Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Fraud Company / ନିବେଶ କରୁଥିଲେ ରହିଯାଆନ୍ତୁ, ଭାବି ଚିନ୍ତି କରନ୍ତୁ... ନଚେତ୍ ସବୁ ନେଇଯିବେ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ନିବେଶ କରୁଥିଲେ ରହିଯାଆନ୍ତୁ, ଭାବି ଚିନ୍ତି କରନ୍ତୁ... ନଚେତ୍ ସବୁ ନେଇଯିବେ !

Key Points

ତଦନ୍ତରୁ ଜଣାପଡ଼ିଛି ଯେ ଏହି କମ୍ପାନି ୨୦୨୩ ମସିହାରେ ଗୋଆରେ ଆର୍‌ଓସିରେ ପଞ୍ଜୀକୃତ ହୋଇଥିଲା।

ହେଜେକ୍ସ ଫଣ୍ଡ ଏଲ୍‌ଏଲ୍‌ପି ସଂସ୍ଥାର ଓଡ଼ିଶା ମୁଖ୍ୟ ଗିରଫ । ଅର୍ଥନୈତିକ ଅପରାଧ ଶାଖା EOW ତାଙ୍କୁ ଗିରଫ କରିଛି । ଦେଶରୁ ୧ ହଜାର କୋଟି ଏବଂ ରାଜ୍ୟରୁ ୧୩୯ କୋଟି ଟଙ୍କା ଠକିଥିଲା ସଂସ୍ଥା । ଗିରଫ ଅଭିଯୁକ୍ତ କଟକ ବୟାଳିଶ ମୌଜାର ପ୍ରତାପ କୁମାର ରାଉତ ।

ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମାମଲାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ଲାଗି EOW ତଦନ୍ତ ଜାରିରଖିଛି । ହେଜେକ୍ସ ଫଣ୍ଡ ଏଲ୍‌ଏଲ୍‌ପି କମ୍ପାନୀ ୨୦୨୩ ରେ ଗୋଆରେ ‌ପଞ୍ଜିକୃତ ହୋଇଥିଲା । ଦିନେଶ କୁମାର ଜୈନ ଏବଂ କୁଲଦୀପ ସିଂହ ପନୱାର କମ୍ପାନୀ ମାଲିକ ଥିବାବେଳେ ଅଭିଯୁକ୍ତ ପ୍ରତାପ ତାଙ୍କ ସହ ଭାଗୀଦାର ରହି ଓଡ଼ିଶା ଦାୟିତ୍ବ ନେଇଥିଲା ।

ଏହାସହ ପଢ଼ନ୍ତୁ:- ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍‌ରେ ଯୁବତୀଙ୍କୁ ଏକା ପାଇ...

୧୦ଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, ଗୁଜରାଟ, ତାମିଲନାଡୁ, ଦିଲ୍ଲୀ ଏବଂ ଓଡ଼ିଶାରେ ସଂସ୍ଥା କାର୍ଯ୍ୟାଳୟ ଖୋଲି ଠକେଇର ଜାଲ ବିଛାଇ ଥିଲା । ହେଜେକ୍ସ ଫଣ୍ଡ ଏଲ୍‌ଏଲ୍‌ପି ୩ ଲକ୍ଷରୁ ଅଧିକ ଜମାକାରୀଙ୍କ ଠାରୁ ପ୍ରାୟ ୧୦୦୦ କୋଟିରୁ ଅଧିକ ଟଙ୍କା କଲେକ୍ସନ କରିଥିଲେ । ଓଡ଼ିଶାରେ ୧୨୦୦ରୁ ଅଧିକ ଜମାକାରୀଙ୍କ ଠାରୁ ୧୩୯କୋଟି ଟଙ୍କା ନେଇଥିଲା ଠକ ।

ହେଡ୍‌ଜେକ୍ସ ଦୁଇ ବର୍ଷ ମଧ୍ୟରେ (୨୦୨୩-୨୦୨୪) କୌଶଲ୍ୟା ଫାଉଣ୍ଡେସନ୍‌, ଲାଭ୍ୟା ଵାର୍ଲ୍ଡ, ଫ୍ରିକ୍ସ ମାର୍କେଟ୍‌ ‌ଲାଭ୍ୟା ଇଣ୍ଟରନ୍ୟାସନାଲ୍‌ ଆଦି ଅନେକ ସହଯୋଗୀ ସଂସ୍ଥା ପ୍ରତିଷ୍ଠା କରି ନିବେଶକାରୀଙ୍କୁ ଠକିଥିଲା। କମ୍ପାନିର ଅଂଶୀଦାର ସହ ଅନ୍ୟ ଅଧିକା‌ରୀମାନେ ତୃତୀୟ ପକ୍ଷ ଆକାଉଣ୍ଟ ବ୍ୟବହାର କରି ଆଇନ ପ୍ରୟୋଗକାରୀ ସଂସ୍ଥାମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ। ହାୱଲା ଏଜେଣ୍ଟମାନଙ୍କ ମାଧ୍ୟମରେ କୋଟି କୋଟି ଟଙ୍କା ନଗଦ ସଂଗ୍ରହ କରାଯାଇଥିଲା । ଏହି ନଗଦ ପ୍ରତାପ କୁମାର ରାଉତଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏବେ ପ୍ରତାପକୁ ଗିରଫ କରାଯାଇଛି।

ଏହାସହ ପଢ଼ନ୍ତୁ:- ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!

ତଦନ୍ତରୁ ଜଣାପଡ଼ିଛି ଯେ ଏହି କମ୍ପାନି ୨୦୨୩ ମସିହାରେ ଗୋଆରେ ଆର୍‌ଓସିରେ ପଞ୍ଜୀକୃତ ହୋଇଥିଲା। ତେବେ, ଏହା ୧୦ଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ତାମିଲନାଡୁ, ଦିଲ୍ଲୀ ଓ ଓଡ଼ିଶାରେ କାର୍ଯ୍ୟ କରୁଥିଲା। ଯେଉଁଠାରେ ୩ ଲକ୍ଷରୁ ଅଧିକ ନିବେଶକାରୀ ଥିଲେ। ଠକେଇର ପରିମାଣ ୧ହଜାର କୋଟି ଟଙ୍କାରୁ ଅଧିକ ବୋଲି ଅନୁମାନ କରାଯାଇଛି। ଓଡ଼ିଶାର ୧୨ହଜାରରୁ ଅଧିକ ନିବେଶକାରୀଙ୍କର ପ୍ରାୟ ୧୩୯ କୋଟି ଟଙ୍କା ଏଥିରେ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fraud Company | Odisha EOW busts Rs 1,000 crore pan-India Ponzi scam | Argus News