Odisha Flood Situation / ରାଜ୍ୟରେ ସୁଧୁରୁଛି ବନ୍ୟା ସ୍ଥିତି, ୭୨ ଘଣ୍ଟା ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
·1 hour ago·2 min read

Key Points
ବନ୍ୟା ପରେ ବଡ଼ ଅପଡେଟ୍
ବନ୍ୟା ପରେ ଆକ୍ସନ୍ ମୋଡ୍ରେ ସରକାର
୨୩ ଜିଲ୍ଲାର କ୍ଷୟକ୍ଷତି ଆକଳନ ଆରମ୍ଭ
ବନ୍ୟା ପରେ ଆକ୍ସନ୍ ମୋଡ୍ରେ ସରକାର
୨୩ ଜିଲ୍ଲାର କ୍ଷୟକ୍ଷତି ଆକଳନ ଆରମ୍ଭ
ରାଜ୍ୟରେ ସୁଧୁରୁଛି ବନ୍ୟା ସ୍ଥିତି । ବନ୍ୟାରେ ରାଜ୍ୟର ୨୩ଟି ଜିଲ୍ଲା ପ୍ରଭାବିତ ହୋଇଛି । ଆଉ ଏହାର ଆକଳନ ପାଇଁ କୃଷି ଓ ରାଜସ୍ବ ବିଭାଗ କାମ ଆରମ୍ଭ କରିଛି । ବନ୍ୟାରେ ଘର ଭାଙ୍ଗିଛି । ରାଜସ୍ବ ଅଧିକାରୀ ଗାଁକୁ ଗାଁ ଯାଇ ରିପୋର୍ଟ ପ୍ରସ୍ତୁତ କରିବେ । ପନିପରିବା ନଷ୍ଟ ସଠିକ ଆକଳନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ସେହିପରି ପାଣି ଛାଡ଼ିବାର ୭୨ଘଣ୍ଟା ଭିତରେ ଆକଳନ କରି ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି । ବୋରୱେଲ, ବନ୍ଧ, କୂଅ ସମେତ ସମସ୍ତ ଜଳ ଉତ୍ସ ବିଶୋଧନ ହେଉଛି । ସାପ କାମୁଡା ଇଞ୍ଜେକେସନ ମହଜୁଦ ଅଛି । ତୁରନ୍ତ କ୍ଷୟକ୍ଷତି ଆକଳନ ସହ ଅଙ୍ଗନବାଡି ଓ ସ୍କୁଲର କ୍ଷତି ରିପୋର୍ଟ ବି ମଗାଯାଇଛି । ଏହାର ପୁନଃରୁଦ୍ଧାର ପାଇଁ ସ୍ୱତନ୍ତ୍ର ଅନୁଦାନ ଦିଆଯିବ । ଘାଇ ମରାମତି କରିବା ସହ ଆଗକୁ ଘାଇ ନ ହେବାକୁ ଭିତ୍ତିଭୂମି ବ୍ୟବସ୍ଥା କରିବାକୁ ଜଳ ସମ୍ପଦ ବିଭାଗକୁ କୁହାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
ଅଧିକ ପଢ଼ନ୍ତୁ: ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ରାଜ୍ୟଗୁଡ଼ିକୁ ₹୨,୧୧୭.୮୫ କୋଟିର ଅଗ୍ରୀମ ଆର୍ଥିକ ସହାୟତା
ସେହିପରି ସେ ଆହୁରି କହିଛନ୍ତି, ମନ୍ତ୍ରୀ ପ୍ରଭାବିତ ଜିଲ୍ଲା ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବେ । ବନ୍ୟା ପ୍ରକୋପ କମାଇବାକୁ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଡିଜାଇନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁରେଶ ପୂଜାରୀ କହିଛନ୍ତି ।
ମହାନଦୀରେ ବନ୍ୟା ଆଶଙ୍କା ନାହିଁ । ରାଜ୍ୟରେ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି। ମହାନଦୀରେ ବନ୍ୟାର କୌଣସି ଆଶଙ୍କା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ରାଜ୍ୟର ଅନେକ ନଦୀର ଜଳସ୍ତର କମିବାରେ ଲାଗିଛି ଏବଂ ସାଳନ୍ଦୀ ନଦୀରେ ମଧ୍ୟ ବନ୍ୟାର ପ୍ରକୋପ କମିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଙ୍ଗାଲି ଜଳଭଣ୍ଡାରର ମାତ୍ର ଗୋଟିଏ ଗେଟ୍ ଖୋଲାଯାଇଛି। ବନ୍ୟା ଯୋଗୁଁ ଯେଉଁସବୁ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା, ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା ମୋଟ ୬ଟି ଘାଇ ମରାମତି କରାଯାଇସାରିଛି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories