Live Stock Affected / ଚଳିତ ବନ୍ୟାରେ ୪.୮୮ଲକ୍ଷ ଗୃହପାଳିତ ପଶୁ ପ୍ରଭାବିତ,୧୫ ହଜାର ପଶୁଙ୍କୁ କରାଯାଇଛି ଚିକିତ୍ସା
·1 month ago·2 min read

Key Points
ବନ୍ୟାରେ ୪.୮୮ଲକ୍ଷ ଗୃହପାଳିତ ପଶୁ ପ୍ରଭାବିତ
ଭାସିଗଲେ ୮୦ ହଜାର ୯୦୦ କୁକୁଡ଼ା
ଆକଳନ ପରେ ପଶୁ ମାଲିକଙ୍କୁ କ୍ଷତି ପୂରଣ ଦିଆଯିବ
ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୁଚନା

ଭୁବନେଶ୍ବର,୦୧/୦୮: ରାଜ୍ୟରେ ବନ୍ୟା ପ୍ରଭାବ କେବଳ ଲୋକଙ୍କ ଜୀବନରେ ସୀମିତ ରହିନାହିଁ, ପଶୁପକ୍ଷୀଙ୍କ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିଛି। ବନ୍ୟା ରେ ଭାସିଗଲେ ୮୦ ହଜାର ୯୦୦ କୁକୁଡ଼ା। ଏଥିରେ ୫ ଟି ବଡ଼ ପ୍ରାଣୀ, ୧୨୦ଟି ଛୋଟ ପ୍ରାଣୀଙ୍କ ମୃତ୍ୟୁ ହୋଇଛି। ଆକଳନ ପରେ ପଶୁ ମାଲିକଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ଜୁଲାଇ ୩୧ ସୁଦ୍ଧା, ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗର ତଥ୍ୟ ଅନୁସାରେ ରାଜ୍ୟର ୯ଟି ଜିଲ୍ଲା, ୪୫ଟି ବ୍ଲକ୍, ୩୯୮ଟି ଗ୍ରାମ ପଞ୍ଚାୟତ ଏବଂ ୧,୩୪୧ ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି । ବନ୍ୟାରେ ମୋଟ୍ ୪ ଲକ୍ଷ ୮୮ ହଜାର ୮୬୮ ପଶୁ ପ୍ରଭାବିତ ହୋଇଛନ୍ତି । ଏଥିରେ ୩ ଲକ୍ଷ ୧୧ ହଜାର ୫୧୨ଟି ବଡ଼ ପଶୁ ଏବଂ ୧ ଲକ୍ଷ ୭୭ ହଜାର ୩୫୬ଟି ଛୋଟ ପଶୁ ରହିଛନ୍ତି । ଏହାଛଡ଼ା ୨ ଲକ୍ଷ ୩୩ ହଜାର ୭୬୩ଟି କୁକୁଡ଼ା ମଧ୍ୟ ବନ୍ୟାର ପ୍ରଭାବରେ ଆସିଛନ୍ତି । ପଶୁମାନଙ୍କ ସୁରକ୍ଷା ପାଇଁ ୫୮ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି । ୨୪୫ଟି ପଶୁ ଚିକିତ୍ସା ଶିବିର ମାଧ୍ୟମରେ ୧୫ ହଜାର ୧୭୯ଟି ପଶୁଙ୍କ ଚିକିତ୍ସା କରାଯାଇଛି ।
ବନ୍ୟା ପୂର୍ବରୁ ୬ ଲକ୍ଷ ୪୬ ହଜାର ୮୨୫ଟି ଏବଂ ବନ୍ୟା ପରେ ୧୧ ହଜାର ୮୦୦ଟି ଟିକା ପ୍ରଦାନ କରାଯାଇଛି । ପ୍ରଭାବିତ ଜିଲ୍ଲାଗୁଡ଼ିକୁ ୮୦୦ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ୭୩.୨ କ୍ୱିଣ୍ଟାଲ ସବୁଜ ଘାସ ଏବଂ ୧୩.୯ କ୍ୱିଣ୍ଟାଲ ଶୁଖିଲା ଘାସ/ନଡ଼ା ବଣ୍ଟନ କରାଯାଇଛି । ତେବେ ବନ୍ୟାରେ ୫ଟି ବଡ଼ ପଶୁ, ୧୨୦ଟି ଛୋଟ ପଶୁ ଓ ୮୦ ହଜାର ୯୦୦ଟି କୁକୁଡ଼ାର ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ପଢନ୍ତୁ ଏହି ଖବର: ବନ୍ୟା ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ପାଣି ଛାଡ଼ିବାର ୭୨ ଘଣ୍ଟାରେ ରିପୋର୍ଟ ଦେବେ ଅଧିକାରୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ବନ୍ୟା ସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର କ୍ଷୟକ୍ଷତି ରିପୋର୍ଟ ୩ ଦିନ ଭିତରେ ଦେବାକୁ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟାରେ ପ୍ରାୟ ୧୫ ଜିଲ୍ଲା ପ୍ରଭାବିତ ହୋଇଛି । ତେଣୁ ପଞ୍ଚାୟତିରାଜ ବିଭାଗର ଅଧିକାରୀ ମାନେ ଗ୍ରାଉଣ୍ଡ ଜିରୋକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପାଣି ଟାଙ୍କି ସହ ମୋବାଇଲ ଭ୍ୟାନ୍ର ବ୍ୟବସ୍ଥା କରାଯାଇଛି । ଅନେକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ତାର ରିପୋର୍ଟ ୩ ଦିନ ଭିତରେ ଦିଆଯିବ । ଠିକ୍ ଆକଳନ କରି ରିପୋର୍ଟ ଦେବେ ଅଧିକାରୀ । ସରକାର ଲୋକଙ୍କ ସେବା ପାଇଁ ପ୍ରସ୍ତୁତ । ପାଣି ଥିବାରୁ ଆରଆଇ ମାନେ ବୁଲି ପାରିନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ସେପଟେ ମହାନଦୀରେ ପ୍ରବଳ ଜଳସ୍ରୋତ। ମୁଣ୍ଡଳୀରେ ପ୍ରତି ୩ ଘଣ୍ଟାରେ ପ୍ରାୟ ୧୦ ହଜାର କ୍ୟୁସେକ୍ ଜଳ କମୁଥିବା ବେଳେ ନଦୀରେ ସ୍ରୋତ ଏବେ ମଧ୍ୟ ତୀବ୍ର ରହିଛି । ମୁଣ୍ଡଳୀରେ ଏବେ ୭ ଲକ୍ଷ ୧୧ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି। ଗତ କାଲି ତୁଳନାରେ ଯଥେଷ୍ଟ କମିଛି ଜଳସ୍ତର। ତେବେ ଉପରମୁଣ୍ଡରେ ହୀରାକୁଦ ଡ୍ୟାମରୁ ଖୋଲାଯାଇଥିବା ୨୨ଟି ଗେଟର ପାଣି ପହଞ୍ଚିବା ପରେ ପୁଣି ବଢ଼ିବ ଜଳସ୍ତର। ମୁଣ୍ଡଳିରେ ବନ୍ୟା ଜଳ ସ୍ଥିତି ଉପର ମୁଣ୍ଡରେ ୯୧.୫୦ ଫୁଟ ଓ ତଳ ମୁଣ୍ଡରେ ୮୮.୯୦ ଫୁଟ ରହିଛି।

Related Topics
Explore more stories