Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୂଷିତ ପାଣି ପାଇଁ ବ୍ୟାପିଥିଲା ଝାଡାବାନ୍ତି

Smruti Parija
Browse all articles by Smruti Parija
·2 years ago·2 min read
ଦୂଷିତ ପାଣି ପାଇଁ ବ୍ୟାପିଥିଲା ଝାଡାବାନ୍ତି

ଅର୍ଗସ ବ୍ୟୁରୋ: ଠିକ୍ ଦୁଇ ସପ୍ତାହ ତଳେ ହୀରାକୁଦରେ ଆତଙ୍କ ସୃଷ୍ଟି କରିଥିଲା ଡାଇରିଆ ।  ଆଉ ଏ ଆଜିର ଚିତ୍ର ।  ସବୁଠୁଁ ବେଶି ଆକ୍ରାନ୍ତ ହେଇଥିବା କାଲୁପଡ଼ା ର ଏ ଡ୍ରେନ୍ ରେ ଯାଇଥିବା ଡ୍ରିଙ୍କ ଫ୍ରମ୍ ଟ୍ୟପ୍ ର ପାଇପ୍ । ଫାଟିଥିବା ପାଇପ୍ ରେ ବ୍ଲାଜ୍ ଟେପ୍ ମରାଯାଇଛି । କେବକ କିଛି ବ୍ଲିଚିଁ ପାଉଡର  ପକାଇ ଦାୟିତ୍ୱ ସାରିଦେଇଛି  ପ୍ରଶାସନ । ପଡ଼ା ବୁଲିଲା ବେଲେ ଦେଖିଲୁ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିବା କାଲୁପଡ଼ାର ସବାରି ତନ୍ତୀ  ଏବେ ବି ସୁସ୍ଥ ହୋଇ ନାହାଁନ୍ତି ।  ଦିନ ମଜୁରିଆ  ମଥୁରା ଭଉଣିର ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛି । 

ହୀରାକୁଦ ଡାଇରିଆ ରେ ୪ ଜଣଙ୍କ ଜୀବନ ଗଲା । ୨୮୮ ଆକ୍ରାନ୍ତ ହେଲେ । ୨୨ ତାରିଖରେ କାଲୁପଡ଼ାର ମୁରଲୀଧର ନାଗ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ  ପ୍ରଥମେ ହୀରାକୁଦରେ ଓ ପରେ ସେଇ ଦିନ ହିଁ ବୁର୍ଲା ହସ୍ପିଟାଲରେ  ଭର୍ତ୍ତି ହୋଇଥିଲେ । ତେବେ ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା । ୨୪ ତାରିଖ ରେ  ଭେଜରାପାଲି ର ଯୁଧିଷ୍ଟିର ଧରୁଆର ମୃତ୍ୟୁ ହେଲା । ୨୭ରେ ନ୍ୟୁ ମାର୍କେଟ ପଡ଼ା ର ଯମୁନା ବେହେରା ଓ ୩୦ ତାରିଖ ରେ ବିମଳା ସୁନାଙ୍କର  ମଧ୍ୟ ମୃତ୍ୟୁ ହେଲା । ଭୁବନେଶ୍ୱରରୁ ଯାଇଥିବା ଡାକ୍ତରୀ ଟିମ୍ ସର୍ ଜମିନ୍ ତଦନ୍ତ କରି ୨୪ ତାରିଖ ରେ ପ୍ରଥମ ମୂତ୍ୟୁ କଥା କହିଥିଲେ । 

ପରେ ଜିଲ୍ଲା ପ୍ରଶାସନ କିନ୍ତୁ  ଦୂଷିତ ପାଣି ଓ ଝାଡାବାନ୍ତି ମୃତ୍ୟୁ କଥାକୁ ବାଏଁ ବାଏଁ ଉଡ଼ାଇ ଦେଇଥିଲା ।  ଯେଉଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୂଷିତ ପାଣି ଯୋଗୁ ଝାଡ଼ାବନ୍ତି ବ୍ୟାପିଥିବା କହିଥିଲେ ପରେ ବୟାନ ବଦଲାଇଲେ ଓ ମୁତ୍ୟୁକୁ ଅସ୍ବୀକାର କଲେ । ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପିବା ଖବର ପ୍ରସାରଣ ପରେ ଏବେ ପ୍ରଶାସନର ନିଦ ଭାଙ୍ଗିଛି । କାଳୁପଡାରେ ପିଇବା ପାଣି ପାଇପ୍ ବଦଳାଉଛି ପ୍ରଶାସନ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମ୍ବଲପୁରପୁର ମହାନଗର ନିଗମ ଅଧିନରେ ଯାଉଛି ହୀରାକୁଦର କାଲୁପଡ଼ା । ଏଠି କାର୍ଯ୍ୟକାରୀ ହେଉଛି ଡ୍ରିଙ୍କ ଫ୍ରମ୍ ଟ୍ୟାପ ଯୋଜନା ।  କିନ୍ତୁ ହୀରାକୁଦର ଝାଡ଼ାବାନ୍ତି ଖୋଲି ଦେଇଛି ସରକାରଙ୍କ ଶୁଦ୍ଧ ପିଇବା ପାଣି ଯୋଗାଣ ନେଇ ମିଛ ପ୍ରଚାର । 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
odisha-facing-lot-of-water-problem | Argus News