South Odisha Floods / ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଜଳପ୍ରଳୟ, ପାଣିରେ ବୁଡ଼ିଛି ଅଧା ଗଞ୍ଜାମ
·40 mins ago·2 min read

Key Points
ବର୍ଷା କାରଣରୁ ଦକ୍ଷିଣ ଓଡ଼ିଶାରେ ଜଳପ୍ରଳୟ
ନଦୀ ବନ୍ଧ ଡେଇଁ ଗାଁରେ ଓ ଘରେ ପଶିଲା ବନ୍ୟା ପାଣି
କୋରାପୁଟ ଓ ମାଲକାନଗିରିରେ ହାଲ୍ ବେହାଲ୍

ଦକ୍ଷିଣ ଓଡ଼ିଶାରେ ଜଳ ପ୍ରଳୟ । ଦେଢଲକ୍ଷ ଲୋକ ଜଳବନ୍ଦୀ । ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଭୀଷଣ ବର୍ଷା ଗଞ୍ଜାମ ଜିଲ୍ଲାରେ ଜଳ ପ୍ରଳୟ ସୃଷ୍ଟି କରିଛି । ଅବିଶ୍ରାନ୍ତ ବର୍ଷାରେ ଅଧା ଜିଲ୍ଲା ଉବୁଟୁବୁ ହୋଇଛି । ଆସିକା, ଶେରଗଡ଼, ସୋରଡ଼ା, ଧରାକୋଟ, ଭଞ୍ଜନଗର, ବେଲଗୁଣ୍ଠା ଚାରିଆଡ଼ୁ ବିଚ୍ଛିନ୍ନ ହୋଇଯାଇଛି । ପୁରୁଷୋତ୍ତମପୁରରେ ଋଷିକୁଲ୍ୟା ନଦୀବନ୍ଧ ଭାଙ୍ଗିଯିବାରୁ ଗାଁ ଓ ସହରରେ ପାଣି ପଶିଯାଇଛି । ସୀମାନ୍ତ ପାତ୍ରପୁର ଓ ଚିକିଟି ବ୍ଲକରେ ବି ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଗାଁ ଦାଣ୍ଡରେ ପାଣି ସୁଅ ଛୁଟୁଛି ।
ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି । ପ୍ରାୟ ୧୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୮ଟି ବ୍ଲକ୍ର ଦେଢ଼ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ୨୦୧୩ ‘ଫାଇଲିନ୍’ ଓ ୨୦୧୮ ’ତିତ୍ଲି’ ବାତ୍ୟା ପରେ ଗଞ୍ଜାମ ଜିଲ୍ଲା ପାଇଁ ଏହା ସବୁଠୁ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଛି । ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦିନରେ ମୋଟ ୨୭୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି ।
ଅବିଶ୍ରାନ୍ତ ବର୍ଷା ଫଳରେ ଋଷିକୁଲ୍ୟା, ବାହୁଦା, ଘୋଡ଼ାହାଡ଼, ଲୋହରାଖଣ୍ଡି, ଜରଉ, ପଦ୍ମା ଓ ବଡ଼ନଦୀରେ ବନ୍ୟା ଆସିଛି । ସେହିପରି ବାଘଲଟି, ବାଘୁଆ ଓ ଡହ ଡ୍ୟାମ୍ ଉବୁଟୁବୁ ହେଉଛି । ଆସିକା, ଶେରଗଡ଼, ଧରାକୋଟ, ଭଞ୍ଜନଗର, ହିଞ୍ଜିଳିକାଟୁ, ସୋରଡ଼ା, ବେଲଗୁଣ୍ଠା, ସାନଖେମୁଣ୍ଡି, ପାତ୍ରପୁର, ଚିକିଟି, ଗଞ୍ଜାମ, ଖଲ୍ଲିକୋଟ, ପୁରୁଷୋତ୍ତମପୁର ଓ ଛତ୍ରପୁର ବ୍ଲକ୍ ବିଶେଷ ପ୍ରଭାବିତ ହୋଇଛି । ଆସିକା ସହର ସଂପୂର୍ଣ୍ଣ ଜଳବନ୍ଦୀରେ ରହିଥିବା ବେଳେ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ଲୋକେ ପ୍ରଥମ ଓ ଦ୍ବିତୀୟ ମହଲାରେ ଆଶ୍ରୟ ନେଇଛନ୍ତି । ବହୁ ସ୍ଥାନରେ ତଳମହଲାରେ ୬ ଫୁଟ୍ରୁ ଅଧିକ ପାଣି ପ୍ରବାହିତ ହେଉଛି । ସେପଟେ ଆଜି ବନ୍ୟାଞ୍ଚଳ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆକାଶମାର୍ଗରୁ ଗଞ୍ଜାମ ଓ ଗଜପତିର ବନ୍ୟାସ୍ଥିତିର କରିବେ ଅନୁଧ୍ୟାନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories