15 Districts Affected by Floods / ଚଳିତ ବନ୍ୟାରେ ୧୫ଟି ଜିଲ୍ଲା ପ୍ରଭାବିତ,ଜଳବନ୍ଦୀରେ ୨ ଲକ୍ଷ ୬୮ ହଜାର ୯୪୩ ଲୋକ
·1 hour ago·2 min read

Key Points
ଚଳିତ ବନ୍ୟାରେ ୧୫ଟି ଜିଲ୍ଲାର ୫୭ ବ୍ଲକ୍ ପ୍ରଭାବିତ
୭ ଲକ୍ଷ ୯୧ ହଜାର ୮୪୬ ଲୋକ ପ୍ରଭାବିତ
ଜଳବନ୍ଦୀରେ ଅଛନ୍ତି ୨ ଲକ୍ଷ ୬୮ ହଜାର ୯୪୩ ଜଣ
କ୍ଷୟକ୍ଷତି ରିପୋର୍ଟ ଆସିଲେ ସଙ୍ଗେ ସଙ୍ଗେ କ୍ଷତିପୂରଣ ଦିଆଯିବ
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୁଚନା

ଭୁବନେଶ୍ବର,୩୧/୦୭:ଚଳିତ ବନ୍ୟାରେ ୧୫ଟି ଜିଲ୍ଲାର ୫୭ ବ୍ଲକ୍ ପ୍ରଭାବିତ ହୋଇଛି। ୫୭ ବ୍ଲକ୍ର ୪୪୬ ପଞ୍ଚାୟତ, ୧୩୬୨ ଗାଁ, ୧୧ ପୌରାଞ୍ଚଳ ପ୍ରଭାବିତ ହୋଇଛି। ମୋଟ୍ ୭ ଲକ୍ଷ ୯୧ ହଜାର ୮୪୬ ଲୋକ ପ୍ରଭାବିତ। ଜଳବନ୍ଦୀରେ ଅଛନ୍ତି ୨ ଲକ୍ଷ ୬୮ ହଜାର ୯୪୩ ଜଣ। ୭୦୦ରୁ ଅଧିକ ଘର ବନ୍ୟାରେ ପ୍ରଭାବିତ ହୋଇଛି। ଏବେର ତଥ୍ୟ ଅନୁସାରେ ୨୧ ହଜାର ୩୨୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ୬୪୩ଟି ରିଲିଫ ସେଣ୍ଟର ଏବେ କାର୍ଯ୍ୟକ୍ଷମ ରହିଛି। ୮୦୦ରୁ ଅଧିକ ଲୋକଙ୍କୁ ଅଗ୍ନିଶମ କର୍ମଚାରୀ ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି। ଆଶା କରୁଛୁ ୨୪ ଘଣ୍ଟା ମଧ୍ୟରେ ବନ୍ୟାସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ମହାନଦୀରେ ବନ୍ୟା ଜଳ ବଢିବାରେ ଲାଗିଛି। ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ ରହିଛି। କେବଳ ମହାନଦୀର ଜଳସ୍ତର ବଢୁଛି। ଏବେ ମହାନଦୀରେ ୮ ଲକ୍ଷ ୬୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଯାଜପୁରରେ ସର୍ବାଧିକ ଘାଇ ହୋଇଛି। ବନ୍ୟା ପାଣି କମିବା ପର୍ଯ୍ୟନ୍ତ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ। କ୍ଷୟକ୍ଷତି ରିପୋର୍ଟ ଆସିଲେ ସଙ୍ଗେ ସଙ୍ଗେ କ୍ଷତିପୂରଣ ଦିଆଯିବ। ସରକାରଙ୍କୁ ସହଯୋଗ କରନ୍ତୁ, ବିପଦ ଟଳିଯିବ ବୋଲି କହିଛନ୍ତି ମନ୍ତ୍ରୀ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପାଣି ଛାଡ଼ିଥିବା ଅଞ୍ଚଳରେ ନକକୁଅ ମରାମତି ଚାଲିଛି। ପୁରୁଣା ଓ ଦୁର୍ବଳ ନଦୀବନ୍ଧ, ପାଣି ପଶିଥିବା ସ୍କୁଲ ଓ ଅଙ୍ଗନବାଡ଼ି ଓ ହସପିଟାଲ ସମ୍ପର୍କରେ ରିପୋର୍ଟ ମଗାଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି।
ବନ୍ୟାସ୍ଥିତି ନେଇ ଲୋକସେବା ଭବନରେ ବନ୍ୟାସ୍ଥିତିର ସମୀକ୍ଷା କରାଯାଇଛି। ବନ୍ୟା ପ୍ରଭାବିତ ଜିଲ୍ଲାପାଳମାନଙ୍କ ସହ ରାଜସ୍ବ ମନ୍ତ୍ରୀ ଆଲୋଚନା କରିଛନ୍ତି ଏବଂ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ବର୍ଷା ଆଲର୍ଟ କରଯାଇଛି।
ପଢନ୍ତୁ ଏହି ଖବର: ହୀରାକୁଦରେ ବଢୁଛି ଜଳସ୍ତର,ପ୍ରବେଶ କରୁଛି ୩ ଲକ୍ଷରୁ ଅଧିକ କ୍ୟୁସେକ ଜଳ
ସେପଟେ ହୀରାକୁଦରେ ଖୋଲିଛି ୧୪ଟି ଗେଟ୍ । ବାମ ପାର୍ଶ୍ବରେ ୯ଟି ଓ ଡାହାଣ ପାର୍ଶ୍ବରେ ୫ଟି ଗେଟ୍ ଖୋଲିଛି। ନରାଜରେ ବିପଦ ସଂକେତ ଉପରେ ମହାନଦୀ। ବିପଦ ସଂକେତ ୨୬.୪୧ ମିଟର ଥିବାବେଳେ ସକାଳ ୯ଟା ସୁଦ୍ଧା ଜଳସ୍ତର ୨୬.୪୪ମିଟର ଜଳ ସ୍ତର ରହିଛି। ବ୍ରାହ୍ମଣୀର ଇନ୍ଦୁପୁର ଠାରେ ବିପଦ ସଂକେତ ଉପରେ ରହିଛି ଜଳ ସ୍ତର। ୦୮.୨୩ ମିଟର ବିପଦ ସଂକେତ ରହିଥିବା ବେଳେ ସକାଳ ୯ ଟା ସୁଦ୍ଧା ୦୮.୫୫ ମିଟର ଜଳ ସ୍ତର ରହିଛି। ଏହା କ୍ରମଶଃ କମୁଛି। ଜଳକା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣ ରେଖାରେ ବିପଦ ସଂକେତ ଠାରୁ ତଳକୁ ଖସିଛି ଜଳ ସ୍ତର।
ରାଜ୍ୟରେ ଜାରି ରହିଛି ବର୍ଷା । ପ୍ରବଳ ବର୍ଷାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଅନେକ ତଳିଆ ଅଞ୍ଚଳରେ ପଶିଛି ବନ୍ୟାପାଣି । ଖିଆପିଆ ବନ୍ଦ । ଖଟ ଉପରେ ଘରୋଇ ସାମଗ୍ରୀ ରଖି ରାତି ଅନିଦ୍ରା ଲୋକେ । ରାଜ୍ୟର ଅନେକ ଜିଲ୍ଲା ଜଳବନ୍ଦୀ ଅବସ୍ଥାରେ ଅଛି । ରାସ୍ତା ଉପରେ ଚାଲୁଛି ପାଣି । ଯୁଆଡ଼େ ଆଖି ବୁଲାଇବେ ସମୁଦ୍ର ପରି ଦିଶୁଛି । ଏପରି ସ୍ଥିତିରେ ଆଜି ୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି । କିଛି ଜିଲ୍ଲାରେ ଆସନ୍ତାକାଲି (ଅଗଷ୍ଟ ୧)ରେ ମଧ୍ୟ ଅଙ୍ଗନୱାଡି, ବିଦ୍ୟାଳୟ, କଲେଜ ବନ୍ଦ ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories