Flood Update / ଓଡ଼ିଶା ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା… ୨୦ ଜିଲ୍ଲା ପ୍ରଭାବିତ
·1 month ago·2 min read

Key Points
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ଆଜି ସନ୍ଧ୍ୟା ଯାଏଁ ୨୦ ଜିଲ୍ଲା ପ୍ରଭାବିତ ହୋଇଛି
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ଆଜି ସନ୍ଧ୍ୟା ଯାଏଁ ୨୦ ଜିଲ୍ଲା ପ୍ରଭାବିତ ହୋଇଛି
ରାଜ୍ୟରେ ବନ୍ୟା ବିତ୍ପାତ ଜାରି ରହିଥିବା ବେଳେ, ମହାନଦୀରେ ମଧ୍ୟମ ଧରଣର ବନ୍ୟା ନଦୀକୂଳିଆ ବାସୀଙ୍କୁ ଭୟଭୀତ କରିଛି। ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି। ରାଜ୍ୟର ବନ୍ୟା ସ୍ଥିତିକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ଆଜି ସନ୍ଧ୍ୟା ଯାଏଁ ୨୦ ଜିଲ୍ଲା ପ୍ରଭାବିତ ହୋଇଛି।
ଏହାସହ ପଢ଼ନ୍ତୁ: ଉଛୁଳିବ ମହାନଦୀ, ଜଳାର୍ଣ୍ଣବ ହେବ ତଳିଆ ଅଞ୍ଚଳ…ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକକୁ ହାଇଆଲର୍ଟ
୨୦ ଜିଲ୍ଲାର ୧୦୦ ବ୍ଲକ ପ୍ରଭାବିତ ହୋଇଛି, ୫୩୯ ଗ୍ରାମ ପଞ୍ଚାୟତ, ୧୪୫୮ ଗାଁ, ୧୭୬ ୱାର୍ଡ, ୭ଲକ୍ଷ ୫ହଜାର ୨୩୨ ଜଣ ଲୋକ ଚଳିତ ବନ୍ୟାରେ ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ। ୧ଲକ୍ଷ ୮୯ହଜାର ଲୋକଙ୍କୁ ରିଲିଫ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି , ୫୨୦ଟି ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଥିବା ସେ ପ୍ରକାଶ କରିଛନ୍ତି।
୩୭୮.୧ ମେଟ୍ରିକ ଟନ ଚାଉଳ ଓ ୪୪.୫ ମେଟ୍ରିକ ଟନ୍ ଚୁଡ଼ା ବନ୍ୟା ଅଞ୍ଚଳରେ ଦିଆଯାଇଛି। ପ୍ରଭାବିତ ଜିଲ୍ଲା ଗୁଡିକରେ ମାଟି ନ ଶୁଖିବା ଯାଏଁ କିମ୍ବା ଲୋକ ଘରକୁ ନ ଫେରିବା ଯାଏଁ ରିଲିଫ ସେଣ୍ଟର ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ହଜାର ହଜାର ଏକର ଜମି କ୍ଷୟ କ୍ଷତି ହେଇଛି,ଲୋକ ମାନଙ୍କୁ ବିଚଳିତ ନହେବାକୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯାହା କ୍ଷୟକ୍ଷତି ହୋଇଛି ସହାୟତା ମିଳିବ ,ସରକାର କୌଣସି କ୍ଷେତ୍ରରେ ପଛଘୁଞ୍ଚା ଦେବେ ନାହିଁ ବୋଲି କହି ବନ୍ୟା ପ୍ରପୀଡ଼ିତଙ୍କୁ ଆଶ୍ୱାସନା ଦେଇଛନ୍ତି ମନ୍ତ୍ରୀ। ଏହାଛଡ଼ା ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ୧ ତାରିଖ ଯାଏଁ ବର୍ଷା ନାହିଁ। ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, କୁଶଭଦ୍ରା ସୁବର୍ଣ୍ଣରେଖା ଆଦି ନଦୀ ଗୁଡିକରେ ଜଳ ପ୍ରବାହ ବିପଦ ସଙ୍କେତ ତଳେ ରହିଛି। ମୋଟାମୋଟି ଭାବେ ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି, ଆଜି ବନ୍ୟା ସ୍ଥିତି ପରଖିଲା ବେଳେ ବର୍ଷା ଦେଖିଲି ନାହିଁ। ବର୍ତ୍ତମାନ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି। ରାଜସ୍ୱ ମନ୍ତ୍ରୀ ଆସନ୍ତାକାଲି ଦିନ ୧୧ ଟାରେ ଜିଲ୍ଲାପାଳଙ୍କ ସହ ବୈଠକ କରିବେ। ଏହି ବୈଠକରେ ଚାଷଜମି ଓ ଘରର କ୍ଷୟକ୍ଷତି ଉପରେ ଆଲୋଚନା କରାଯିବ। ଦିନ ୧୦ ଟା ୩୦ ରୁ ୧୧ ଟା ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବନ୍ୟାକୁ ନେଇ ଏକ ଉଚ୍ଚସ୍ଥରୀୟ ବୈଠକ ରଖାଯାଇଛି।
Related Topics
Explore more stories