Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାସନ କାର୍ଡ ହିତାଧିକାରୀଙ୍କୁ ଆଶ୍ଵସ୍ତି: ଇ-କେୱାଇସି ଅପଡେଟ୍ ତାରିଖ ବଢ଼ାଇଲେ ସରକାର

Odisha

ରାସନ କାର୍ଡ ହିତାଧିକାରୀଙ୍କୁ ଆଶ୍ଵସ୍ତି: ଇ-କେୱାଇସି ଅପଡେଟ୍ ତାରିଖ ବଢ଼ାଇଲେ ସରକାର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ରାସନ କାର୍ଡ ହିତାଧିକାରୀଙ୍କୁ ଆଶ୍ଵସ୍ତି: ଇ-କେୱାଇସି ଅପଡେଟ୍ ତାରିଖ ବଢ଼ାଇଲେ ସରକାର

Key Points

ରାସନ କାର୍ଡ ହିତାଧିକାରୀଙ୍କୁ ଆଶ୍ଵସ୍ତି

ଇ-କେୱାଇସି ଅପଡେଟ୍ ତାରିଖ ବଢ଼ିଲା

ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଇ-କେୱାଇସି

ଭୁବନେଶ୍ଵର: ରାସନ କାର୍ଡ ଇ-କେୱାଇସି ଅପଡେଟ୍ ତାରିଖକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଜାରି ରହିଥିବା ରାସନ କାର୍ଡ ଇ-କେୱାଇସି ଅପଡେଟ୍‌ର ଶେଷ ତାରିଖ ଥିଲା ଜାନୁଆରୀ ୩୧ । ଏହାକୁ ଏବେ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।


ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଇ-କେୱାଇସି ଅପଡେଟ୍‌ର ଶେଷ ତାରିଖ ଥିଲା ୩୧ ଜାନୁଆରୀ । କିନ୍ତୁ କିଛି ଲାଭାର୍ଥୀ ଇ-କେୱାଇସ କରି ନଥିବାରୁ ତାରିଖ ବୃଦ୍ଧି ପାଇ ଦାବି କରିଥିଲେ । ଲୋକଙ୍କ ଦାବିକୁ ବିଚାରକୁ ନେଇ ରାଜ୍ୟ ସରକାର ରାସନ କାର୍ଡ ଇ-କେୱାଇସି ଅପଡେଟ୍ ଅବଧି ଫେବ୍ରୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜାନୁଆରୀ ୨୭ରେ ମନ୍ତ୍ରୀ କହିଥିଲେ, ରାଜ୍ୟରେ ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ଜଣ ଇ-କେୱାଇସି କରି ନାହାନ୍ତି । ଅଯୋଗ୍ୟ ଓ ମୃତ ବ୍ୟକ୍ତି ଥିବାରୁ ଇକେୱାଇସି କରିବାକୁ ଆସୁନଥିବା ଆଶଙ୍କା କରିଥିଲେ ମନ୍ତ୍ରୀ । ରାଜ୍ୟ ବାହାରେ ୧ ଲକ୍ଷ ୩୦ ହଜାର ୨୬ ଜଣ ଇ-କେୱାଇସି କରିଥିବା କହିଥିଲେ ଯୋଗାଣ ମନ୍ତ୍ରୀ ।

Argus Whatsapp Channel Mobile Top
Sponsored
Odisha Extends Ration Card eKYC Update Till 15th February update | Argus News