Cyclone Arnab / ମାଡ଼ି ଆସୁଛି ବାତ୍ୟା "ଅର୍ଣ୍ଣବ"; "ଜିରୋ କାଜୁଏଲଟି ଲକ୍ଷ୍ୟ, ସଜାଗ ଅଗ୍ନିଶମ ବିଭାଗ
·46 mins ago·2 min read

Key Points
ସମ୍ଭାବ୍ୟ ବାତ୍ୟା "ଅର୍ଣ୍ଣବ" ମୁକାବିଲା
ରାଜ୍ୟରେ ଜିରୋ କାଜୁଏଲଟି ଲକ୍ଷ୍ୟ
ଓଡ଼ିଶା ଅଗ୍ନିଶମ ସେବାର ପ୍ରସ୍ତୁତି ଜୋରଦାର
ରାଜ୍ୟରେ ଜିରୋ କାଜୁଏଲଟି ଲକ୍ଷ୍ୟ
ଓଡ଼ିଶା ଅଗ୍ନିଶମ ସେବାର ପ୍ରସ୍ତୁତି ଜୋରଦାର
ଭୁବନେଶ୍ଵର: ସରୁଛି ଅକ୍ଟୋବର ମାସ । କିନ୍ତୁ ଟଳିନି ବାତ୍ୟା ଭୟ । ଅକ୍ଟୋବର ଶେଷ ଆଡ଼କୁ ମାଡ଼ି ଆସୁଛି ବାତ୍ୟା "ଅର୍ଣ୍ଣବ" । ଘଣ୍ଟାପ୍ରତି ୧୨୫ କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା "ଅର୍ଣ୍ଣବ"କୁ ଦୃଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ବିଶେଷ କରି ଜିରୋ କାଜୁଆଲିଟି ଉପରେ ଗୁରୁତ୍ଵ ଦିଆଯାଉଛି । ରାଜ୍ୟର ୬ଟି ଜିଲ୍ଲା ହାଇ ଆଲର୍ଟରେ ଥିବାବେଳେ ସେଠାରେ ସଜାଗ ରହିଛି ଅଗ୍ନିଶମ ବିଭାଗ ।
ପଢନ୍ତୁ ଏହି ଖବର: ଆଜି ଅବପାତ କାଲି ତୀବ୍ର ଅବପାତ…୨୮ ସକାଳେ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା
- ଆଜି ବାତ୍ୟାର ଗତିପଥ ଜଣାପଡ଼ିବ
- ହାଇ ଆଲର୍ଟରେ ରାଜ୍ୟର ୬ଟି ଜିଲ୍ଲା
ପଢନ୍ତୁ ଏହି ଖବର: ଆଜି ଅବପାତ କାଲି ତୀବ୍ର ଅବପାତ…୨୮ ସକାଳେ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ତ୍ତମାନ ମୁଖ୍ୟତଃ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଯଦି ବାତ୍ୟା ନିଜର ଦିଗ ପରିବର୍ତ୍ତନ କରେ, ସେଥିପାଇଁ ମଧ୍ୟ ବିଭାଗ ପକ୍ଷରୁ ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବ । ଅକ୍ଟୋବର ୨୬ରେ ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଓ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନ ବହିବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି ୨୭ ତାରିଖ ସକାଳୁ ବଢିବ ବର୍ଷାର ପରିମାଣ । ୨୮ ସକାଳେ ଉପକୂଳ ଛୁଇଁବା ସମ୍ଭାବନା ରହିଛି ।
Related Topics
Explore more stories