Videos
|
Odisha

Odisha Flood / ବନ୍ୟା ସ୍ଥିତିକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ସ୍ଥିତିରେ ସୁଧାର ଆସିଛି

Bikash Mohanty
Browse all articles by Bikash Mohanty
·24 mins ago·1 min read
ବନ୍ୟା ସ୍ଥିତିକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ସ୍ଥିତିରେ ସୁଧାର ଆସିଛି
Dilip Raut

Key Points

ବନ୍ୟା ସ୍ଥିତିକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା
ଗତକାଲି ଅପେକ୍ଷା ବନ୍ୟା ସ୍ଥିତିରେ ସୁଧାର ଆସିଛି 
ହୀରାକୁଦର କୌଣସି ଗେଟ ଖୋଲିବାର ନାହିଁ
ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ସୂଚନା 

ଭୂବନେଶ୍ବର,୩୦/୧୦: ଗତକାଲି ଅପେକ୍ଷା ବନ୍ୟା ସ୍ଥିତିରେ ସୁଧାର ଆସିଛି। ଗଞ୍ଜାମରେ ସର୍ବାଧିକ ବର୍ଷା ହୋଇଥିଲା। ରୁଷିକୁଲ୍ୟାର ପୁରୁଷୋତ୍ତମପୁରରେ ୧୭.୯୪ ମିଟର ଜଳ ପ୍ରବାହିତ ଅଛି। ଯାହାକି ବିପଦ ସଙ୍କେତ ଉପରେ ରହିଚି। ସନ୍ଧ୍ୟା ସୁଦ୍ଧା ବିପଦ ସଂକେତ ତଳକୁ ଆସିବ। ସୋରଡ଼ାରେ ୭୭୮.୪ ମିଟର ଜଳ ପ୍ରବାହିତ ହେଉଛି। ବାଲେଶ୍ଵରରେ ୭୧ mm ଓ ଗଞ୍ଜାମରେ ୬୧ mm ବର୍ଷା ହୋଇଛି। ବଂଶଧାରାରେ ମଧ୍ୟ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ପାଣି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ।

କୌଣସି ମଧ୍ୟମ ଜଳ ଭଣ୍ଡାର ବନ୍ୟା ରୋକିବା ପାଇଁ ନିର୍ମାଣ ହୋଇନାହିଁ। ଏହା ଜଳସେଚନ ପାଇଁ ହୋଇଛି। ବର୍ଷାକୁ ଆଖି ଆଗରେ ରଖି ଆମେ ଡ୍ୟାମ୍ ରୁ ପାଖାପାଖି ୬୦ ପ୍ରତିଶତ ପାଣି ଖାଲି କରିଦେଇଥିଲୁ। ବନ୍ଧର ସୁରକ୍ଷା ପାଇଁ କିଛି ପଦକ୍ଷେପ ନେଇଥିଲୁ। ଡ୍ୟାମ୍ ରୁ ଛଡା ଯାଇଥିବା ପାଣିରେ ଜଳସ୍ତର ବଢି ନାହିଁ। ଅଧିକ ବର୍ଷା ହୋଇଥିବାରୁ ଜଳସ୍ତର ବଢିଲା।

ପଢନ୍ତୁ ଏହି ଖବର: ଗଞ୍ଜାମରେ ବର୍ଷାର ତାଣ୍ଡବ, ୨୮ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର

ବର୍ତ୍ତମାନ ହିରକୁଦରେ ବନ୍ୟାସ୍ଥିତି ନାହିଁ। ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୨୭ ଫୁଟ ରହିଛି। ହୀରାକୁଦର ଜଳ ଧାରଣ କ୍ଷମତା ୬୩୦ ଫୁଟ। ଛତିଶଗଡ଼ରେ ଯେତିକି ବର୍ଷା ହୋଇଛି ହୀରାକୁଦକୁ ଦେଢ଼ ଲକ୍ଷ କ୍ୟୁସେକ ଜଳ ଆସିବ। ହୀରାକୁଦରେ ହିଁ ମ୍ୟାନେଜ କରିହେବ। କୌଣସି ଗେଟ ଖୋଲିବାର ନାହିଁ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: