Fishing Ban / ଆଜିଠୁ ସମୁଦ୍ରରେ ମାଛ ଧରା ମନା, ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ
·1 hour ago·1 min read

Key Points
ଆଜିଠୁ ପୁରୀ ସମୁଦ୍ରରେ ମାଛ ଧରା ମନା
ଅଲିଭ୍ ରିଡ୍ଲେଙ୍କ ଆଗମନ ପୂର୍ବରୁ ସମୁଦ୍ରରେ କଟକଣା
ବେଆଇନ ଟ୍ରଲର ଉପରେ ରହିବ କଡ଼ା ନଜର
ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ
ଅଲିଭ୍ ରିଡ୍ଲେଙ୍କ ଆଗମନ ପୂର୍ବରୁ ସମୁଦ୍ରରେ କଟକଣା
ବେଆଇନ ଟ୍ରଲର ଉପରେ ରହିବ କଡ଼ା ନଜର
ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ
ପୁରୀ,୦୧/୧୧: ଆଜିଠୁ ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା କଟକଣା। ବିରଳ ପ୍ରଜାତିର ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ ତାରିଖରୁ ୨୦୨୭ ମେ’ ୩୧ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ସମୁଦ୍ର କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଟ୍ରଲର ଓ ଯାନ୍ତ୍ରିକ ମାଛଧରା ଡଙ୍ଗା ଚଳାଚଳ ଉପରେ ରୋକ୍ ଲଗାଯାଇଛି।
ଅଲିଭ୍ ରିଡଲେ କଇଁଛଙ୍କ ପ୍ରଜନନ ଓ ଅଣ୍ଡାଦାନ ସମୟକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଏହି ବିରଳ ସାମୁଦ୍ରିକ କଇଁଛ ଓଡ଼ିଶା ଉପକୂଳକୁ ଅଣ୍ଡାଦାନ ପାଇଁ ଆସିଥାନ୍ତି। ତେଣୁ ସେମାନଙ୍କ ସୁରକ୍ଷିତ ଆଗମନ ଓ ପ୍ରଜନନ ପ୍ରକ୍ରିୟାକୁ ବାଧାମୁକ୍ତ ରଖିବା ଏହି କଟକଣାର ମୁଖ୍ୟ ଉଦ୍ଦେଶ୍ୟ।
ପଢନ୍ତୁ ଏହି ଖବର:ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଆସିଲା ଗାଇଡଲାଇନ୍, ମାନିବାକୁ ପଡ଼ିବ ଏହି ନିୟମ
କେଉଁ ଅଞ୍ଚଳରେ ରହିବ କଟକଣା?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଳୁଣୀ ମୁହାଣଠାରୁ ଦେବୀ ନଦୀ ମୁହାଣ ପର୍ଯ୍ୟନ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ସମୁଦ୍ର କୂଳଠାରୁ ୨୦ କିଲୋମିଟର ଯାଏଁ ଟ୍ରଲର ଏବଂ ଯାନ୍ତ୍ରିକ ମାଛଧରା ଡଙ୍ଗା ଚଳାଚଳ କରିପାରିବ ନାହିଁ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମତ୍ସ୍ୟ ଓ ବନ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ନିଷିଦ୍ଧାଞ୍ଚଳରେ ନିୟମ ଉଲ୍ଲଂଘନ କରି ମାଛ ଧରୁଥିବା ଟ୍ରଲର କିମ୍ବା ଯାନ୍ତ୍ରିକ ଡଙ୍ଗା ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।
ଏନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦ୍ରୌପଦୀ ମାଝୀ ସୂଚନା ଦେଇଛନ୍ତି। ଅଲିଭ୍ ରିଡଲେଙ୍କ ସୁରକ୍ଷା ସହ ସାମୁଦ୍ରିକ ଜୈବ ବିବିଧତାର ସଂରକ୍ଷଣ ପାଇଁ ଏହି କଟକଣା ଗୁରୁତ୍ୱପୂର୍ଣ୍ଣ।
Related Topics
Explore more stories