Flood Compensation / ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ବଡ଼ ଘୋଷଣା; ଘର ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା
·3 hours ago·2 min read

Key Points
ବନ୍ୟାରେ ଘର ଭାଙ୍ଗିବାରୁ ନେଇ ଫସଲ କ୍ଷତି ପର୍ଯ୍ୟନ୍ତ । କାହାକୁ ମିଳିବ କେତେ ଟଙ୍କା କ୍ଷତିପୂରଣ । ଘୋଷଣା କଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଭୁବନେଶ୍ଵର: ରାଜ୍ୟରେ ବନ୍ୟା ପାଣି କମୁଥିବା ବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ୁଛି । ଆଜିଠୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରେସମିଟ୍ରେ ଏହି ତଥ୍ୟ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ବନ୍ୟାରେ ରାଜ୍ୟର ୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଆଜିଠୁ କ୍ଷୟ କ୍ଷତି ଆକଳନ ଆରମ୍ଭ ହୋଇଛି । ରାଜସ୍ଵ ଏବଂ କୃଷି ବିଭାଗର ଅଧିକାରୀ ମାନେ କ୍ଷତି ଆକଳନ କରୁଛନ୍ତି । ପ୍ରାଥମିକ ଆନୁମାନିକ ଆକଳନ ଅନୁସାରେ, ୪୨ କୋଟି ୮୦ ଲକ୍ଷର କ୍ଷୟକ୍ଷତି ହୋଇଛି ।"
ଏଥିସହ ପଢ଼ନ୍ତୁ: ବନ୍ୟା କ୍ଷୟକ୍ଷତି ଆକଳନ,ରିପୋର୍ଟ ଆଧାରରେ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା
ଜିଲ୍ଲାପାଳମାନଙ୍କୁ ୩୬ କୋଟି ୯୮ ଲକ୍ଷ ଟଙ୍କା ପଠାଯାଇଛି । ଆଜି ଆଉ ୧୧୦ କୋଟି ଟଙ୍କା ରାଜ୍ୟ ସରକାର ପଠାଇବେ । କ୍ଷୟକ୍ଷତି ଆକଳନ ସହ କ୍ଷତିଗ୍ରସ୍ଥକୁ କ୍ଷତିପୂରଣ ପ୍ରଦାନ କାର୍ଯ୍ୟ ଏକାସଙ୍ଗରେ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସରେଶ ପୂଜାରୀ ।
ଗୃହ ପାଳିତ ପଶୁପକ୍ଷୀ କ୍ଷୟକ୍ଷତି ବାବଦକୁ ସରକାର ୧୨ କୋଟି ୮୮ ଲକ୍ଷ ପ୍ରଦାନ କରିବେ । ରିଲିଫ ସେଣ୍ଟର ପରିଚାଳନା ପାଇଁ ୨୬ କୋଟି ଟଙ୍କା ସରକାର ପ୍ରଦାନ କରିଛନ୍ତି କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ।
କେଉଁଥିପାଇଁ ମିଳିବ କେତେ କ୍ଷତିପୂରଣ ?
ଘର ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା
ପକ୍କା ଘର ଆଂଶିକ ଭାଙ୍ଗିଥିଲେ ୬ ହଜାର ୫୦୦ ଟଙ୍କା
କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ୪ ହଜାର ଟଙ୍କା
କୁଡ଼ିଆ ଭାଙ୍ଗିଥିଲେ ମିଳିବ ୮ ହଜାର ଟଙ୍କା
ଗୁହାଳ ପାଇଁ ମିଳିବ ୩ ହଜାର ଟଙ୍କା
ଚାଷ କ୍ଷୟକ୍ଷତି ପାଇଁ କେତେ ମିଳିବ ସହାୟତା ?
ଖାଲୁଆ ଜମିରେ ଫସଲ ନଷ୍ଟ କ୍ଷେତ୍ରରେ ହେକ୍ଟର ପିଛା ୮ ହଜାର ୫୦୦ ଟଙ୍କା
ଜଳସେଚିତ ଜମିରେ ଫସଲ ନଷ୍ଟ ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା
ଦୀର୍ଘ ସ୍ଥାୟୀ ଚାଷ ଜମିରେ ହେକ୍ଟର ପିଛା ୨୨ ହଜାର ୫୦୦ ଟଙ୍କା
ବନ୍ୟାରେ କାହାରି ପ୍ରାଣହାନି ହେଲେ ସରକାର କ୍ଷତିପୂରଣ ବାବଦକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିବ । ଅଗ୍ନିଶମ କର୍ମଚାରୀଙ୍କୁ ଏବେ ୧ କୋଟି ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।
ଗୃହପାଳିତ ପଶୁ ପାଇଁ ସହାୟତା
ବଡ଼ ପଶୁ ଅର୍ଥାତ ଗାଈ ପାଇଁ ୩୭ ହଜାର ୫୦୦ ଟଙ୍କା
ବଳଦ କିମ୍ବା ମଇଁଷି ପାଇଁ ୩୨ ହଜାର ଟଙ୍କା
ବାଛୁରୀ ପାଇଁ ୨୦ ହଜାର ଟଙ୍କା
ଛେଳି କିମ୍ବା ମେଣ୍ଢା ପାଇଁ ୪ ହଜାର ଟଙ୍କା
ଏଥିସହ ପଢ଼ନ୍ତୁ: ବନ୍ୟା ପରେ ଘରେ ଲୁଚିଥିଲା ବିଷାକ୍ତ ନାଗ….ରେଫ୍ରିଜରେଟର ଖୋଲିବାମାତ୍ରେ ଆଶ୍ଚର୍ଯ୍ୟ ହେଲେ ପରିବାର
ବନ୍ୟାରେ ପ୍ରଭାବିତ ୨୨ ଜିଲ୍ଲା
ଚଳିତ ବନ୍ୟାରେ ରାଜ୍ୟର ମୋଟ ୨୨ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ୮୫ ବ୍ଲକ ସହ ୧୫ ସହରାଞ୍ଚଳ ପ୍ରଭାବିତ ହୋଇଛି । ୬୫୬ ପଞ୍ଚାୟତ ଏବଂ ୧୪୫୮ ଗାଁ ଜଳାର୍ଣ୍ଣବ ହୋଇଛି । ଏଥିରେ ୮ ଲକ୍ଷ ୬୩ ହଜାର ୯୦୯ ଜଣ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ୬୭ ହଜାର ୩୦୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୫୨୯ଟି ରିଲିଫ୍ କ୍ୟାମ୍ପ ପରିଚାଳିତ ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories