ୟର ଶ୍ରଦ୍ଧାଳୁ ବି ପୁରୀକୁ ଆସିଥାନ୍ତି । ହୋଟେଲ ଶିଳ୍ପ ଉପରେ ପର୍ଯ୍ୟଟନ ନଗରୀ ପୁରୀ ନିର୍ଭର କରୁଥିବା ବେଳେ ହୋଟେଲ୍ ଗୁ଼ଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା ବଢ଼ାଇ ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
60% Puri Hotels Lack Fire Safety Certificate; 33 Get Notice | Argus News | Argus News