Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣାଙ୍କୁ ବାନ୍ଧିଲା ଇଓଡବ୍ଲୁ

Odisha

ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣାଙ୍କୁ ବାନ୍ଧିଲା ଇଓଡବ୍ଲୁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣାଙ୍କୁ ବାନ୍ଧିଲା ଇଓଡବ୍ଲୁ

ଅର୍ଗସ ବ୍ୟୁରୋ: ପିପିଲି ଦାଣ୍ଡମୁକୁନ୍ଦପୁର IDBI ବ୍ୟାଙ୍କରେ ୩ କୋଟି ୭୦ଲକ୍ଷ ଠକେଇ । ଛତିଶଗଡ଼ର ରାଇପୁରରୁ ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣାଙ୍କୁ ବାନ୍ଧିଲା ଇଓଡବ୍ଲୁ । ଇଓଡବ୍ଲ୍ୟୁର ଏକ ଟିମ୍ ଛତିଶଗଡ଼ର ରାୟପୁରରୁ ତାଙ୍କୁ ଗିରଫ କରି ଭୁବନେଶ୍ଵର ଆଣିଛି । ପିପିଲି ବ୍ଲକ କାର୍ଯ୍ୟାଳୟର ୨ଟି ଆକାଉଣ୍ଟ ଉକ୍ତ ବ୍ରାଞ୍ଚରେ ଥିଲା । ୨୦୧୮ ମସିହାରେ ବିଡିଓ ଅଫିସ୍ ପକ୍ଷରୁ ୭ଟି ଚେକରେ ୩ କୋଟି ୭୦ ଲକ୍ଷ ଟଙ୍କା ବ୍ୟାକ୍‌କୁ ଦିଆଯାଇଥିଲା । ୨୦୨୨ ମସିହାରେ ଟଙ୍କା ଉଠାଇବା ସମୟରେ ଏଫ୍ଏଫ୍‌ଡି ନଥିବା କଥା ନଜରକୁ ଆସିଥିଲା ।

ଏନେଇ ଆଇଡିବିଆଇ ବ୍ୟାଙ୍କ୍ ଜିଏମଙ୍କୁ ଭେଟି ଘଟଣା ବିଷୟରେ ଜଣାଇଥିଲେ । ବ୍ୟାଙ୍କ ପକ୍ଷରୁ ତଦନ୍ତବେଳେ ତନ୍ମୟ ଓ ତାର ସହଯୋଗୀଙ୍କ ମହାଘୋଟାଲା ପଦାକୁ ଆସିଥିଲା । ଏନେଇ ଜିଏମ୍ ଗତ ଫେବୃଆରୀ ୨୯ ତାରିଖରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ । ଇଓଡବ୍ଲ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ତନ୍ମୟଙ୍କୁ ଗିରଫ କରିଛି । ବ୍ୟାଙ୍କର ଅନ୍ୟ କିଛି କର୍ମଚାରୀଙ୍କ ସମ୍ପୃକ୍ତି ରହିଛି ତାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Odisha EOW arrests ex-banker in Rs 3.7 crore fraud case | Argus News