Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସରୁଛି ରାସନ କାର୍ଡ ଇ-କେୱାଇସି ଅବଧି, କେୱାଇସି ଅପଡେଟ୍ କରି ନାହାନ୍ତି ୪୦ ଲକ୍ଷରୁ ଅଧିକ ଲୋକ

Odisha

ସରୁଛି ରାସନ କାର୍ଡ ଇ-କେୱାଇସି ଅବଧି, କେୱାଇସି ଅପଡେଟ୍ କରି ନାହାନ୍ତି ୪୦ ଲକ୍ଷରୁ ଅଧିକ ଲୋକ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ସରୁଛି ରାସନ କାର୍ଡ ଇ-କେୱାଇସି ଅବଧି, କେୱାଇସି ଅପଡେଟ୍ କରି ନାହାନ୍ତି ୪୦ ଲକ୍ଷରୁ ଅଧିକ ଲୋକ

Key Points

ଜାନୁଆରୀ ୩୧ରେ ସରିବ ଇ-କେୱାଇସ ଅପଡେଟ୍

ଅପଡେଟ୍ କରି ନାହାନ୍ତି ୪୦ ଲକ୍ଷରୁ ଅଧିକ ଲୋକ

ଭୁବନେଶ୍ଵର: ହାତରେ ଆଉ ମାତ୍ର ୪ ଦିନ । ସରିବ ରାସନ କାର୍ଡ ଇ-କେୱାଇସି ଅପଡେଟ୍ । ମୋଟ ୩ କୋଟି ୩୫ ଲକ୍ଷ ୫୭୦ ହିତାଧିକାରୀଙ୍କ ମଧ୍ୟରୁ ୨ କୋଟି ୯୪ ଲକ୍ଷ ୫୯ ହଜାର ୮୮୬ ଜଣଙ୍କ ଇ-କେୱାଇସି ସରିଛି । ଏହା ମୋଟ ହିତାଧିକାରୀଙ୍କ ୮୮ ପ୍ରତିଶତ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।


ଜାନୁଆରୀ ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ସରକାର ଦିନ ଧାର୍ଯ୍ୟ କରିଛନ୍ତି । ଯଦି ସମୟ ସୁଦ୍ଧା ନ ସରେ ପରବର୍ତ୍ତୀ ସମୟରେ ସରକାର ବିଚାର କରି ପଦକ୍ଷେପ ନେବେ ବୋଲି କହିଛନ୍ତି ମନ୍ତ୍ରୀ । ଏବେ ବି ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ଜଣ ଇ-କେୱାଇସି କରି ନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେଥିରେ ଅଯୋଗ୍ୟ ଓ ମୃତ ବ୍ୟକ୍ତି ଥିବାରୁ ଇକେୱାଇସି କରିବାକୁ ଆସୁନଥିବା ଆଶଙ୍କା କରିଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟ ବାହାରେ ୧ ଲକ୍ଷ ୩୦ ହଜାର ୨୬ ଜଣ ଇ-କେୱାଇସି କରିଛନ୍ତି । ଜାନୁଆରୀ ୩୧ରେ ସରିବ ଇ-କେୱାଇସ ଅପଡେଟ୍ ।

Sponsored
Over 40 Lakh People Not Done Ration Card eKYC Yet | Argus News