Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଭିଯୁକ୍ତଙ୍କୁ ଧରିବା ପାଇଁ ଝିରପାଣି ଥାନା ଘେରିଲେ ଗ୍ରାମବାସୀ

Smruti Parija
Browse all articles by Smruti Parija
·2 years ago·1 min read
ଅଭିଯୁକ୍ତଙ୍କୁ ଧରିବା ପାଇଁ ଝିରପାଣି ଥାନା ଘେରିଲେ ଗ୍ରାମବାସୀ

ସୁନ୍ଦରଗଡ: ଓଡ଼ିଶାର ଚାଷୀଙ୍କୁ ଝାଡ଼ଖଣ୍ଡରେ ହତ୍ୟା ଅଭିଯୋଗ । ଅଭିଯୁକ୍ତଙ୍କୁ ଧରିବା ପାଇଁ ଝିରପାଣି ଥାନା ଘେରିଲେ ଗ୍ରାମବାସୀ । ମୃତ ଚାଷୀ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଜାମ୍ ବେରନା ଅଞ୍ଚଳର ମଙ୍ଗଲ ଓରାମ ।

ଝିରପାଣି ହାଟକୁ ଏକ ପିକଅପ୍ ଭ୍ୟାନରେ 29 ତାରିଖରେ ପରିବା ବିକ୍ରି କରିବାକୁ ଆସି ଗାଡି ସହ ନିଖୋଜ ହୋଇଯାଇଥିଲେ । ଏ ନେଇ ପରିବାର ପକ୍ଷରୁ ଝିରପାଣି ଥାନାରେ ଏତଲା ଦିଆଯାଇଥିଲା । ଶୁକ୍ରବାର ଝାଡ଼ଖଣ୍ଡ ଜଲଡେଗା ଥାନା ଖବରଗାଡାରୁ ଅଜଣା ମୃତଦେହ ଉଦ୍ଧାର ହୋଇଥିଲା । ହେଲେ କେହି ଦାବିଦାର ନ ଆସିବାରୁ ଜଲଡେଗା ପୋଲିସ୍ ମାଟି ଖୋଳି ଶବକୁ ପୋତି ଦେଇଥିଲା । 

ପରେ ଝିରପାଣି ପୋଲିସ ଓ ମଙ୍ଗଲଙ୍କ ପରିବାର ଲୋକେ ଜଲଡେଗା ପୋଲିସ ପାଖରେ ଥିବା ଫଟୋରୁ ମଙ୍ଗଲ ଓରାମଙ୍କୁ ଚିହ୍ନଟ କରିଥିଲେ । ଶନିବାର ମୃତଦେହକୁ ମାଟି ଖୋଳି ବାହାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଶତାଧିକ ଗ୍ରାମବାସୀ ମୃତଦେହ ନେଇ ଝିରପାଣି ଥାନା ଘେରାଉ କରି ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । ସେପଟେ ପୋଲିସ୍ ଅପହରଣ ଓ ହତ୍ୟା ମାମଲା ରୁଜୁ କରି 2 ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
odisha-farmer-killed-in-jharkhand | Argus News