Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆନ୍ଧ୍ର ମାଛ-ଓଡିଶା ଖାଦ୍ୟ

Odisha

ଆନ୍ଧ୍ର ମାଛ-ଓଡିଶା ଖାଦ୍ୟ

Jitendra Dash
Browse all articles by Jitendra Dash
·2 years ago·1 min read
ଆନ୍ଧ୍ର ମାଛ-ଓଡିଶା ଖାଦ୍ୟ

ଅର୍ଗସ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ଆମଦାନୀ ହୋଇ ଆସୁଥିବା ବଡ଼-ବଡ଼ ମାଛ ଯାଥା ରୋହୀ, ମାଛ ଓ ଭାକୁର ମାଛ ସହ ଅଲଗା ମାଛ ପାଇଁ ବି ଆମକୁ ଆନ୍ଧ୍ର ଉପରେ ନିର୍ଭର କରିବା ପାଇଁ ପଡୁଛି । କାରଣ ଓଡ଼ିଶାର ଲୋକଙ୍କ ଆମିଷ ବଜାର ମାଛ ଡିମାଣ୍ଡ ଅନୁସାରେ ଆମ ରାଜ୍ୟରେ ସେହି ଅନୁସାରେ ମାଛ ଉତ୍ପାଦନ ହୋଇପାରୁ ନାହିଁ । ସେଥିପାଇଁ ତ' ପ୍ରତ୍ୟେକ ଦିନ ଶହ ଶହ ଗାଡ଼ିରେ ହଜାର ହଜାର ଟନ୍ ମାଛ ଓଡିଶା ମାର୍କେଟକୁ ଆମଦାନୀ ହୋଇ ଆସିଥାଏ । 

ଓଡିଶାରେ ଚିଲିକା ରହିଛି ହେଲେ, ଚିଲିକାରୁ ଏବେ ସେହି ଅନୁପାତରେ ମାଛ ଉତ୍ପାଦନ ହୋଇ ପାରୁ ନାହିଁ  । ତେଣୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଉପରେ ଆମକୁ ନିର୍ଭର କରିବା ପାଇଁ ପଡୁଛି । ଏତଦବ୍ୟତୀତ ଆନ୍ଧ୍ରପ୍ରଦେଶରୁ ଯଦି ବଡ଼-ବଡ଼ ମାଛ ନ-ଆସିବ ତେବେ ଓଡ଼ିଶାର ଲୋକମାନେ ଆମିଷ ଖାଇବା ମୁସ୍କିଲ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମାଛ ଚାଷ ପାଇଁ ଆନ୍ଦ୍ର ପ୍ରଦେଶ ସରକାର ଯେଉଁ ସବୁ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ତାହା ଓଡ଼ିଶା ସରକାର ଦେଉ ନାହାନ୍ତି । ଯାହା ଫଳରେ ମାଛ ଚାଷ ଠିକ ଭାବରେ ହୋଇପାରୁ ନାହିଁ ।ସରକାରୀ ସ୍ତରରେ ମାଛ ଚାଷ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ କରାଗଲେ ଓଡ଼ିଶାରେ ଭଲ ମାଛ ଚାଷ ହୋଇପାରିବ ବୋଲି ମତ୍ସ୍ୟଜୀବୀ କହିଛନ୍ତି ।
 

Sponsored
Odisha Fish Issue | Argus News