Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Boeing STEM Lab Odisha / ଓଡ଼ିଶାର ପ୍ରଥମ ବୋଇଂ ଷ୍ଟେମ୍‌ ଲ୍ୟାବ୍‌ ସମ୍ବଲପୁରରେ ଆରମ୍ଭ, ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଓଡ଼ିଶାର ପ୍ରଥମ ବୋଇଂ ଷ୍ଟେମ୍‌ ଲ୍ୟାବ୍‌ ସମ୍ବଲପୁରରେ ଆରମ୍ଭ, ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
Dharmendra Pradhan

Key Points

ଓଡ଼ିଶାର ପ୍ରଥମ ବୋଇଂ ଷ୍ଟେମ୍‌ ଲ୍ୟାବ ସମ୍ବଲପୁରରେ ଆରମ୍ଭ
ସମ୍ବଲପୁର, କୁଚିଣ୍ଡା, ରେଢ଼ାଖୋଲରେ ପ୍ରତିଷ୍ଠା ହେଲା ଷ୍ଟେମ୍‌ ଲ୍ୟାବ
ସମ୍ବଲପୁରରେ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲରେ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଓଡ଼ିଶାର ପ୍ରଥମ ବୋଇଂ ଷ୍ଟେମ୍‌ ଲ୍ୟାବ ସମ୍ବଲପୁରରେ ଆରମ୍ଭ ହୋଇଛି । ସମ୍ବଲପୁର, କୁଚିଣ୍ଡା, ରେଢ଼ାଖୋଲରେ ପ୍ରତିଷ୍ଠା ହେଲା ଷ୍ଟେମ୍‌ ଲ୍ୟାବ । ଆଗାମୀ ଦିନରେ ଜିଲ୍ଲାରେ ହେବ ଆହୁରି ୨ଟି ଲ୍ୟାବ୍‌ । ସମ୍ବଲପୁରରେ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲରେ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । କହିଛନ୍ତି, ଦେଶରେ ଝିଅ ପାଇଲଟଙ୍କ ସଂଖ୍ୟା ବୃଦ୍ଧି ପାଇଁ ବୋଇଂ କମ୍ପାନୀକୁ ଦାୟିତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସମ୍ବଲପୁରରେ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍କୁଲରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ବୋଇଂ ସୁକନ୍ୟା ପ୍ରୋଗ୍ରାମ ଷ୍ଟେମ୍ ଲାବ୍ରୋଟୋରୀର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର କହିଛନ୍ତି- ଓଡ଼ିଶାର ଆଜିର ଆକାର ପାଇଁ ସ୍ବୀର୍ଗୀୟ ଚନ୍ଦ୍ରଶେଖର ବେହେରାଙ୍କ ଅତୁଳନୀୟ ଅବଦାନ ଥିଲା । ସ୍କୁଲରେ ଦଶମ ଶ୍ରେଣୀ ଯାଏ ଥିବା ବେଳେ, ଆଗକୁ ଦ୍ବାଦଶ ଶ୍ରେଣୀ କରାଯିବ । ସ୍କୁଲରେ ପିଲାମାନଙ୍କୁ ମୌଳିକ ସ୍ପଷ୍ଟତା ଦେବାର ଆବଶ୍ୟକତା ଅଛି । କ୍ରିଟିକାଲ ଥିଙ୍କିଂ ବୁଝିବା ପାଇଁ ଓ ବୁଝାଇବା ପାଇଁ ମାତୃଭାଷାରେ ପାଠ ପଢ଼ାଇବା ପାଇଁ ପଡ଼ିବ । ବିଜ୍ଞାନକୁ ମଧ୍ୟ ସ୍କୁଲରେ ମାତୃଭାଷାରେ ପଢ଼ାଯିବା ଦରକାର ବୋଲି କହିଛନ୍ତି ଧର୍ମେନ୍ଦ୍ର ।



ସେପଟେ ଶିକ୍ଷାର ବିକାଶ ପାଇଁ ଡବଲ ଇଂଜିନ୍ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।

ଏହା ପୂର୍ବରୁ କୁଲୁଣ୍ଡିରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ନବ ନିର୍ମିତ ଇଣ୍ଡୋର ଷ୍ଟାଡିୟମ ଏବଂ କର୍ମଚାରୀ ଆବାସର ଶୁଭ ଉଦଘାଟନ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ପ୍ରକଳ୍ପ ଗୁଡ଼ିକ ପ୍ରାୟ ୧୦ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ।

ବାଜି ରାଉତ କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଏହାସହ ବାଲ୍ୟ ବିବାହ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha’s First Boeing STEM Lab Launched in Sambalpur | Argus News