ଆସନ୍ତା ୪୮ ଘଣ୍ଟାରେ ନେବ ଲଘୁଚାପର ରୂପ !

ଅର୍ଗସ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ । ଏହି ଘୁର୍ଣ୍ଣିବଳୟଟି ଅଧିକ ଘନୀଭୂତ ହୋଇ ଆସନ୍ତା ୪୮ ଘଣ୍ଟାରେ ନେଇପାରେ ଲଘୁଚାପର ରୂପ । ଏହାସସହ ମୌସୁମୀ ସହ ଆଉ ଏକ ଲଘୁଚାପ ଝାଡଖଣ୍ଡ ଓ ତାର ପାଖରେ ସକ୍ରିୟ ରହିଛି । ପ୍ରଭାବରେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଆସନ୍ତା ୨୪ ରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ବର୍ଷା ହେବାକୁ ଥିବା ବେଳେ ଅତି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲା ଯେପରିକି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ,କଟକ , ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ପ୍ରବଳ ବର୍ଷା ପାଇଁ ୧୮ ଜିଲ୍ଲା ବାଲେଶ୍ୱର, ଭଦ୍ରକ,ପୁରୀ, ଖୋର୍ଦ୍ଧା, ନୟାଗଡ , କନ୍ଧମାଳ, ବଲାଙ୍ଗୀର, ନୂଆପଡା , କୋରାପୁଟ ମାଲକାନଗିରି ,ନବରଙ୍ଗପୁର, ବୌଦ୍ଧ, ଦଦେଓଗଡ଼, ବରଗଡ଼, ସୋନପୁର , ସୁନ୍ଦରଗଡ, ଝାରସୁଗୁଡା ଓ ସମ୍ବଲପୁର ରେ ୟେଲୋ ବର୍ଣ୍ଣିଙ୍ଗ ଜାରିକରଯାଇଛି ।
ସେହିପରି ଆସନ୍ତାକଲି ମୟୂରଭଞ୍ଜ ଓ କେନ୍ଦୁଝରରେ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ସହ ପ୍ରବଳ ବର୍ଷା ପାଇଁ ବାଲେଶ୍ୱର ,ଭଦ୍ରକ ,କେନ୍ଦ୍ରାପଡା,ଜଗତସିଂହପୁର , କଟକ ,ଯାଜପୁର ,ଢେଙ୍କାନାଳ ,ଅନୁଗୁଳ ମାଲକାନଗିରି, କୋରାପୁଟ ସୁନ୍ଦରଗଡ ଓ ଝାରସୁଗୁଡା ରେ ୟେଲୋ ବର୍ଣ୍ଣିଙ୍ଗ ଜାରି କରଛି ପାଣିପାଗ ବିଭାଗ ।
📱 Get Argus News App
✨୨୬ ରୁ କମିବ ବର୍ଷାର ପରିମାଣ। ଏହାସହ ଆସନ୍ତା ୩ ଦିନଯାଏ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ବାରଣ କରାଯାଇଛି । ପୁଣି ୨୮ ରୁ ବଢିବ ବର୍ଷାର ପରିମାଣ।
ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୭୪୯ .୪ ମିମି ବର୍ଷା ରେକର୍ଡ ହୋଇଛି । ଏବେବି ୧୧ ପ୍ରତିଶତ ନିଅଁଟିଆ ବର୍ଷା ରହିଛି । ୮୩୮ . ୮ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ୧ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବାବେଳେ ୧୯ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍କ କରାଯାଇଥିବା ବେଳେ ବାଲେଶ୍ୱର ଓ ଭଦ୍ରକରେ ସବୁଠୁ କମ ବର୍ଷା ରେକର୍ଡ ହୋଇଛି ।
ଆହୁରି ପଢନ୍ତୁ ପାଣିପାଗ ଖବର...